ଅସମ୍ଭାଳ ଭିଡ଼, ଲୋକେ ହଇରାଣ

ଭୁବନେଶ୍ୱର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରି ମଙ୍ଗଳବାର ଓଡ଼ିଶା ଫେରିବା ପରେ ତାଙ୍କୁ ବିଜେଡି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବଡ଼ଧରଣର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର ହଜାର ହଜାର କର୍ମୀ ଓ ନେତା ଏକାଠି ହୋଇ ତାଙ୍କୁ ସ୍ବାଗତ କରିଥିଲେ। ତେବେ ଗୋଟିଏ ପଟେ ବିଜେଡିର ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଅନ୍ୟପଟେ ରାଜଧାନୀର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ଯୋଗୁ ଜନସାଧାରଣଙ୍କୁ ହଇରାଣ ହେବାକୁ ପଡ଼ିଛି। ବିମାନବନ୍ଦର, ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳଷ୍ଟେଶନ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଜରୁରୀ କାମରେ ଯାଉଥିବା ଲୋକେ ଦୀର୍ଘ ସମୟ ଧରି ସହରର ଗୁରୁତ୍ୱପୂର୍ଣ୍ଣ ଛକରେ ଅଟକି ରହିଥିଲେ। ପ୍ରାୟ ୫ଘଣ୍ଟା ଧରି ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରାଫିକ୍‌ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିଥିଲା।
ଉକ୍ତ କାର୍ଯ୍ୟକ୍ରମ ଲାଗି ଭିଡ଼ ହେବାକୁ ଥିବାରୁ ସୋମବାର କମିଶନରେଟ ପୋଲିସ ସ୍ବତନ୍ତ୍ର ପରାମର୍ଶ ଜାରି କରି ବିମାନଯାତ୍ରୀଙ୍କୁ ଧାର୍ଯ୍ୟ ସମୟଠାରୁ ୩ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚତ୍ବାକୁ କହିଥିଲା। ଏପରିକି ଦଳୀୟ କର୍ମୀଙ୍କ ଗାଡ଼ି ରହିବାକୁ ୩ଟି ପାର୍କିଂ ସ୍ଥଳ କରାଯିବା ସହ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ଏସବୁ ବ୍ୟବସ୍ଥା ସତ୍ତ୍ୱେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ସକାଳ ପ୍ରାୟ ୭ଟାରେ ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନେ ଦଳୀୟ ପତାକା ଓ ପ୍ଲାକାର୍ଡ ସହ ନିଜ ନିଜ କର୍ମୀଙ୍କୁ ନେଇ ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ସେମାନେ ଆସିଥିବା ଗାଡ଼ି ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ବିମାନବନ୍ଦରକୁ ସଂଯୋଗ କରୁଥିବା ସହରର ସମସ୍ତ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ରାଜଭବନରୁ ଏଜି ଛକ, ରାଜମହଲରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ପ୍ରଭୃତି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏପରିକି ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ରାଜଭବନ ଛକରୁ ଏଜି ଛକ ଆଡ଼କୁ ଯାଉଥିବା ଏକ ଆମ୍ବୁଲାନ୍ସ ଫସିଯାଇଥିଲା। ଫଳରେ ୩୦ ମିନିଟ୍‌ ଅଟକି ରହିଥିଲା। ସେହିପରି ଅନ୍ୟ କେତୋଟି ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଇ ତ ଆଉ କେହି ରୋଗୀ ଆଣି ରାସ୍ତାରେ ଫସି ରହିଥିଲେ। ପୂର୍ବାହ୍ନରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀ ଏବଂ ମା’ଙ୍କ ସହ ଶିଶୁଭବନ ଛକରୁ ରେଳଷ୍ଟେଶନ ଯିବାବେଳେ କୌଣସି ଗାଡ଼ି ମିଳି ନ ଥିଲା। ଫଳରେ ସେମାନେ ଚାଲି ଚାଲି ଯାଇଥିଲେ। ସେହିପରି ଜରୁରୀ କାମରେ କ୍ୟାପିଟାଲ ହସ୍ପିଟାଲ ଯାଉଥିବା ଜଣେ ବ୍ୟକ୍ତି କହିଛନ୍ତି, ମୁଁ ଟ୍ରାଫିକ୍‌ ଜାମ୍‌ ପାଇଁ ଫସିଯାଇଥିଲି। ଯଦି କୌଣସି କାରଣରୁ ଏଭଳି ଭିଡ଼ ସୃଷ୍ଟି ହେବ ତାହା ଗଣତନ୍ତ୍ର ଲାଗି ଶୋଭନୀୟ ନୁହେଁ। ସୂଚନାଯୋଗ୍ୟ, ସକାଳ ପ୍ରାୟ ୭ଟାରୁ ଏଭଳି ପରିସ୍ଥିତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲାଗିରହିଥିଲା। ତେବେ ବିଜେଡି ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯାଇ ସାଧାରଣ ଲୋକଙ୍କୁ କାହିଁକି ହଇରାଣ କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଛି।
ଅପରପକ୍ଷରେ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ଆଶାଠାରୁ ଅଧିକ ସଂଖ୍ୟାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଗାଡ଼ି ଆସିଥିଲା। ଉକ୍ତ ଗାଡ଼ିଗୁଡ଼ିକୁ ୩ଟି ପାର୍କିଂ ସ୍ଥଳକୁ ଯିବାକୁ କୁହାଯାଇଥିଲା। ତେବେ ସେଗୁଡ଼ିକ ମଧ୍ୟରୁ କିଛି ଭୁବନେଶ୍ୱର ଟ୍ରାଫିକ୍‌ ବ୍ୟବସ୍ଥା ସଂକ୍ରାନ୍ତରେ ଅଜ୍ଞ ଥିବାରୁ ଠିକ ଭାବେ ପାର୍କିଂ ସ୍ଥଳକୁ ଯାଇ ପାରି ନ ଥିଲେ। ଏପରିକି ସେମାନଙ୍କୁ ପୋଲିସ ପକ୍ଷରୁ ମଧ୍ୟ ସଚେତନ କରାଯାଉଥିଲା। ଏନେଇ ଆଗାମୀ ଦିନରେ ଦୃଷ୍ଟି ଦିଆଯିବ ବୋଲି ଏସିପି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri