ଓସେପା ପୁସ୍ତକ କ୍ରୟରେ ଅନିୟମିତତା

ଯାଜପୁର ଅଫିସ,୧୫ା୩: କେତେକ ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟାକ୍ରମ ପ୍ରାଧିକରଣ(ଓସେପା)ର ପାଠାଗାର ପୁସ୍ତକ କ୍ରୟ ଆଦେଶ ପ୍ରସ୍ତୁତି ଚାଲିଛି। କେଉଁ ପ୍ରକାଶକ କେତେ ଟଙ୍କାର ଆଦେଶ ପାଇବାକୁ ଯାଉଛନ୍ତି ସେ ସମ୍ପର୍କରେ ଜଣେ ପ୍ରକାଶକ କଟକରେ ଖୋଲାଖୋଲି ଆଲୋଚନା କରୁଛନ୍ତି। ବିଗତ ବର୍ଷମାନଙ୍କ ଭଳି ୨୦୨୨-୨୩ ମସିହା ଲାଗି ଓସେପା ପକ୍ଷରୁ ବିଦ୍ୟାଳୟ ପାଠାଗାର ଲାଗି ପୁସ୍ତକ କ୍ରୟ ନିମନ୍ତେ ପ୍ରକ୍ରିୟା ଜାରି ରହିଛି । ବିଗତ ବର୍ଷରେ କେତେଜଣ ଅସାଧୁ ପ୍ରକାଶକ ନିଜର ଫାଇଦା ପାଇଁ ସରକାରୀ କଳର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେବା ପରେ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇଥିବାରୁ ତା’ର ପୁଣି ପୁନରାବୃତ୍ତି ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ଅସାଧୁ ପ୍ରକାଶକମାନଙ୍କୁ କଳାତାଲିକାଭୁକ୍ତ କରାଇ ଉଚ୍ଚମାନର ପୁସ୍ତକ ଚୟନ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଲେଖକ, ସ୍ତମ୍ଭକାର ମାୟାଧର ନାୟକ ଏବଂ ଐତିହାସିକ ଶୁଭେନ୍ଦୁ କୁମାର ଭୂୟାଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ଅନୁସାରେ ଗତ ୪ ତାରିଖରୁ ପୁସ୍ତକ ଚୟନ କମିଟି ଚୂଡ଼ାନ୍ତ ପୁସ୍ତକ ତାଲିକା ପ୍ରଦାନ କରିଥିବା ବେଳେ ସେହି ତାଲିକାରେ ବ୍ୟାପକ ଅଦଳ ବଦଳ ହେଉଥିବା ଖବର ମିଳିଛି । ଏହି ଅଦଳବଦଳ ଗତ ୧୦ ତାରଖ ଦିନ ଚୂଡ଼ାନ୍ତ ରୂପ ନେଇଥିବା ଜଣାପଡିଛି। ଏହି କାର୍ଯ୍ୟରେ ଉକ୍ତ ପ୍ରକାଶକମାନେ ସଫଳ ହୋଇଥିବାରୁ ଜଗତସିଂହପୁରର ବାବା ଗୋରେଖନାଥ ପୀଠରେ ବିଜୟ ଦିବସ ପାଳନ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ଗତବର୍ଷ ମଧ୍ୟ ସମ୍ପୃକ୍ତ ପ୍ରକାଶକମାନେ ଏଭଳି ବ୍ୟାପକ ଅନିୟମିତତାରେ ସଫଳ ହୋଇ ବୈଷ୍ଣୋଦେବୀ ପୀଠରେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟରେ ପ୍ରମୁଖ ଭୁମିକା ନେଉଥିବା ଜଣେ ପ୍ରକାଶକଙ୍କ ଏକ ଘରୋଇ ଉତ୍ସବରେ ଓସେପାର ବହୁ ପ୍ରମୁଖ ପଦାଧିକାରୀମାନେ ଯୋଗ ଦେଇଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ମଧ୍ୟ ଘୁରି ବୁଲୁଛି । ଏହି ପ୍ରକାଶକମାନେ ନିଜର ମୁଖ୍ୟ ପ୍ରକାଶନ ସଂସ୍ଥା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମରେ ଏକାଧିକ ସଂସ୍ଥା ତିଆରି କରି ପାଠାଗାର ପାଇଁ ଆସୁଥିବା ଅର୍ଥରୁ କୋଟି କୋଟି ଟଙ୍କା ଲୁଟି ନେଉଥିବା ଅଭିଯୋଗ ହୋଇଛି। ଗତ ଥର ଗୋଖାଦ୍ୟ ଓ କାଠ ବ୍ୟବସାୟୀ ମଧ୍ୟ ବହୁ ଲକ୍ଷ ଟଙ୍କାର ଅର୍ଡର ପାଇଥିବା ନଜିର ରହିଛି । ସେମାନଙ୍କ ଜିଏସ୍‌ଟି କାଗଜ ତନଖି କରାଗଲେ ଏ ସମ୍ପର୍କରେ ସମସ୍ତ ତଥ୍ୟ ଜଣାପଡନ୍ତା ବୋଲି ମତ ପ୍ରକାଶ ପାଇଛ। ଚଳିତ ବର୍ଷ ପୁନର୍ବାର ସେହି ହାତଗଣତି ପ୍ରକାଶକମାନେ ଗତବର୍ଷ ତୁଳନାରେ ଅଧିକ ଡମି ଫାର୍ମ ତିଆରି କରି ଏହି ନାମରେ ପୁନର୍ବାର ମୋଟା ଅର୍ଥର ଏକ ସିଂହ ଭାଗ ହାତେଇ ନେବା ଯୋଜନାରେ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ବରିଷ୍ଠ ଲେଖକ ମାୟାଧର ନାୟକ କହିଛନ୍ତି, ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓସେପା ଜରିଆରେ ପାଠାଗାର ପାଇଁ ଯେଉଁ ପୁସ୍ତକ ମନୋନୟନ ପ୍ରକ୍ରିୟା ଗତ କିଛିବର୍ଷ ଧରି ଚାଲିଆସିଲାଣି, ତାହା ଏବେ ଲୋକନିନ୍ଦାର ଶରବ ହୋଇ ଜନସ୍ବାର୍ଥ ମାମଲାର ସମ୍ମୁଖୀନ ହେବାକୁ ଯାଉଛି ା କେତେକ ଶଠ ପ୍ରକାଶକଙ୍କ ପ୍ରରୋଚନାରେ ପ୍ରବଳ ଉତ୍କୋଚ ପ୍ରଲୋଭନକୁ ଏଡାଇ ନ ପାରି ପୂର୍ବ ପ୍ରସ୍ତୁତ ଚୂଡ଼ାନ୍ତପୁସ୍ତକ ତାଲିକାରେ କୁଆଡେ ବ୍ୟାପକ ଅଦଳବଦଳ ହୋଇଥିବାର ଶୁଣିବାକୁ ମିଳିଛି। କେଉଁ ପ୍ରକାଶକ କେତେ ଟଙ୍କା ପାଇବାକୁ ଯାଉଛନ୍ତି ଏ ବାବଦରେ କଟକର ଜଣେ ପ୍ରକାଶକ ଖୋଲାଖୋଲି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କଟକର ମାତ୍ର ୪ ରୁ ୫ଟି ପ୍ରକାଶନ ସଂସ୍ଥାର ମାଲିକମାନେ ମିଳିମିଶି ନିଜର ଅସାଧୁ ମେଣ୍ଟ ଗଠନ କରିଛନ୍ତି। ଓସେପା ଆୟୋଜିତ ପୁସ୍ତକ କ୍ରୟ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ପୂର୍ବବର୍ଷର ବଳକା ପ୍ରାୟ ୪ କୋଟି ଟଙ୍କା ସମେତ ଏ ବର୍ଷର ଧାର୍ଯ୍ୟ ହୋଇଥିବା ୨୨ କୋଟି ଟଙ୍କା ମିଶାଇ ସର୍ବମୋଟ ୨୬ କୋଟିରୁ ଅନ୍ତତଃ ୧୮ କୋଟିରୁ ଊର୍ଦ୍ଧ୍ୱଟଙ୍କା ଏହି ଅସାଧୁ ପ୍ରକାଶକ ଓ ସେମାନଙ୍କ ଏକାଧିକ ନକଲିସଂସ୍ଥା ହରିଲୁଟ କରିବାକୁ ମସୁଧା କରିଛନ୍ତି। ଗତ ବର୍ଷ ମଧ୍ୟ ୧୪କୋଟି ଟଙ୍କା ସଂପୃକ୍ତ ପ୍ରକାଶକମାନେ ନିଜ ନିଜ ଭିତରେ ବାଣ୍ଟିି ନେବାପରେ ବଳିପଡିଥିବା ମାତ୍ର ୮ କୋଟି ଟଙ୍କାର ବହି ଯୋଗାଇଦେବାକୁ ୧୦୮ ଜଣ ପ୍ରକାଶକଙ୍କୁ ଓସେପା ଅଫିସରୁ ମେଲ ଜରିଆରେ ଜଣାଇ ଦିଆଯାଇଥିଲା ା ଏ ସଂକ୍ରାନ୍ତରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ରାଜ୍ୟର ବିଭିନ୍ନ ପ୍ରକାଶକ ଗଭୀର କ୍ଷୋଭର ସହିତ ଅବଗତ କରାଇବାପରେ ଆଗକୁ ଆଉ ଏପରି ଅଘଟଣ ଘଟିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହିସବୁ ଅଭିଯୋଗର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ଲେଖକ ନାୟକ ଏବଂ ଭୂୟାଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri