Posted inଖେଳ

ଜାଣିଶୁଣି ଆଇପିଏଲ୍‌ରେ ଏହି ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦେଉନାହାନ୍ତି ସଞ୍ଜୁ ସାମସନ୍‌? ବଢ଼ୁଛି ଚର୍ଚ୍ଚା…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୪ରେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସନ୍ତା ବିଶ୍ୱକପ୍‌ରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଧ୍ରୁବ୍‌ ଜୁରେଲଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ହେଲେ ଚଳିତ ଆଇପିଏଲ୍‌ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ ଜାଣିଶୁଣି ସୁଯୋଗ ଦେଉନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ଅଭିଯୋଗ କେତେ ସତ କେତେ ମିଛ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉତ୍ତରପ୍ରଦେଶର ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫେବୃଆରୀ-ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କିପର ଭାବେ ସୁଯୋଗ ମିଳିଥିଲା। ସେଥିରେ ସେ ଚତୁର୍ଥ ଟେଷ୍ଟର ଷ୍ଟାର ପାଲଟିଥିଲେ। ଏହାପରଠାରୁ ଆଇପିଏଲ୍‌ ଏବଂ ଟି୨୦ ବିଶ୍ୱକପ୍‌ରେ ତାଙ୍କୁ ଦେଖିବାକୁ କ୍ରିକେଟ ପ୍ରଶଂସକ ଆଶା କରିଥିଲେ। ହେଲେ ଏଯାବତ ସେ ଅଧିକ ନଜର ଆସି ନାହାନ୍ତି। ଏହାପଛରେ ସଞ୍ଜୁ ସାମସନ ଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ କହୁଛନ୍ତି ଯେ, ସାମସନ ଟି୨୦ ବିଶ୍ୱକପ୍‌ ଲାଗି ନିଜର ସ୍ଥାନ ପକ୍କା କରିବାକୁ ଚାହାନ୍ତି। ଏଥିଲାଗି ତାଙ୍କୁ ଧ୍ରୁବ୍‌ ପ୍ରତିନ୍ଦ୍ୱନ୍ଦୀ ଲାଗୁଛନ୍ତି। ଉଭୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଏବଂ ଫିନିସର ଭାବେ ଟିମ୍‌ଇଣ୍ଡିଆରେ ସ୍ଥାନ ପାଇପାରନ୍ତି। ଏମିତିରେ ଦୁହେଁ ଗୋଟିଏ ସ୍ଥାନ ଲାଗି କମ୍ପିଟେଶନ୍‌ କରୁଛନ୍ତି।

ଏଯାବତ ରାଜସ୍ଥାନ ଆଇପିଏଲ୍‌ରେ ୫ ମ୍ୟାଚ୍‌ ଖେଳିଛି। ସବୁ ମ୍ୟାଚ୍‌ରେ ଧ୍ରୁବ୍‌ଙ୍କୁ ସୁଯୋଗ ମିଳିଛି। ପ୍ରତି ମ୍ୟାଚ୍‌ରେ ସାମସନ୍‌ କିପିଂ କରୁଛନ୍ତି। ସେହିଭଳି ବ୍ୟାଟିଂକୁ ଦେଖିଲେ ଜୁରେଲ କେବେ ବ୍ୟାଟିଂ କରିବେ, ତାହା ଏକାକି ସାମସନ ନିଷ୍ପତ୍ତି ନେଇପାରିବେ ନାହିଁ। ଜୁରେଲ୍‌ଙ୍କୁ ୫ରୁ ୩ ଇନିଂସରେ ଖେଳିବାକୁ ଅବସର ମିଳିଥିଲେ ହେଁ ସେ ଭଲ ପ୍ରଦର୍ଶନ କରିନାହାନ୍ତି। ହେଲେ ପ୍ରାରମ୍ଭିକ ଉଇକେଟ ଯିବା ପରେ ଜୁରେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଠାଯିବା ପରେ ବିବାଦ ଦେଖାଦେଇଛି। ଏସବୁ କରିବା ପଛରେ କ’ଣ କାରଣ ରହିଛି ସେନେଇ ଚିନ୍ତା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri