କରୋନାଠାରୁ କେତେ ସୁରକ୍ଷିତ ପ୍ରତିଦିନ କିଣୁଥିବା କ୍ଷୀର ପ୍ୟାକେଟ୍‌: ଜାଣନ୍ତୁ..

ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଛି। ଏଭଳି ସ୍ଥିତିରେ ବାହାରୁ କିଣୁଥିବା ସାମଗ୍ରୀ ସଂକ୍ରମଣମୁକ୍ତ ନୁହେଁ। ଯାହାକୁ ନେଇ ବଜାରରୁ ଆସୁଥିବା ଜିନିଷକୁ ନେଇ ମନରେ ଅଜଣା ଭୟ ରହୁଛି। ଫଳରେ ଏହାକୁ ଅନେକ ସଫା କରିବା ନଚେତ ସାନିଟାଇଜ୍‌ କରିବାକୁ ଚେଷ୍ଟା କରୁଛନ୍ତି। ସେଭଳି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଲା କ୍ଷୀର। ଏଣୁ ବଜାରରୁ କିଣୁଥିବା କ୍ଷୀର ପ୍ୟାକେଟ୍‌ କେତେଦୂର ସଂକ୍ରମଣମୁକ୍ତ ତାହା ଜାଣନ୍ତି କି?

ତେବେ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ଏହି ଦ୍ୱିଧାକୁ ନେଇ ସ୍ପଷ୍ଟୀକରଣ ରଖିଛି। ପ୍ୟାକେଟ୍‌ରେ ଥିବା କ୍ଷୀର ସମ୍ପୂର୍ଣ୍ଣ ସୁରକ୍ଷିତ। ଏହା କରୋନା ସଂକ୍ରମଣ ମୁକ୍ତ। କ୍ଷୀର ପ୍ୟାକେଟ୍‌କୁ ସାବୁନ୍‌ରେ ଧୋଇବା ଭଳି ଖବର ସାମ୍ନାକୁ ଆସିବା ପରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହା କୁହାଯାଇଛି। ଏଣୁ ପ୍ୟାକେଟ୍‌ କ୍ଷୀର ବ୍ୟବହାର କରିହେବ ବୋଲି ଲୋକମାନଙ୍କୁ କୁହାଯାଇଛି।

କ୍ଷୀର ପ୍ୟାକେଟ୍‌ ନେବା ସମୟରେ ସାମାଜିକ ଦୂରତା ବଜାୟ ରଖନ୍ତୁ। ଏପରିକି ଦୁଗ୍ଧ ବିକ୍ରେତା ମାସ୍କ ଲଗାଇଥିବା ସୁନିଶ୍ଚିତ କରନ୍ତୁ। ଏହି ପ୍ୟାକେଟ୍‌ ନେବା ପରେ ନିଜ ହାତକୁ ଭଲ ଭାବେ ଧୋଇ ନିଅନ୍ତୁ। ପ୍ୟାକେଟ୍‌କୁ କେବଳ ପାଣିରେ ଧୁଅନ୍ତୁ। ଏହାକୁ ସାନିଟାଇଜ୍‌ କରିବା ଅଥବା ସାବୁନରେ ଧୋଇବାର ଆବଶ୍ୟକତା ନାହିଁ। ଖାଲି ପାଣି ହିଁ ଯଥେଷ୍ଟ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ କହିଛି। ଏହାଛଡ଼ା ପ୍ୟାକେଟରୁ କ୍ଷୀର କାଢ଼ିବା ପରେ ହାତକୁ ଭଲ ଭାବେ ଧୁଅନ୍ତୁ। ପୁରା ଫୁଟିବା ପରେ ଏହାକୁ ବନ୍ଦ କରନ୍ତୁ ବୋଲି ମଧ୍ୟ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri