ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ବରା ଭାଷ୍କର!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାଷ୍କର କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ଏହାକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ସ୍ବରା। ଏବେ ବିବାହର ୪-୫ ମାସ ମଧ୍ୟରେ ଶୁଣିବାକୁ ମିଳିଛି କି ସ୍ବରା ଏବେ ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଅଯୋଧ୍ୟାର ଜଣେ ମହନ୍ତ ରାଜୁଦାସ ସ୍ବରା ଭାସ୍କରଙ୍କୁ ନେଇ ଏକ ଟୁଇଟ କରିଛନ୍ତି। ଏଥିରେ ସେ ଅଭିନେତ୍ରୀଙ୍କ ପ୍ରେଗ୍ନେନସିକୁ ନେଇ କିଛି ପର୍ସନାଲ କଥା କହିଛନ୍ତି ଓ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନୀତିନ ଗଡକରୀଙ୍କ ସହ ତୁଳନା କରିଛନ୍ତି।

ସୂଚନାଯୋଗ୍ୟ, ମହନ୍ତ ରାଜୁଦାସ ହନୁମାନଗଡିଙ୍କ ଟୁଇଟ ଶେୟାର ମାତ୍ରେ ଏହା ଭାଇରାଲ ହେବାରେ ଲାଗିଲା ଏବଂ ଅନେକ ଲୋକ ତାଙ୍କ ପୋଷ୍ଟକୁ ରିଟୁଇଟ କରିଥିଲେ। ଏହି ସମୟରେ ସ୍ବରା ଭାସ୍କରଙ୍କୁ ବିବାହ ପରେ ଖୁବ ଶୀଘ୍ର ଗର୍ଭବତୀ ହେବାରୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହା ସହିତ ସ୍ବରା ଏବେ ଟୁଇଟରରେ ମଧ୍ୟ ଟ୍ରେଣ୍ଡ କରୁଛନ୍ତି। ଯେଉଁଠାରେ ଅନେକ ଲୋକ ସ୍ବରାଙ୍କୁ ଟ୍ରୋଲ କରିଥିଲେ, ଅନେକ ମଧ୍ୟ ମହନ୍ତଙ୍କୁ ତାଙ୍କ ଭାଷା ପାଇଁ ତାଗିଦ ବି କରିଥିଲେ।
ଏ ସମ୍ପର୍କରେ ସ୍ବରା ଭାସ୍କରଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ତେବେ ଅନେକ ଚ୍ୟାନେଲ ଏହି ଖବରକୁ ଫେକ ବୋଲି କହିଛନ୍ତି ଏବଂ ଯେଉଁ ଆକାଉଣ୍ଟରୁ ଏହି ନକଲି ଖବର ସେୟାର କରାଯାଉଛି ତାହା ମଧ୍ୟ ନକଲି ବୋଲି ଦାବି କରାଯାଇଛି।
ସୂଚନାଯୋଗ୍ୟ, ସ୍ବରା ଏବଂ ଫହଦ ଅହମ୍ମଦ ଚଳିତ ବର୍ଷ ଫେବୃୟାରୀରେ ବିବାହ କରିଥିଲେ। ଅଭିନେତ୍ରୀ ସ୍ବରା ଭାସ୍କର ପ୍ରଥମେ କୋର୍ଟରେ ବିବାହ କରିଥିଲେ ଏବଂ ପରେ ସମସ୍ତ ରୀତିନୀତି ସହିତ ବିବାହ କରିଥିଲେ। ଏକ ପଲିଟିକାଲ ରାଲିରେ ଏମାନେ ପରସ୍ପରଙ୍କୁ ଭେଟିଥିଲେ। ଯାହା ପରେ ସେମାନେ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri