SCB ମେଡିକାଲରେ ଅବ୍ୟବସ୍ଥା: ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲୁଛି ସାଲାଇନ

କଟକ,୨୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)ର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ କେଉଁଠି ବିଦ୍ୟୁତ ମେନ ସୁଇଚ୍‌ ବକ୍ସରେ ସାଲାଇନ ବୋତଲ ଝୁଲାଯାଇଛି ତ ଆଉ କେଉଁଠି କବାଟ ଓ ଝରକାରେ ଝୁଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏପରିକି ଯେଉଁଠି ସାଲାଇନ ଷ୍ଟାଣ୍ଡ ରହିଛି ସେଠି ଗୋଟିଏ ଷ୍ଟାଣ୍ଡରେ ୩ ରୋଗୀଙ୍କ ସାଲାଇନ ବୋତଲ ଝୁଲାଯାଉଛି। ମେଡିକାଲକୁ ରୋଗୀ ସୁସ୍ଥ ହେବାକୁ ଆସୁଥିବାବେଳେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସାଲାଇନ ବୋତଲ ଝୁଲାଇ ଚିକିତ୍ସା କରିବା ଯେପରି ରୋଗୀଙ୍କୁ ବିପଦ ଆଡକୁ ମେଡିକାଲ କର୍ତ୍ତୃପକ୍ଷ ଠେଲି ଦେଉଥିବା ଅନୁଭବ ହେଉଛି। ସେହିପରି ୱାର୍ଡରେ ରୋଗୀଙ୍କ ବେଡ୍‌ ନ ମିଳିବା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ବେଡ୍‌ ନ ମିଳିବା ଫଳରେ ରୋଗୀ ୱାର୍ଡ ପରିସର, ଶିଡି କଡରେ ଚଟାଣରେ ଶୋଇ ରହୁଛନ୍ତି। ଏହାସହ ୱାର୍ଡରେ ଥିବା ଶୌଚାଳୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି ଏବଂ ଏହା ଠିକ୍‌ ଭାବେ ସଫା କରାଯାଉ ନାହିଁ। ଫଳରେ ପ୍ରବେଶ ଦ୍ୱାରାଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସବୁଠି ଦୁର୍ଗନ୍ଧରେ ଫାଟି ପଡୁଛି। ଏଭଳି ପରିବେଶରେ ରୋଗୀ ସମ୍ପର୍କୀୟଙ୍କୁ ଅସୁସ୍ଥ ହେବାର ଭୟ ଘାରୁଛି।

ସୂଚନା ଅନୁଯାୟୀ, ଏସ୍‌ସିବିର ନୂତନ ଭେଷଜ ବିଭାଗ ବା ନ୍ୟୁ ମେଡିସିନି ବିଭାଗ ଚତୃର୍ଥ ମହଲା ବିଶିଷ୍ଠ ରହିଛି। ୱାର୍ଡର ପ୍ରଥମ ମହଲା ଆଇସିୟୁ ଥିବାବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲା ରୋଗୀଙ୍କ ପାଇଁ ୱାର୍ଡର ବ୍ୟବସ୍ଥା ରହିଛି। ଏଠାରେ ଆଇସିୟୁ ଓ ୱାର୍ଡକୁ ମିଶାଇ ପ୍ରାୟ ୧୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ହେଲେ ଭେଷଜ ବିଭାଗକୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସୁଥିବାବେଳେ ଏହା ସମୂଦ୍ରକୁ ଶଙ୍ଖେ ସହ ସମାନ। ମେଡିକାଲରେ ଚିକିତ୍ସା ଜାରି ରହିଥିବା ପାରାଦ୍ୱୀପ ଅଞ୍ଚଳର ନରେନ ମଣ୍ଡଳ, କଳାହାଣ୍ଡି ଲାଞ୍ଜିଗଡ ଅଞ୍ଚଳର ଚିତ୍ତରଞ୍ଜନ ପେସେନିଆଙ୍କ ସମେତ ଅନକେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଶଯ୍ୟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଥିବାବେଳେ ଏହା କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପୁଟିନଙ୍କୁ ରିଟର୍ନ ଉପହାର ଦେଲେ ମୋଦି: ରୁଷିଆ ନାଗରିକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri