Posted inଖେଳ

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ ଏହି ଚାମ୍ପିଅନସିପ ହାସଲ କରିଛି। ଏହି ମ୍ୟାଚ୍‌ରେ ଇଶାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଂସରେ ୨୭୦ ରନ (୩୦ଟି ଚୌକା ଓ ୭ଟି ଛକା) ଏବଂ ଦ୍ୱିତୀୟ ଇନିଂସରେ ୮୦ ରନ (୯ଟି ଚୌକା ଓ ୩ଟି ଛକା) ସଂଗ୍ରହ କରିଥିଲେ। ଏହି ଦୁଇଟି ଇନିଂସ ମାଧ୍ୟମରେ ଇଶାନ ୬୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଟୁର୍ନାମେଣ୍ଟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ହୋଇପାରିଛନ୍ତି।

ଏହି ମ୍ୟାଚ୍‌ରେ ଇଶାନ ମୋଟ ୩୫୦ ରନ ସଂଗ୍ରହ କରିଥିଲେ। ଫଳରେ ସେ ଦୁଲିପ ଟ୍ରଫିର ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିଲେ। ୧୯୬୧ ମସିହାରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପରଠାରୁ, ୬୫ ବର୍ଷ ମଧ୍ୟରେ କୌଣସି ବ୍ୟାଟର ଗୋଟିଏ ମ୍ୟାଚ୍‌ ୩୫୦ ରନ ସଂଗ୍ରହ କରିପାରି ନ ଥିଲେ। ଦଳ ପାଇଁ ଟାଇଟଲ ଜିତିବାରେ ଅଧିନାୟକଙ୍କ ଏହି ଇନିଂସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ପାଇଁ ଇଶାନଙ୍କୁ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ଭାବେ ବିବେଚିତ କରାଯାଇଥିଲା।

ମ୍ୟାଚ୍ରେ ଇଷ୍ଟ ଜୋନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଇଶାନଙ୍କ ୨୭୦ ରନ୍ର ଇନିଂସ ବଳରେ ଦଳ ୭୦୦ରୁ ଅଧିକ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ପ୍ରଥମ ଇନିଂସରେ ଦଳ ୭୦୮ ରନ୍‌ରେ ଅଲଆଉଟ ହୋଇଥିଲା। ସେହି ଇନିଂସ ଇଷ୍ଟ ଜୋନ୍‌ର ବିଜୟକୁ ପ୍ରାୟତଃ ସୁନିଶ୍ଚିତ କରିଦେଇଥିଲା।

୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ଗତ କିଛି ମ୍ୟାଚ୍‌ ହେବ ଇଶାନ କିଶନ ଅସାଧାରଣ ନେତୃତ୍ୱ ପ୍ରଦର୍ଶନ କରିଆସୁଛନ୍ତି। ପୂର୍ବରୁ, ତାଙ୍କ ଅଧିନାୟକତ୍ୱରେ ଝାଡ଼ଖଣ୍ଡ ଦଳ ୨୦୨୫ ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଥିଲା। ଦୁଲିପ ଟ୍ରଫି ଫାଇନାଲରେ ଚମତ୍କାର ବ୍ୟାଟିଂ ପାଇଁ ଯେପରି ସେ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ପୁରସ୍କାର ପାଇଥିଲେ, ସେହିପରି ମୁସ୍ତାକ ଅଲି ଫାଇନାଲରେ ମଧ୍ୟ ସେ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ପୁରସ୍କାର ପାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?