ତାରିଣୀ ମନ୍ଦିର ରଙ୍ଗମରା କାମରେ ଅନିୟମିତତା

ଘଟଗାଁ, ୫ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗତ ୬ ମାସ ହେଲା ଭାଙ୍ଗିଯାଇଛି। କାମଚଳା ଭାବେ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି। ମାସରେ ଦିନେ ଦୁଇ ଦିନ ଆସି ସେ ପଳାଉଥିବା ବେଳେ ବର୍ତ୍ତମାନ ଦ୍ରୁତଗତିରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟ ଟ୍ରଷ୍ଟର ନିୟମ ଅନୁଯାୟୀ କରାଯାଉ ନ ଥିବା ଅଭିଯୋଗ ହେଉଛି। ୧ ଲକ୍ଷ ଟଙ୍କା ଉପରେ ଉନ୍ନୟନ କାର୍ଯ୍ୟ ହେଲେ ଟେଣ୍ଡର ମାଧ୍ୟମରେ କରାଯିବା ନିୟମ ରହିଛି। କାମର ପ୍ଲାନ୍‌, ଏଷ୍ଟିମେଟ, ବ୍ୟୟ ଅଟକଳ ଦେବୋତ୍ତର କମିଶନରଙ୍କ ଅନୁମୋଦନ ପରେ ଟେଣ୍ଡର ଡକାଯାଇ କାମ ଆରମ୍ଭ କରାଯିବା କଥା। ମାତ୍ର ବର୍ତ୍ତମାନର କାମଚଳା ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଏହି ନିୟମର ଖୋଲାଖୋଲି ଉଲ୍ଲଘଂନ କରି ବିନା ଟେଣ୍ଡରରେ ୩୦ ଲକ୍ଷ ଟଙ୍କାର ରଙ୍ଗମରା କାର୍ଯ୍ୟ କରାଉଥିବା କେଦାରନାଥ ସାହୁ, ଲକ୍ଷ୍ମୀଧର ମହାନ୍ତ, ନୃସିଂହ ଚରଣ ସାହୁ, ଅଜୟ ମହାପାତ୍ର, ଉତ୍ତମ ଖଣ୍ଡା,ସତ୍ୟମ ଦେହୁରୀ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଦେବୋତ୍ତର କମିଶନଙ୍କଠାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୨୨ରେ ଟ୍ରଷ୍ଟ ପକ୍ଷରୁ ନଡ଼ିଆ ଗୋଦାମ ଗୃହ ସେପାରେଶନ ଓ ଯାତ୍ରୀ ନିବାସ ଉପର ମହଲା କାମ ନେଇ ଟେଣ୍ଡର ଡକାଯାଇଥିଲା। ନିକଟରେ ଭୋଗଦୋକାନ, ଚୂଳପକା, ମାନସିକ ନଡ଼ିଆ ଟେଣ୍ଡର, ଲକର, ଗାଡ଼ିପୂଜା ଦୋକାନ ଟେଣ୍ଡର ଡକାଯାଇଥିବାରୁ ଏଥିରେ ବହୁ ଲୋକ ଅଂଶଗ୍ରହଣ କରିଥିଲେ। ବିଶେଷକରି ସ୍ଥାନୀୟ ଲୋକେ ଏଥିରେ ଅଂଶଗ୍ରହଣ କରି ଉପକୃତ ହୋଇଥିଲେ। ମାତ୍ର ମନ୍ଦିର ରଙ୍ଗମରା କାର୍ଯ୍ୟ ପାଇଁ ଟେଣ୍ଡର ଡକା ନ ଯାଇ ତାହାକୁ କୋଟେଶନ କଲ୍‌ ମାଧ୍ୟମରେ କରାଯାଉଛି। ଯେଉଁ ପ୍ରଣାଳୀରେ ଏହି କୋଟେଶନ ଡକାଯାଉଛି ତାହାର କାର୍ଯ୍ୟକାରିତା ନେଇ ଲୋକଙ୍କୁ ଅବଗତ କରାଯାଉନାହିଁ। ଏହା କେବଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କୁ ଜଣାବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ଲୋକେ କାମ ପାଉ ନ ଥିବା ବେଳେ କେନ୍ଦୁଝର ଟାଉନର ଏକ ଠିକାଦାର ସଂସ୍ଥା ଦ୍ୱାରା ଏହି କାମ କରାଯାଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ରଙ୍ଗ ବ୍ୟବସାୟୀ, ଶ୍ରମିକଙ୍କୁ କାମରେ ଲଗାଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଉକ୍ତ ରଙ୍ଗମରା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଭାବେ କରାଯାଇଛି। ପୂର୍ବ ରଙ୍ଗ କାର୍ଯ୍ୟ ବେଳେ ଯେଉଁ କମ୍ପାନୀର ରଙ୍ଗ ବ୍ୟବହାର କରାଯାଇଥିଲା ବର୍ତ୍ତମାନ ଅନ୍ୟ କମ୍ପାନୀର ରଙ୍ଗ ମରାଯାଉଥିବା ଦେଖିବାକୁ ମିଳିଛି। ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ଦେଖାଦେଇଛି। ରଙ୍ଗମରା ପୂର୍ବରୁ ସଫା କରାଯାଉନାହିଁ। ଫଟା କିମ୍ବା ପ୍ଲାଷ୍ଟର ନ ଥିବା ସ୍ଥାନକୁ ମରାମତି କରି ରଙ୍ଗମାରିବା ପରିବର୍ତ୍ତେ ସିଧାସଳଖ ରଙ୍ଗ ମରାଯାଉଛି। ଫଳରେ ଏହି ରଙ୍ଗ ଶୀଘ୍ର ଧୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମନ୍ଦିର ବେଢ଼ା, ଉପର ଭାଗ, ମନ୍ଦିର ଚତୁଃପାଶ୍ୱର୍ର୍ ପାଚେରି, ଯାତ୍ରୀନିବାସ, ଅତିଥି ନିବାସ, କଲ୍ୟାଣମଣ୍ଡପ, ଶିବମନ୍ଦିର, ନଡିଆ ଗୋଦାମ, ୪ ଗେଟ୍‌ ଓ ବଜାର ବସ୍‌ଷ୍ଟାଣ୍ଡ ହୁଣ୍ଡି ସହିତ ବିଭିନ୍ନ ସ୍ଥାନରେ ଏହି ରଙ୍ଗମରା କାର୍ଯ୍ୟ କରାଯାଉଛି।
ଡିଭିଜନାଲ ଇନ୍ସପେକ୍ଟର ବିନା ଅନୁମୋଦନରେ ଦେବୋତ୍ତର କମିଶନରଙ୍କଠାରୁ ଏଷ୍ଟିମେଟ ପାସ୍‌ ନ କରାଇ ମନ୍ଦିର ରଙ୍ଗମରା କାର୍ଯ୍ୟ ସହିତ ୩ ନମ୍ବର ଗେଟ୍‌ରେ ଷ୍ଟିଲ୍‌ ଗେଟ୍‌ ନିର୍ମାଣ, ଗୋବିନ୍ଦଭଞ୍ଜଙ୍କ ପ୍ରତିମୂର୍ର୍ତ୍ତିି ସୌନ୍ଦର୍ଯ୍ୟକରଣ, ମନ୍ଦିରବେଢ଼ା ଆଲୋକୀକରଣ ଓ ଦୀପଷ୍ଟାଣ୍ଡଠାରୁ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ପେଭର ବିଛା, ରୋଷେଇଘରଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ଟାଇଲ ବିଛା, ଅତିଥି ନିବାସ ତଳ ମହାଲା ଉନ୍ନତୀକରଣ, ପ୍ରସ୍ଥାନ ଦ୍ୱାର ଅତିଥି ନିବାସ ସମ୍ମୁଖରେ ଷ୍ଟିଲ ବାରିକେଡ୍‌ ନିର୍ମାଣ, ଭି.ଆଇ.ପି ରୁମ୍‌ ୨୯,୩୦,୩୧ ନବୀକରଣ, ରୋଷେଇ ଘର ଉପର ଛାତ ଗ୍ରେଡିଂ,ପ୍ଲାଷ୍ଟର,ସେଲଫି ପଏଣ୍ଟ ନିର୍ମାଣ, ମନ୍ଦିର ପରିସର ଘାସବିଛା କାର୍ଯ୍ୟ କରାଯାଉଛି।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଟେଣ୍ଡର ନ କରି କୋଟେଶନ ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଛି ବୋଲି ସ୍ବୀକାର କରିଛନ୍ତି। ଭୋଗଦେକାନ, ନଡ଼ିଆ ଦୋକାନ, ମାନସିକ ନଡ଼ିଆ ଟେଣ୍ଡର ଡକାଯାଉଥିବା ବେଳେ ଏସବୁ ଉନ୍ନୟନ କାମ ପାଇଁ କୋଟେସନ କାହିଁକି ପଚାରିବାରୁ ଯେଉଁ ଟେଣ୍ଡର ଆହ୍ବାନ କରାଯାଉଛି ସେଥିରେ ୨-୩ ପର୍ଯ୍ୟାୟ ପର୍ଯ୍ୟନ୍ତ କେହି ଅଂଶଗ୍ରହଣ କରୁ ନ ଥିବାରୁ ଶୀଘ୍ର କାର୍ଯ୍ୟ ପାଇଁ କୋଟେଶନ ଆହ୍ବାନ କରାଯାଉଛି। ସେହିପରି ଉକ୍ତ କାର୍ଯ୍ୟର ଏଷ୍ଟିମେଟ ଦେବୋତ୍ତର କମିଶନରଙ୍କ ମଞ୍ଜୁରୀ ପାଇ ନ ଥିବା ଏବଂ କେବଳ ବଜେଟ ଅନୁଯାୟୀ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri