ରଶ୍ମିକାଙ୍କୁ ଡେଟ୍‌ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଅନେକ ଆଲୋଚନା ଚାଲିଥିବା ସଙ୍ଗେ ସଙ୍ଗେ ବିଭିନ୍ନ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଗୁରୁବାର ଏକ ସାକ୍ଷାତ୍‌କାରରେ ବିଜୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ୟୁଟ୍ୟୁବ୍‌ ଚ୍ୟାନେଲ ‘କର୍ଲି ଟେଲ୍ସ’ ସହ ଆଲୋଚନା ସମୟରେ ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନ ସହ ପ୍ରେମ ଏବଂ ବିବାହ ପରି ପ୍ରସଙ୍ଗକୁ ନେଇ ନିଜର ମତାମତ ରଖିଛନ୍ତି। ଏହି ସାକ୍ଷାତ୍‌କାରରେ କୌଣସି ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ବିଜୟଙ୍କୁ ପଚରାଯାଇଥିଲା। ସେ କହିଥିଲେ, ”ମୋର ବୟସ ଏବେ ୩୫। ଆପଣଙ୍କୁ ଲାଗୁଛି ମୁଁ ଏପର୍ଯ୍ୟନ୍ତ ସିଙ୍ଗଲ ଥିବି।“ ଯେତେବେଳେ ବିଜୟଙ୍କୁ ରଶ୍ମିକାଙ୍କ ସହ ତାଙ୍କର ଡେଟିଂକୁ ନେଇ ପ୍ରକାଶ ପାଇଥିବା ବିଭିନ୍ନ ରିପୋର୍ଟ ବିଷୟରେ ପଚରା ଯାଇଥିଲା ସେ କହିଥିଲେ, ” ହଁ, ଏହା ସତ୍ୟ। ବିଭିନ୍ନ ଫିଲ୍ମରେ ମୋର ସାଥୀ ନାୟିକା ସାଜିଥିବା ଜଣେ ଅଭିନେତ୍ରୀଙ୍କୁ ମୁଁ କିଛି ବର୍ଷ ଧରି ଡେଟ୍‌ କରି ଆସୁଛି।“ ଯଦିଓ ଏହି ସାକ୍ଷାତ୍‌କାରରେ ବିଜୟ ସ୍ପଷ୍ଟ ଭାବେ କାହାର ନଁା ନେଇ ନ ଥିଲେ, ତଥାପି ପରୋକ୍ଷରେ ସେ ରଶ୍ମିକାଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ଉଭୟେ ରଶ୍ମିକା ଓ ବିଜୟ ‘ଗୀତ ଗୋବିନ୍ଦମ’, ‘ଡିଅର କମ୍ରେଡ’ ପରି ଅନେକ ହିଟ୍‌ ଚଳଚ୍ଚିତ୍ରରେ ଏକାଠି ନଜରକୁ ଆସିଛନ୍ତି। ଏହି ଚଳଚ୍ଚିତ୍ରଗୁଡ଼ିକରେ ସେମାନଙ୍କର ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ଓ ରୋମାନ୍ସକୁ ଉଭୟଙ୍କ ପ୍ରଶଂସକ ବେଶ୍‌ ପସନ୍ଦ କରିଥିଲେ। ତେବେ କେବଳ ଅନ୍‌ସ୍କ୍ରିନ୍‌ରେ ନୁହେଁ, ବିଭିନ୍ନ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଉଭୟ ବିଜୟ ଏବଂ ରଶ୍ମିକାଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି। ଏହାର ଅନେକ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଫଳରେ ଏହି ହିଟ୍‌ ଯୋଡ଼ି ପରସ୍ପର ସହ ରିଲେଶନ୍‌ଶିପ୍‌ରେ ଥିବା ନେଇ ଉଭୟଙ୍କର ଅନେକ ପ୍ରଶଂସକ ଅନୁମାନ କରୁଥିଲେ।
ଏହି ସାକ୍ଷାତ୍‌କାରରେ ପ୍ରେମ ଉପରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନାକରି ବିଜୟ କହିଛନ୍ତି, ଭଲପାଇବାର ଅନୁଭୂତି କ’ଣ ସେ ଜାଣିଛନ୍ତି। ସର୍ତ୍ତମୂଳକ ପ୍ରେମକୁ ସେ ପସନ୍ଦ କରନ୍ତି, ଯେଉଁଥିରେ ୨ ପ୍ରେମୀ ଯୁଗଳ ପରସ୍ପରକୁ ସମ୍ମାନ ଦେବା ସହ ପରସ୍ପରର ପ୍ରାଥମିକତାକୁ ଗ୍ରହଣ କରନ୍ତି। ସେହିପରି ଚଳଚ୍ଚିତ୍ର ଶିଳ୍ପରେ ବିବାହ କରିବା ପରେ ଅନେକଙ୍କ କ୍ୟାରିୟର ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶେଷକରି ଅଭିନେତ୍ରୀମାନଙ୍କୁ ବିବାହ ପରେ ନିଜ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବା ସହ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri