ତାରିଣୀ ମନ୍ଦିର ରଙ୍ଗମରା କାମରେ ଅନିୟମିତତା

ଘଟଗାଁ, ୫ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗତ ୬ ମାସ ହେଲା ଭାଙ୍ଗିଯାଇଛି। କାମଚଳା ଭାବେ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି। ମାସରେ ଦିନେ ଦୁଇ ଦିନ ଆସି ସେ ପଳାଉଥିବା ବେଳେ ବର୍ତ୍ତମାନ ଦ୍ରୁତଗତିରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟ ଟ୍ରଷ୍ଟର ନିୟମ ଅନୁଯାୟୀ କରାଯାଉ ନ ଥିବା ଅଭିଯୋଗ ହେଉଛି। ୧ ଲକ୍ଷ ଟଙ୍କା ଉପରେ ଉନ୍ନୟନ କାର୍ଯ୍ୟ ହେଲେ ଟେଣ୍ଡର ମାଧ୍ୟମରେ କରାଯିବା ନିୟମ ରହିଛି। କାମର ପ୍ଲାନ୍‌, ଏଷ୍ଟିମେଟ, ବ୍ୟୟ ଅଟକଳ ଦେବୋତ୍ତର କମିଶନରଙ୍କ ଅନୁମୋଦନ ପରେ ଟେଣ୍ଡର ଡକାଯାଇ କାମ ଆରମ୍ଭ କରାଯିବା କଥା। ମାତ୍ର ବର୍ତ୍ତମାନର କାମଚଳା ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଏହି ନିୟମର ଖୋଲାଖୋଲି ଉଲ୍ଲଘଂନ କରି ବିନା ଟେଣ୍ଡରରେ ୩୦ ଲକ୍ଷ ଟଙ୍କାର ରଙ୍ଗମରା କାର୍ଯ୍ୟ କରାଉଥିବା କେଦାରନାଥ ସାହୁ, ଲକ୍ଷ୍ମୀଧର ମହାନ୍ତ, ନୃସିଂହ ଚରଣ ସାହୁ, ଅଜୟ ମହାପାତ୍ର, ଉତ୍ତମ ଖଣ୍ଡା,ସତ୍ୟମ ଦେହୁରୀ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଦେବୋତ୍ତର କମିଶନଙ୍କଠାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୨୨ରେ ଟ୍ରଷ୍ଟ ପକ୍ଷରୁ ନଡ଼ିଆ ଗୋଦାମ ଗୃହ ସେପାରେଶନ ଓ ଯାତ୍ରୀ ନିବାସ ଉପର ମହଲା କାମ ନେଇ ଟେଣ୍ଡର ଡକାଯାଇଥିଲା। ନିକଟରେ ଭୋଗଦୋକାନ, ଚୂଳପକା, ମାନସିକ ନଡ଼ିଆ ଟେଣ୍ଡର, ଲକର, ଗାଡ଼ିପୂଜା ଦୋକାନ ଟେଣ୍ଡର ଡକାଯାଇଥିବାରୁ ଏଥିରେ ବହୁ ଲୋକ ଅଂଶଗ୍ରହଣ କରିଥିଲେ। ବିଶେଷକରି ସ୍ଥାନୀୟ ଲୋକେ ଏଥିରେ ଅଂଶଗ୍ରହଣ କରି ଉପକୃତ ହୋଇଥିଲେ। ମାତ୍ର ମନ୍ଦିର ରଙ୍ଗମରା କାର୍ଯ୍ୟ ପାଇଁ ଟେଣ୍ଡର ଡକା ନ ଯାଇ ତାହାକୁ କୋଟେଶନ କଲ୍‌ ମାଧ୍ୟମରେ କରାଯାଉଛି। ଯେଉଁ ପ୍ରଣାଳୀରେ ଏହି କୋଟେଶନ ଡକାଯାଉଛି ତାହାର କାର୍ଯ୍ୟକାରିତା ନେଇ ଲୋକଙ୍କୁ ଅବଗତ କରାଯାଉନାହିଁ। ଏହା କେବଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କୁ ଜଣାବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ଲୋକେ କାମ ପାଉ ନ ଥିବା ବେଳେ କେନ୍ଦୁଝର ଟାଉନର ଏକ ଠିକାଦାର ସଂସ୍ଥା ଦ୍ୱାରା ଏହି କାମ କରାଯାଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ରଙ୍ଗ ବ୍ୟବସାୟୀ, ଶ୍ରମିକଙ୍କୁ କାମରେ ଲଗାଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଉକ୍ତ ରଙ୍ଗମରା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଭାବେ କରାଯାଇଛି। ପୂର୍ବ ରଙ୍ଗ କାର୍ଯ୍ୟ ବେଳେ ଯେଉଁ କମ୍ପାନୀର ରଙ୍ଗ ବ୍ୟବହାର କରାଯାଇଥିଲା ବର୍ତ୍ତମାନ ଅନ୍ୟ କମ୍ପାନୀର ରଙ୍ଗ ମରାଯାଉଥିବା ଦେଖିବାକୁ ମିଳିଛି। ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ଦେଖାଦେଇଛି। ରଙ୍ଗମରା ପୂର୍ବରୁ ସଫା କରାଯାଉନାହିଁ। ଫଟା କିମ୍ବା ପ୍ଲାଷ୍ଟର ନ ଥିବା ସ୍ଥାନକୁ ମରାମତି କରି ରଙ୍ଗମାରିବା ପରିବର୍ତ୍ତେ ସିଧାସଳଖ ରଙ୍ଗ ମରାଯାଉଛି। ଫଳରେ ଏହି ରଙ୍ଗ ଶୀଘ୍ର ଧୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମନ୍ଦିର ବେଢ଼ା, ଉପର ଭାଗ, ମନ୍ଦିର ଚତୁଃପାଶ୍ୱର୍ର୍ ପାଚେରି, ଯାତ୍ରୀନିବାସ, ଅତିଥି ନିବାସ, କଲ୍ୟାଣମଣ୍ଡପ, ଶିବମନ୍ଦିର, ନଡିଆ ଗୋଦାମ, ୪ ଗେଟ୍‌ ଓ ବଜାର ବସ୍‌ଷ୍ଟାଣ୍ଡ ହୁଣ୍ଡି ସହିତ ବିଭିନ୍ନ ସ୍ଥାନରେ ଏହି ରଙ୍ଗମରା କାର୍ଯ୍ୟ କରାଯାଉଛି।
ଡିଭିଜନାଲ ଇନ୍ସପେକ୍ଟର ବିନା ଅନୁମୋଦନରେ ଦେବୋତ୍ତର କମିଶନରଙ୍କଠାରୁ ଏଷ୍ଟିମେଟ ପାସ୍‌ ନ କରାଇ ମନ୍ଦିର ରଙ୍ଗମରା କାର୍ଯ୍ୟ ସହିତ ୩ ନମ୍ବର ଗେଟ୍‌ରେ ଷ୍ଟିଲ୍‌ ଗେଟ୍‌ ନିର୍ମାଣ, ଗୋବିନ୍ଦଭଞ୍ଜଙ୍କ ପ୍ରତିମୂର୍ର୍ତ୍ତିି ସୌନ୍ଦର୍ଯ୍ୟକରଣ, ମନ୍ଦିରବେଢ଼ା ଆଲୋକୀକରଣ ଓ ଦୀପଷ୍ଟାଣ୍ଡଠାରୁ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ପେଭର ବିଛା, ରୋଷେଇଘରଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ଟାଇଲ ବିଛା, ଅତିଥି ନିବାସ ତଳ ମହାଲା ଉନ୍ନତୀକରଣ, ପ୍ରସ୍ଥାନ ଦ୍ୱାର ଅତିଥି ନିବାସ ସମ୍ମୁଖରେ ଷ୍ଟିଲ ବାରିକେଡ୍‌ ନିର୍ମାଣ, ଭି.ଆଇ.ପି ରୁମ୍‌ ୨୯,୩୦,୩୧ ନବୀକରଣ, ରୋଷେଇ ଘର ଉପର ଛାତ ଗ୍ରେଡିଂ,ପ୍ଲାଷ୍ଟର,ସେଲଫି ପଏଣ୍ଟ ନିର୍ମାଣ, ମନ୍ଦିର ପରିସର ଘାସବିଛା କାର୍ଯ୍ୟ କରାଯାଉଛି।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଟେଣ୍ଡର ନ କରି କୋଟେଶନ ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଛି ବୋଲି ସ୍ବୀକାର କରିଛନ୍ତି। ଭୋଗଦେକାନ, ନଡ଼ିଆ ଦୋକାନ, ମାନସିକ ନଡ଼ିଆ ଟେଣ୍ଡର ଡକାଯାଉଥିବା ବେଳେ ଏସବୁ ଉନ୍ନୟନ କାମ ପାଇଁ କୋଟେସନ କାହିଁକି ପଚାରିବାରୁ ଯେଉଁ ଟେଣ୍ଡର ଆହ୍ବାନ କରାଯାଉଛି ସେଥିରେ ୨-୩ ପର୍ଯ୍ୟାୟ ପର୍ଯ୍ୟନ୍ତ କେହି ଅଂଶଗ୍ରହଣ କରୁ ନ ଥିବାରୁ ଶୀଘ୍ର କାର୍ଯ୍ୟ ପାଇଁ କୋଟେଶନ ଆହ୍ବାନ କରାଯାଉଛି। ସେହିପରି ଉକ୍ତ କାର୍ଯ୍ୟର ଏଷ୍ଟିମେଟ ଦେବୋତ୍ତର କମିଶନରଙ୍କ ମଞ୍ଜୁରୀ ପାଇ ନ ଥିବା ଏବଂ କେବଳ ବଜେଟ ଅନୁଯାୟୀ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri