ମିଶନ ଶକ୍ତି ପଦବୀ ଚୟନରେ ଅନିୟମିତତା

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିବା ପ୍ରାର୍ଥତ୍ନୀଙ୍କ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରାର୍ଥତ୍ନୀମାନେ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଏହି ପଦବୀଗୁଡିକ ନିଯୁକ୍ତି ପାଇଁ ଟଙ୍କା ମଧ୍ୟ ମଗାଯାଉଥିବା ଓଡିଓ ଗତ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଶୁକ୍ରବାର ପୁଣି ଏକ ଅଭିଯୋଗ ସାମାନାକୁ ଆସିଛି। ଜୁନାଗଡ ବ୍ଲକ କଛିମଡୋଲା ଗ୍ରାମର ହୀରାଦେଈ ନାଏକ ମିଶନ ଶକ୍ତି ପକ୍ଷରୁ ବାହାରି ଥିବା ସିଆରପି-ସିଏମ ପଦବୀ ପାଇଁ ଆବେଦନ କରିଥିଲେ। ଏଥିରେ ଗ୍ରାମର ଆଉ ଜଣେ ପ୍ରାର୍ଥତ୍ନୀ ମଧ୍ୟ ସେହି ପଦବୀ ପାଇଁ ଆବେଦନ କରିଥିଲେ। ହେଲେ ସମ୍ପୃକ୍ତ ପ୍ରାର୍ଥତ୍ନୀଙ୍କଠାରୁ ହୀରାଦେଈଙ୍କ ଅଧିକ ମାର୍କ ଥିବା ଥିବାବେଳେ ହୀରାଦେଈଙ୍କୁ ନିଯୁକ୍ତି ଦିଆ ନ ଯାଇ ବିପକ୍ଷରେ ଥିବା ପ୍ରାର୍ଥତ୍ନୀଙ୍କୁ ଉକ୍ତ ପଦବୀ ପାଇଁ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ସେ ଶୁକ୍ରବାର ଜୁନାଗଡ ବିଡିଓଙ୍କୁ ଫେରାଦ ହେବା ସହ ଲିଖିତ ଅଭିଯୋଗ ଦେଇଛନ୍ତି। ସିଆରପି ପଦବୀରେ ହୀରାଦେଈଙ୍କୁ ଚୟନ କରାଯାଇଥିବା କହି ମିଶନ ଶକ୍ତିର ଜଣେ ମହିଳା ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ସେ ଟଙ୍କା ଦେଇ ନ ପାରିଥିବାରୁ ତାଙ୍କୁ ନିଯୁକ୍ତି ଦିଆ ନ ଯାଇ ତାଙ୍କଠାରୁ କମ୍‌ ମାର୍କ ଥିବା ପ୍ରାର୍ଥତ୍ନୀଙ୍କୁ ଏହି ପଦବୀ ପାଇଁ ନିଯୁକ୍ତି ଦିଆଗଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ଚଙ୍ଗୁଡିସର ପଞ୍ଚାୟତରେ ଏମବିକେ ପଦବୀ ପାଇଁ ୨ ପ୍ରାର୍ଥତ୍ନୀଙ୍କ ସମାନ ମାର୍କ ରହିଥିବାବେଳେ ଆଉ ଜଣେ ପ୍ରାର୍ଥତ୍ନୀଙ୍କୁ କିପରି ସେହି ପଦବୀ ପାଇଁ ନିଯୁକ୍ତି ଦିଆଗଲା ବୋଲି ବିପକ୍ଷ ପ୍ରାର୍ଥତ୍ନୀ ଉର୍ମିଳା ବିଶ୍ୱାଲ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ସେ ମଧ୍ୟ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ମିଶନ ଶକ୍ତିର ଜୁନାଗଡ ବ୍ଲକ ସଂଯୋଜକ ସେହଜାଦ ଖାନଙ୍କୁ ପଚାରିବାରୁ ହୀରାଦେଈଙ୍କୁ ସ୍ଥାନୀୟ ଏସ୍‌ଏଚଜି ଗ୍ରାମରେ ରହୁ ନ ଥିବା ବୋଲି ଲିଖିତ ଅଭିଯୋଗ ଦେବା ପରେ ଗାଇଡ୍‌ଲାଇନ ଅନୁଯାୟୀ ତାଙ୍କୁ ବାଦ ଦିଆଗଲା ବୋଲି ପ୍ରକାଶ କରିଥିଲେ। ଜିଲାପାଳ ତଥା ଭିଜିଲାନ୍ସ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri