Posted inଜାତୀୟ

ମହାରାଷ୍ଟ୍ର କ’ଣ ପାକିସ୍ତାନ, ଫଡନାଭିସଙ୍କୁ ଆଦିତ୍ୟଙ୍କ ପ୍ରଶ୍ନ…

ମୁମ୍ବାଇ, ୧୮।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୁଜୁରାଟ ପାକିସ୍ତାନ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରକଳ୍ପ ସ୍ଥାପନ ହେବାନେଇ ଆପଣମାନେ କାହିଁକି ହଙ୍ଗମା କରୁଛନ୍ତି? ଏହାର ଉତ୍ତରରେ ଶିବସେନା ନେତା ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଯେ ଗୁଜରାଟ ପାକିସ୍ତାନ ନୁହେଁ, କିନ୍ତୁ ମହାରାଷ୍ଟ୍ର କ’ଣ ପାକିସ୍ତାନ କି? ଯାହା ଆପଣ ପ୍ରୋଜେକ୍ଟ ଗୁଜରାଟ ନାମରେ କରିଛନ୍ତି। ମହାରାଷ୍ଟ୍ରର ଯୁବକମାନେ କେଉଁ ଭୁଲ କରିଛନ୍ତି? ରାଜନୈତିକ ଚାପରେ ଏହି ଚୁକ୍ତି ଛଡ଼ାଇ ନିଆଯାଇଛି ବୋଲି ଆଦିତ୍ୟ ଠାକରେ ଅଭିଯୋଗ କରିଛନ୍ତି।
ଗୁଜରାଟରେ ବେଦାନ୍ତ-ଫକ୍ସକନ ଚୁକ୍ତି ଘୋଷଣା ହେବା ପରେ ଶିବସେନା, କଂଗ୍ରେସ ଏବଂ ଏନସିପି କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ-ଫଡନାଭିସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପୁଣେ ନିକଟରେ ଏହି ୟୁନିଟ ପ୍ରତିଷ୍ଠା କରାଯିବାରଥିଲା କିନ୍ତୁ ବେଦାନ୍ତ-ଫକ୍ସକନ ୧୩ ସେପ୍ଟେମ୍ବରରେ ଗୁଜରାଟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଫଳରେ ଏହାକୁ ନେଇ ଏକ ବଡ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

ଟ୍ରାକ୍‌ରୁ ମୃତଦେହ ମିଳିବା ଘଟଣା: ୫ ଦିନ ହେଲା ରେଳବାଇ ପୋଲିସ ପାଉନାହିଁ ମୁଣ୍ଡ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri