ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ବରା ଭାଷ୍କର!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାଷ୍କର କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ଏହାକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ସ୍ବରା। ଏବେ ବିବାହର ୪-୫ ମାସ ମଧ୍ୟରେ ଶୁଣିବାକୁ ମିଳିଛି କି ସ୍ବରା ଏବେ ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଅଯୋଧ୍ୟାର ଜଣେ ମହନ୍ତ ରାଜୁଦାସ ସ୍ବରା ଭାସ୍କରଙ୍କୁ ନେଇ ଏକ ଟୁଇଟ କରିଛନ୍ତି। ଏଥିରେ ସେ ଅଭିନେତ୍ରୀଙ୍କ ପ୍ରେଗ୍ନେନସିକୁ ନେଇ କିଛି ପର୍ସନାଲ କଥା କହିଛନ୍ତି ଓ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନୀତିନ ଗଡକରୀଙ୍କ ସହ ତୁଳନା କରିଛନ୍ତି।

ସୂଚନାଯୋଗ୍ୟ, ମହନ୍ତ ରାଜୁଦାସ ହନୁମାନଗଡିଙ୍କ ଟୁଇଟ ଶେୟାର ମାତ୍ରେ ଏହା ଭାଇରାଲ ହେବାରେ ଲାଗିଲା ଏବଂ ଅନେକ ଲୋକ ତାଙ୍କ ପୋଷ୍ଟକୁ ରିଟୁଇଟ କରିଥିଲେ। ଏହି ସମୟରେ ସ୍ବରା ଭାସ୍କରଙ୍କୁ ବିବାହ ପରେ ଖୁବ ଶୀଘ୍ର ଗର୍ଭବତୀ ହେବାରୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହା ସହିତ ସ୍ବରା ଏବେ ଟୁଇଟରରେ ମଧ୍ୟ ଟ୍ରେଣ୍ଡ କରୁଛନ୍ତି। ଯେଉଁଠାରେ ଅନେକ ଲୋକ ସ୍ବରାଙ୍କୁ ଟ୍ରୋଲ କରିଥିଲେ, ଅନେକ ମଧ୍ୟ ମହନ୍ତଙ୍କୁ ତାଙ୍କ ଭାଷା ପାଇଁ ତାଗିଦ ବି କରିଥିଲେ।
ଏ ସମ୍ପର୍କରେ ସ୍ବରା ଭାସ୍କରଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ତେବେ ଅନେକ ଚ୍ୟାନେଲ ଏହି ଖବରକୁ ଫେକ ବୋଲି କହିଛନ୍ତି ଏବଂ ଯେଉଁ ଆକାଉଣ୍ଟରୁ ଏହି ନକଲି ଖବର ସେୟାର କରାଯାଉଛି ତାହା ମଧ୍ୟ ନକଲି ବୋଲି ଦାବି କରାଯାଇଛି।
ସୂଚନାଯୋଗ୍ୟ, ସ୍ବରା ଏବଂ ଫହଦ ଅହମ୍ମଦ ଚଳିତ ବର୍ଷ ଫେବୃୟାରୀରେ ବିବାହ କରିଥିଲେ। ଅଭିନେତ୍ରୀ ସ୍ବରା ଭାସ୍କର ପ୍ରଥମେ କୋର୍ଟରେ ବିବାହ କରିଥିଲେ ଏବଂ ପରେ ସମସ୍ତ ରୀତିନୀତି ସହିତ ବିବାହ କରିଥିଲେ। ଏକ ପଲିଟିକାଲ ରାଲିରେ ଏମାନେ ପରସ୍ପରଙ୍କୁ ଭେଟିଥିଲେ। ଯାହା ପରେ ସେମାନେ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri