ବଡ ପରଦାରେ ପୁଣି ଦେଖିବାକୁ ମିଳିବ ଇରଫାନଙ୍କ ଝଲକ

ମୁମ୍ବାଇ: ବଲିଉଡର ସ୍ବର୍ଗୀୟ କଳାକାରଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ସର୍ବ ପ୍ରଥମେ ହୁଏତ ଆସିବ ଇରଫାନ ଖାଁଙ୍କ ନାମ। ଯଦିଓ ଇରଫାନ ଆଜି ଆମ ଗହଣରେ ନାହାନ୍ତି, ହେଲେ ତାଙ୍କ ଅଭିନୀତ ମୁଭି ଆଜିବି ତାଙ୍କ ପ୍ରଶଂସକଙ୍କ ପସନ୍ଦର ମୁଭି ହୋଇ ରହିଛି। ଏବେ ଇରଫାନଙ୍କ ଶେଷ ମୁଭି ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’କୁ ନେଇ ଫ୍ୟାନ୍ସ ଖୁବ ଏକ୍ସାଇଟେଡ ନଜର ଆସିଛନ୍ତି। ବୁଧବାର ଇରଫାନଙ୍କ ଅଭିନୀତ ମୁଭି ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଇରଫାନ ତାଙ୍କ ଆକ୍ଟିଂର ଲାଷ୍ଟ ମ୍ୟାଜିକ ଦେଖାଇବା ନଜର ଆସିବ।

ବୁଧବାର ଜଣାଶୁଣା ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’ର ଟ୍ରେଲର ଶେୟାର କରିଛନ୍ତି। ଇରଫାନଙ୍କ ଏହି ଶେଷ ଫିଲ୍ମ ପାଇଁ ସମସ୍ତ ଦର୍ଶକ ଏକ୍ସାଇଟେଡ ନଜର ଆସିଛନ୍ତି। ଏବେ ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’ର ଶାନଦାର ଟ୍ରେଲର ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟକୁ ଦ୍ୱିଗୁଣା କରି ଦେଇଛି। ‘ ଦ ସଙ୍ଗ ସ୍କର୍ପିୟନ୍ସ’ରେ ଇରଫାନ ଖାଁ ଜଣେ ଓଟ ବ୍ୟବସାୟୀ ଚରିତ୍ରରେ ନଜର ଆସିବେ।
ରାଜସ୍ଥାନି ଭାଷାରେ ଇରଫାନଙ୍କ ଡାଏଲଗ ଡେଲିଭରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନ୍ୟପଟେ ଇରାନି-ଫ୍ରେଞ୍ଚ ଆକ୍ଟ୍ରେସ ଗୋଲସିପ୍ତେହ ଫରହାନି ବି ଫିଲ୍ମରେ ଏକ ବୈଦ ଭୂମିକାରେ ନଜର ଆସିଛନ୍ତି। ଇରଫାନ ଓ ଗୋଲସିପ୍ତେହ ଫରହାନିଙ୍କ ବ୍ୟତୀତ ଏହି ମୁଭିରେ ବରିଷ୍ଠ ଅଭିନେତ୍ରୀ ଓ୍ବାହିଦା ରହମାନ ଓ ଅଭିନେତା ଶଶାଙ୍କ ଆରୋଡା ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।
ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ ୨୯ ଏପ୍ରିଲ ୨୦୨୦ରେ କ୍ୟାନସରରେ ପୀଡ଼ିତ ଥିବା ଇରଫାନଙ୍କର ପରଲୋକ ହୋଇଥିଲା। ଏବେ ଶେଷ ଥର ଲାଗି ଇରଫାନ ବଡ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖାଇବେ। ଇରଫାନଙ୍କ ତୃତୀୟ ଡେଥ ଆନିଭର୍ସାରୀ ଅବସରରେ ‘ଦ ସଙ୍ଗ ଅଫ ସ୍କର୍ପିଅନ୍ସ’ ୨୮ ଏପ୍ରିଲ ୨୦୨୩ରେ ରିଲିଜ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri