Posted inଖେଳ

ଜାଣିଶୁଣି ଆଇପିଏଲ୍‌ରେ ଏହି ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦେଉନାହାନ୍ତି ସଞ୍ଜୁ ସାମସନ୍‌? ବଢ଼ୁଛି ଚର୍ଚ୍ଚା…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୪ରେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସନ୍ତା ବିଶ୍ୱକପ୍‌ରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଧ୍ରୁବ୍‌ ଜୁରେଲଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ହେଲେ ଚଳିତ ଆଇପିଏଲ୍‌ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ ଜାଣିଶୁଣି ସୁଯୋଗ ଦେଉନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ଅଭିଯୋଗ କେତେ ସତ କେତେ ମିଛ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉତ୍ତରପ୍ରଦେଶର ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫେବୃଆରୀ-ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କିପର ଭାବେ ସୁଯୋଗ ମିଳିଥିଲା। ସେଥିରେ ସେ ଚତୁର୍ଥ ଟେଷ୍ଟର ଷ୍ଟାର ପାଲଟିଥିଲେ। ଏହାପରଠାରୁ ଆଇପିଏଲ୍‌ ଏବଂ ଟି୨୦ ବିଶ୍ୱକପ୍‌ରେ ତାଙ୍କୁ ଦେଖିବାକୁ କ୍ରିକେଟ ପ୍ରଶଂସକ ଆଶା କରିଥିଲେ। ହେଲେ ଏଯାବତ ସେ ଅଧିକ ନଜର ଆସି ନାହାନ୍ତି। ଏହାପଛରେ ସଞ୍ଜୁ ସାମସନ ଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ କହୁଛନ୍ତି ଯେ, ସାମସନ ଟି୨୦ ବିଶ୍ୱକପ୍‌ ଲାଗି ନିଜର ସ୍ଥାନ ପକ୍କା କରିବାକୁ ଚାହାନ୍ତି। ଏଥିଲାଗି ତାଙ୍କୁ ଧ୍ରୁବ୍‌ ପ୍ରତିନ୍ଦ୍ୱନ୍ଦୀ ଲାଗୁଛନ୍ତି। ଉଭୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଏବଂ ଫିନିସର ଭାବେ ଟିମ୍‌ଇଣ୍ଡିଆରେ ସ୍ଥାନ ପାଇପାରନ୍ତି। ଏମିତିରେ ଦୁହେଁ ଗୋଟିଏ ସ୍ଥାନ ଲାଗି କମ୍ପିଟେଶନ୍‌ କରୁଛନ୍ତି।

ଏଯାବତ ରାଜସ୍ଥାନ ଆଇପିଏଲ୍‌ରେ ୫ ମ୍ୟାଚ୍‌ ଖେଳିଛି। ସବୁ ମ୍ୟାଚ୍‌ରେ ଧ୍ରୁବ୍‌ଙ୍କୁ ସୁଯୋଗ ମିଳିଛି। ପ୍ରତି ମ୍ୟାଚ୍‌ରେ ସାମସନ୍‌ କିପିଂ କରୁଛନ୍ତି। ସେହିଭଳି ବ୍ୟାଟିଂକୁ ଦେଖିଲେ ଜୁରେଲ କେବେ ବ୍ୟାଟିଂ କରିବେ, ତାହା ଏକାକି ସାମସନ ନିଷ୍ପତ୍ତି ନେଇପାରିବେ ନାହିଁ। ଜୁରେଲ୍‌ଙ୍କୁ ୫ରୁ ୩ ଇନିଂସରେ ଖେଳିବାକୁ ଅବସର ମିଳିଥିଲେ ହେଁ ସେ ଭଲ ପ୍ରଦର୍ଶନ କରିନାହାନ୍ତି। ହେଲେ ପ୍ରାରମ୍ଭିକ ଉଇକେଟ ଯିବା ପରେ ଜୁରେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଠାଯିବା ପରେ ବିବାଦ ଦେଖାଦେଇଛି। ଏସବୁ କରିବା ପଛରେ କ’ଣ କାରଣ ରହିଛି ସେନେଇ ଚିନ୍ତା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri