ରଶ୍ମିକାଙ୍କୁ ଡେଟ୍‌ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଅନେକ ଆଲୋଚନା ଚାଲିଥିବା ସଙ୍ଗେ ସଙ୍ଗେ ବିଭିନ୍ନ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଗୁରୁବାର ଏକ ସାକ୍ଷାତ୍‌କାରରେ ବିଜୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲ ‘କର୍ଲି ଟେଲ୍ସ’ ସହ ଆଲୋଚନା ସମୟରେ ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନ ସହ ପ୍ରେମ ଏବଂ ବିବାହ ପରି ପ୍ରସଙ୍ଗକୁ ନେଇ ନିଜର ମତାମତ ରଖିଛନ୍ତି। ଏହି ସାକ୍ଷାତ୍‌କାରରେ କୌଣସି ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ବିଜୟଙ୍କୁ ପଚରାଯାଇଥିଲା। ସେ କହିଥିଲେ, ”ମୋର ବୟସ ଏବେ ୩୫। ଆପଣଙ୍କୁ ଲାଗୁଛି ମୁଁ ଏପର୍ଯ୍ୟନ୍ତ ସିଙ୍ଗଲ ଥିବି।“ ଯେତେବେଳେ ବିଜୟଙ୍କୁ ରଶ୍ମିକାଙ୍କ ସହ ତାଙ୍କର ଡେଟିଂକୁ ନେଇ ପ୍ରକାଶ ପାଇଥିବା ବିଭିନ୍ନ ରିପୋର୍ଟ ବିଷୟରେ ପଚରା ଯାଇଥିଲା ସେ କହିଥିଲେ, ” ହଁ, ଏହା ସତ୍ୟ। ବିଭିନ୍ନ ଫିଲ୍ମରେ ମୋର ସାଥୀ ନାୟିକା ସାଜିଥିବା ଜଣେ ଅଭିନେତ୍ରୀଙ୍କୁ ମୁଁ କିଛି ବର୍ଷ ଧରି ଡେଟ୍‌ କରି ଆସୁଛି।“ ଯଦିଓ ଏହି ସାକ୍ଷାତ୍‌କାରରେ ବିଜୟ ସ୍ପଷ୍ଟ ଭାବେ କାହାର ନଁା ନେଇ ନ ଥିଲେ, ତଥାପି ପରୋକ୍ଷରେ ସେ ରଶ୍ମିକାଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ଉଭୟେ ରଶ୍ମିକା ଓ ବିଜୟ ‘ଗୀତ ଗୋବିନ୍ଦମ’, ‘ଡିଅର କମ୍ରେଡ’ ପରି ଅନେକ ହିଟ୍‌ ଚଳଚ୍ଚିତ୍ରରେ ଏକାଠି ନଜରକୁ ଆସିଛନ୍ତି। ଏହି ଚଳଚ୍ଚିତ୍ରଗୁଡ଼ିକରେ ସେମାନଙ୍କର ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ଓ ରୋମାନ୍ସକୁ ଉଭୟଙ୍କ ପ୍ରଶଂସକ ବେଶ୍‌ ପସନ୍ଦ କରିଥିଲେ। ତେବେ କେବଳ ଅନ୍‌ସ୍କ୍ରିନ୍‌ରେ ନୁହେଁ, ବିଭିନ୍ନ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଉଭୟ ବିଜୟ ଏବଂ ରଶ୍ମିକାଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି। ଏହାର ଅନେକ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଫଳରେ ଏହି ହିଟ୍‌ ଯୋଡ଼ି ପରସ୍ପର ସହ ରିଲେଶନ୍‌ଶିପ୍‌ରେ ଥିବା ନେଇ ଉଭୟଙ୍କର ଅନେକ ପ୍ରଶଂସକ ଅନୁମାନ କରୁଥିଲେ।
ଏହି ସାକ୍ଷାତ୍‌କାରରେ ପ୍ରେମ ଉପରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନାକରି ବିଜୟ କହିଛନ୍ତି, ଭଲପାଇବାର ଅନୁଭୂତି କ’ଣ ସେ ଜାଣିଛନ୍ତି। ସର୍ତ୍ତମୂଳକ ପ୍ରେମକୁ ସେ ପସନ୍ଦ କରନ୍ତି, ଯେଉଁଥିରେ ୨ ପ୍ରେମୀ ଯୁଗଳ ପରସ୍ପରକୁ ସମ୍ମାନ ଦେବା ସହ ପରସ୍ପରର ପ୍ରାଥମିକତାକୁ ଗ୍ରହଣ କରନ୍ତି। ସେହିପରି ଚଳଚ୍ଚିତ୍ର ଶିଳ୍ପରେ ବିବାହ କରିବା ପରେ ଅନେକଙ୍କ କ୍ୟାରିୟର ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶେଷକରି ଅଭିନେତ୍ରୀମାନଙ୍କୁ ବିବାହ ପରେ ନିଜ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବା ସହ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri