କମ୍ପ୍ୟୁଟର କିଣାରେ ଅନିୟମିତତା

ବାଲେଶ୍ୱର ଅଫିସ,୨୪।୩: ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ନାମରେ ପୂର୍ବରୁ ବେଆଇନ୍‌ ନିଯୁକ୍ତି, ପାଠ୍ୟ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ରହିଆସିଥିବା ବେଳେ ଏବେ ୫-ଟି ରୂପାନ୍ତରଣ ବିଦ୍ୟାଳୟ ପାଇଁ କମ୍ପ୍ୟୁଟର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଜିଲାରେ ୫-ଟି ରୂପାନ୍ତରଣରେ ସରକାରୀ ଉଚ୍ଚବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସୌନ୍ଦର୍ଯ୍ୟକରଣଠାରୁ ଆରମ୍ଭ କରି ବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ଏହି କ୍ରମରେ ଜିଲାର ୧୮୫ ଉଚ୍ଚ ବିଦ୍ୟାଳୟ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ହଜାର କମ୍ପ୍ୟୁଟର କିଣାଯିବା ଲାଗି ଜିଲା ଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ହୋଇଛି, ଯାହାକୁ ନେଇ ବିଭାଗର ସ୍ବଚ୍ଛତା ଉପରେ ସନ୍ଦେହ ଉପୁଜିଛି। କମ୍ପ୍ୟୁଟର କିଣାଯିବା ନେଇ କିଛି ସଂସ୍ଥା ଅଭିଯୋଗ ଆଣିଛନ୍ତି ଯେ, ସରକାରୀ କାର୍ଯ୍ୟରେ ଯେକୌଣସି ସାମଗ୍ରୀ କ୍ରୟ ପାଇଁ ସରକାରୀ ଇ-ମାକେର୍ଟରେ ପ୍ରବେଶ କରିବାକୁ ହୁଏ। ମାତ୍ର ଜିଲା ଶିକ୍ଷା ବିଭାଗ ତରଫରୁ କମ୍ପ୍ୟୁଟର କିଣାରେ ଓପନ୍‌ ଟେଣ୍ଡର ହୋଇଛି। ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର ନେଇ ସରକାର ମେକ୍‌ ଇନ୍‌ ଇଣ୍ଡିଆ ଉପରେ ଗୁରୁତ୍ୱ ଦେବା ସହ ବିଦେଶୀ ସାମଗ୍ରୀ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। ମାତ୍ର ଭାରତରେ ପ୍ରସ୍ତୁତ ହେଉ ନ ଥିବା କମ୍ପାନୀର କମ୍ପ୍ୟୁଟର ୫-ଟି ସ୍କୁଲ ପାଇଁ କିଣିବାକୁ କାହିଁକି ନିଷ୍ପତ୍ତି ହୋଇଛି ସେନେଇ ପ୍ରଶ୍ନ ଉଠିଛି। ଖୋଲା ବଜାରରେ ପ୍ରତି ଲେନୋଭୋ କମ୍ପ୍ୟୁଟରର ମୂଲ୍ୟ ୨୫ରୁ ୨୮ ହଜାର ଟଙ୍କାରେ ଉପଲବ୍ଧ ଥିବାବେଳେ ଟେଣ୍ଡର ପାଇଥିବା ଭୁବନେଶ୍ୱରର ସଂସ୍ଥା ‘ମାକ୍ସ ପାୱାର’କୁ ୩୯ ହଜାର ଟଙ୍କାରେ ଯୋଗାଣ ପାଇଁ ଚୁକ୍ତି କରାଯାଇଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଜିଲାରେ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକରୁ ୫-ଟି ରୂପାନ୍ତରଣ ନଁାରେ ବ୍ୟାପକ ଅର୍ଥ ହରିଲୁଟ୍‌ ହେଉଛି। ଏନେଇ ଜିଲାବ୍ୟାପୀ ଅଭିଯୋଗ ଆସୁଥିବା ବେଳେ ଜିଲା ପ୍ରଶାସନ କିମ୍ବା ଜିଲା ଶିକ୍ଷା ବିଭାଗର ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି।
ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର କହିଛନ୍ତି, ୫-ଟିର ପର୍ଚେଜ୍‌ କମିଟି ଦ୍ୱାରା ଆଦୃତ ହେବା ପରେ ବିଜ୍ଞାପନ ବାହାରିଥିଲା। କମ୍ପ୍ୟୁଟର ସମ୍ବନ୍ଧୀୟ ଦିଆଯାଇଥିବା ସ୍ପେଶିଫିକେସନ୍‌କୁ ଆଧାର କରି ପ୍ରଥମେ ଟେକ୍ନିକାଲ ବିଡ୍‌ ଏବଂ ପରେ ଫାଇନାନ୍ସିଆଲ୍‌ ବିଡ୍‌ ପାଇଁ ବିଡ଼ରଙ୍କ ଓପନ୍‌ ଟେଣ୍ଡର ଖୋଲାଯାଇଥିଲା। ଲଏଷ୍ଟ ଟେଣ୍ଡରଧାରୀଙ୍କୁ ବିଭିନ୍ନ ବ୍ଲକରେ ଥିବା ୫-ଟି ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଆବଶ୍ୟକ ଥିବା କମ୍ପ୍ୟୁଟରକୁ ବିଡିଓଙ୍କ ମାଧ୍ୟମରେ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇ ନ ଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri