ଆମେରିକାକୁ ଆଇଏସ୍‌ ବିପଦ

କାବୁଲ/ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ସୈନ୍ୟ ଅପସାରଣ ଡେଡ୍‌ଲାଇନ୍‌ ପୂର୍ବରୁ କାବୁଲ ବିମାନବନ୍ଦରରେ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ମେଣ୍ଟ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ତାଲିବାନ ଶାସନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାୟନ କରୁଥିବା ଆଫଗାନ୍‌ ଓ ଆମେରିକୀୟଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ହ୍ବାଇଟ୍‌ହାଉସ୍‌ ପ୍ରେସ୍‌ ସେକ୍ରେଟାରି ଜେନ୍‌ ସାକି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସର୍ବାଧିକ ନିରାପତ୍ତା ପଦକ୍ଷେପ ନିଆଯାଉଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ଜାତୀୟ ସୁରକ୍ଷା ଟିମ୍‌ ଏନେଇ ଅବଗତ କରାଇଛି।ଦୀର୍ଘ ୨୦ ବର୍ଷର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ଆଫଗାନିସ୍ତାନରୁ ଓହରିଯାଉଛି ଆମେରିକା। ତାଲିବାନ୍‌ ଏକ କାମଚଳା ୟୁନିଟି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିସାରିଥିବାରୁ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ବଳ ତୁରନ୍ତ କାବୁଲ ଏୟାରପୋର୍ଟକୁ ଖାଲି କରନ୍ତୁ ବୋଲି ଚାହୁଁଛି। ଇତିମଧ୍ୟରେ ଆଫଗାନ୍‌ ଓ ଅନ୍ୟ ଦେଶର ନାଗରିକଙ୍କୁ ଏୟାରଲିଫ୍ଟିଂ ଚାଲିଥିବାବେଳେ ଏଥିରେ ବାଧା ସୃଷ୍ଟି କରିଛି ତାଲିବାନ୍‌ର ଚିରଶତ୍ରୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରାସାନ୍‌ (ଆଇଏସ୍‌-କେ)। କାବୁଲ ଏୟାରପୋର୍ଟରେ ଗୁରୁବାର ଆଇଏସ୍‌-କେ ଆମତ୍ଘାତୀ ବିସ୍ଫୋରଣ ଘଟାଇବା ପରେ ବାଇଡେନ୍‌ ପ୍ରତିଶୋଧ ପାଇଁ ଶପଥ ନେଇଛନ୍ତି। କାବୁଲ ଏୟାରପୋର୍ଟରେ ଆମେରିକୀୟଙ୍କ ଉପରେ ଏଭଳି ଆହୁରି ଏକାଧିକ ଆକ୍ରମଣ ହୋଇପାରେ ବୋଲି ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି।
କାବୁଲର ହମିଦ କାର୍‌ଜାଇ ଏୟାରପୋର୍ଟରେ ୧୩ ଆମେରିକୀୟ ସୈନ୍ୟଙ୍କ ଜୀବନ ନେଇ ୧୮ ଜଣଙ୍କୁ ଲହୁଲୁହାଣ କରିଥିବା ଜଣେ ଆମତ୍ଘାତୀ ବିସ୍ଫୋରଣକାରୀ ଇସ୍‌ଲାମିକ୍‌ ଷ୍ଟେଟ୍‌କୁ ଉଭୟ ଇସ୍‌ଲାମିକ୍‌ ତାଲିବାନ୍‌ ଓ ପାଶ୍ଚାତ୍ୟର ଶତ୍ରୁ ଭାବେ ଅଭିହିତ କରିଛନ୍ତି। ସେହିପରି ଆମେରିକାକୁ ଆଗକୁ ମଧ୍ୟ ଏଭଳି ଟାର୍ଗେଟ କରାଯାଇପାରେ। ଏନେଇ ମିଳୁଥିବା ଗୋଇନ୍ଦା ସୂଚନା ତାଲିବାନ୍‌ ସହ ଶେୟାର କରାଯାଉଛି ବୋଲି ଫ୍ଲୋରିଡା ହେଡ୍‌କ୍ୱାର୍ଟର୍ସରୁ ସମଗ୍ର ସ୍ଥାନାନ୍ତର ପ୍ରକ୍ରିୟା ଉପରେ ନଜର ରଖିଥିବା ସେଣ୍ଟ୍ରାଲ କମାଣ୍ଡ୍‌ ଚିଫ୍‌ ଜେନେରାଲ ଫ୍ରାଙ୍କ ମେକ୍‌କେନ୍‌ଜିଏ ସତର୍କ କରାଇଛନ୍ତି। ବ୍ରିଟେନ ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲେସ୍‌ କହିଛନ୍ତି, ଏୟାରଲିଫ୍ଟ ଏବଂ ଅପସାରଣ ପ୍ରକ୍ରିୟା ଶେଷ ହୋଇଆସୁଥିବାରୁ ପାଶ୍ଚାତ୍ୟର ସୁରକ୍ଷା ବଳ ଉପରେ ଆତଙ୍କବାଦୀମାନେ ଆହୁରି ଆକ୍ରମଣ କରିପାରନ୍ତି। ତେବେ ଆଇଏସ୍‌କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକର ଭୟ ହେଉଛି ୨୦୦୧ରେ ଆମେରିକାର ଆଫଗାନିସ୍ତାନ ଦଖଲ ପୂର୍ବରୁ ଅଲ୍‌-କାଏଦାକୁ ଘଉଡ଼ାଇଦେଇଥିବା ତାଲିବାନ୍‌ ଯୁଦ୍ଧ ପ୍ରଭାବିତ ଦେଶକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର ପାଇଁ ଅନୁମତି ଦେଇପାରେ। କିନ୍ତୁ ତାଲିବାନ୍‌ ଏହି ଆଶଙ୍କାକୁ ଖଣ୍ଡନ କରୁଛି। ପ୍ରକାଶ ଯେ, ଆଇଏସ୍‌-କେ ପୂର୍ବରୁ କେବଳ ପାକିସ୍ତାନ ସୀମାରେ ସୀମିତ ଥିଲା। ପରେ ଏହା ଆଫଗାନିସ୍ତାନର ଉତ୍ତର ଭାଗରେ ଦ୍ୱିତୀୟ ସାମ୍ମୁଖ୍ୟ ପ୍ରତିଷ୍ଠା କରିଥିଲା। ଆଇଏସ୍‌-କେ’ରେ ପାକିସ୍ତାନ, ଉଜ୍‌ବେକିସ୍ତାନ ଓ ଆଫଗାନିସ୍ତାନର କଠୋରପନ୍ଥୀମାନେ ସାମିଲ ଥିବା ଓ୍ବେଷ୍ଟ ପଏଣ୍ଟ୍‌ କମ୍ବାଟିଂ ଟେରରିଜମ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ପେଣ୍ଟାଗନ୍‌ରେ ଆର୍ମି ମେଜର ଜେନେରାଲ ଓ୍ବିଲିୟମ୍‌ ଟେୟଲର କହିଛନ୍ତି, ବିସ୍ଫୋରଣରେ ଦୁଇଜଣ ନୁହେଁ, ଜଣେ ଆତଙ୍କବାଦୀ ଜଡ଼ିତ। ବାରେରାନ୍‌ ହୋଟେଲ ନିକଟରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା ବୋଲି ଯାହା କୁହାଯାଉଛି ତାକୁ ଆମେ ବିଶ୍ୱାସ କରୁନାହୁଁ। ଏହା ଜଣେ ଆମତ୍ଘାତୀ ଆତଙ୍କବାଦୀଙ୍କ କାଣ୍ଡ।

‘ଚାଇନା ଚକିତ’

କାବୁଲ ବିସ୍ଫୋରଣକୁ ନେଇ ଚାଇନା ଚକିତ ହୋଇଯାଇଛି। ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଜଟିଳ ରହିଛି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ସହ ବେଜିଂ କାମ କରିବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍‌ ସ୍ପଷ୍ଟ କରିଛନ୍ତି।

ମୁଁ ରାଷ୍ଟ୍ରପତି ଥିଲେ…

ବାଇଡେନ୍‌ ପ୍ରଶାସନର ଆଫଗାନିସ୍ତାନ ନୀତିର ବଡ଼ ସମାଲୋଚକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ସେ କ୍ଷମତାରେ ଥିଲେ କାବୁଲ ବିସ୍ଫୋରଣ ଘଟି ନ ଥାନ୍ତା। ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଯୁଦ୍ଧ ପ୍ରଭାବିତ ଦେଶରୁ ଆମେରିକୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଫେରାଇ ଆଣିବା ଜରୁରୀ ଥିଲା। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ସମସ୍ତ ଏୟାରବେସ୍‌କୁ ବନ୍ଦ କରିଦେଇ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିଷ୍ପତ୍ତି ନେଲେ। ଟ୍ରମ୍ପ୍‌ ଆହୁରି କହିଛନ୍ତି, ସେ ଆଇଏସ୍‌କୁ ୧୦୦% ପରାସ୍ତ କରିଥିଲେ। କିନ୍ତୁ ଏବେ ଏକ ଆଇଏସ୍‌-କେ ଉଭା ହୋଇଛି। ଆଇଏସ୍‌ରୁ ଅଲଗା ହୋଇ ଏପରି ଗୋଷ୍ଠୀ ଜନ୍ମ ନେଉଥିବା ସେ କହିଛନ୍ତି।

ଏୟାରପୋର୍ଟ ଚଳାଇବାକୁ ତୁର୍କୀକୁ ଅନୁରୋଧ କଲା ତାଲିବାନ୍‌

କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ବିମାନବନ୍ଦରକୁ ତୁର୍କୀ ପରିଚାଳନା କରୁ ବୋଲି ତାଲିବାନ୍‌ ଅନୁରୋଧ କରିଛି। ଏନେଇ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ଶୁକ୍ରବାର ସୂଚନା ଦେଇଛନ୍ତି। ଏର୍ଡୋଗାନ୍‌ କହିଛନ୍ତି, କାବୁଲସ୍ଥିତ ତୁର୍କୀ ଦୂତାବାସରେ ତାଲିବାନ୍‌ ସହ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। କାବୁଲ ବିମାନବନ୍ଦର ଚଳାଇବା ପାଇଁ ତାଲିବାନ୍‌ର ଅନୁରୋଧ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ। ଏହା ଉପରେ ଆମେ ବିଚାର କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri