ଡିଏମ୍‌ଏଫ୍‌ ପାଣ୍ଠି ଆଦାୟରେ ଅନିୟମିତତା

ଯାଜପୁର ଅଫିସ,୩ା୧: ଖଣି ନିଲାମ ପରେ ଭାଟ୍‌ ଆଦାୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ୭୨୯୭.୬୮ କୋଟି, ୨୦୧୯-୨୦ରେ ୭୪୫୭.୫୮ କୋଟି ଏବଂ ୨୦୨୦-୨୧ ଅକ୍ଟୋବର ପର୍ଯ୍ୟନ୍ତ ୭,୭୫୭.୭୦ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ହେଲେ ବାସ୍ତବରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଏବଂ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ନିମନ୍ତେ ରାଜସ୍ବ ଆଦାୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି। ଖଣି ବିଭାଗ କର୍ତ୍ତୃପକ୍ଷ କେତେକ ଲିଜ୍‌ଧାରୀଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏହା ଦର୍ଶାଯାଇଛି।
ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ୍‌ ପାଣ୍ଠି ଗଠିତ ହୋଇଛି। ସେଥିରେ ଖଣିଖାଦାନ ଭରା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏହି ପାଣ୍ଠିକୁ ଲିଜଧାରୀ ରୟାଲଟିର ୩୦ ପ୍ରତିଶତ ପ୍ରଦାନ କରିବେ। କିନ୍ତୁ ଅଡିଟ ରିପୋର୍ଟରେ ଏନ୍‌ଏମ୍‌ଇଟି ଏବଂ ଡିଏମ୍‌ଏଫ୍‌ ପାଇଁ ୧୩.୨୮ କୋଟି ଟଙ୍କା କମ୍‌
ଆଦାୟ ହୋଇଛି।
ଏଥିରେ ଲଖନପୁର ଓପନକାଷ୍ଟ ପ୍ରୋଜେକ୍ଟ (ଓସିପି) ୧,୭୫,୪୯,୮୧୭.୯୧ ମେଟ୍ରିକ ଟନ କୋଇଲା ଉପତ୍ାଦନ କରିଥିବାବେଳେ ରୟାଲଟି ବାବଦକୁ ୨୧.୩୮ କୋଟି, ଡିଏମ୍‌ଏଫ୍‌କୁ ୬.୪୧ କୋଟି ଏବଂ ଏନ୍‌ଏମ୍‌ଇଟିକୁ ୦.୪୩ କୋଟି ସର୍ବମୋଟ ୨୮.୨୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଲଜକୁରା ଓସିପିରେ ୪୬,୨୫,୬୬୬.୪୬ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ୫.୬୩ କୋଟି ରୟାଲଟି, ୧.୬୯ କୋଟି ଡିଏମ୍‌ଏଫ୍‌ ଏବଂ ଏନ୍‌ଏମ୍‌ଇଟିକୁ ୦.୧୧ କୋଟି ମୋଟ ୭.୪୩ କୋଟି ଟଙ୍କା କ୍ଷତି ହୋଇଛି। ବେଲପାହାଡ଼ ଓସିପିରେ ୯,୨୦,୪୩୧.୯୯ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ବାବଦକୁ ୧.୧୨ କୋଟି, ଡିଏମ୍‌ଏଫ୍‌କୁ ୦.୩୪ କୋଟି ଓ ଏନ୍‌ଏମ୍‌ଇଟିକୁ ୦.୦୨ କୋଟିି ମୋଟ ୧.୪୮ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ସମଲେଶ୍ୱରୀ ଓସିପିରେ ୧,୦୯,୭୭,୩୪୮.୯୫ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ୧୩.୩୭ କୋଟି, ଡିଏମ୍‌ଏଫ୍‌କୁ ୪.୦୧ କୋଟି ଓ ଏନ୍‌ଏମ୍‌ଇଟିକୁ ୦.୨୭ କୋଟି ମୋଟ ୧୭.୬୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏହି ରୟାଲଟି କ୍ଷତି ଯୋଗୁ ମାଇନିଂ ଦ୍ୱାରା ପ୍ରଭାବିତ ଲୋକ ଓ ଅଞ୍ଚଳର ବିକାଶ ପ୍ରଭାବିତ ହୋଇଛି। ସେହିପରି ଖଣିଜ ଅନୁସନ୍ଧାନ ପାଇଁ ଉପଯୋଗ ହେଉଥିବା ଏନ୍‌ଏମ୍‌ଇଟି ପାଣ୍ଠି ମଧ୍ୟ ପ୍ରଭାବିତ ହୋଇଛି। ତେବେ ମେ ୨୦୨୦ରେ ଲିଜଧାରୀଙ୍କଠାରୁ ରୟାଲଟି, ଡିଏମ୍‌ଏଫ୍‌ ଓ ଏନ୍‌ଏମ୍‌ଇଟି ଅବଦାନ ପାଇଁ ଦାବି ଉପସ୍ଥାପନ କରାଯାଇଛି ବୋଲି ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ (ଡିଡିଏମ୍‌) ଦର୍ଶାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାଧାରଣତଃ ଖଣି କାର୍ଯ୍ୟ ହେଉଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହୁନାହିଁ ା ଅଧିକାଂଶ କାମ ମେଶିନ ସାହାଯ୍ୟରେ ହେଉଛି। ଏହାସହ ବାହାର ରାଜ୍ୟର ଠିକାସଂସ୍ଥା ନିୟୋଜିତ ଯୋଗୁ ସ୍ଥାନୀୟ ନିଯୁକ୍ତି ମଧ୍ୟ ପ୍ରଭାବିତ ହେଉଛି। କୌଣସି ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇ ପାରୁ ନ ଥିବାରୁ ଉକ୍ତ ଅଞ୍ଚଳଗୁଡିକ ପଛୁଆ ହୋଇ ରହିଯାଇଛି। ଯାଜପୁର ଜିଲାର ଖଣି ଅଞ୍ଚଳ ସୁକିନ୍ଦାର ନଗଡ଼ା ଏହାର ଜ୍ୱଳନ୍ତ ଉଦାହରଣ ା ଏପରିକି ଖଣି ଖନନ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ଆବଶ୍ୟକ କ୍ଷତିପୂରଣ ମିଳୁନାହିଁ। ଖଣି ଖନନ କରୁଥିବା କମ୍ପାନୀର ଅଂଶଧନ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଢାଞ୍ଚାଗତ ସଂଗଠିତ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଖଣି ଅଞ୍ଚଳର ସମ୍ପଦକୁ ବ୍ୟବହାର କରି ସେହି ଅଞ୍ଚଳର ଲୋକମାନଙ୍କ ବିକାଶ ଉପରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରିବା କଥା। କିନ୍ତୁ ଡିଏମ୍‌ଏଫ୍‌ ପାଣ୍ଠି ପ୍ରତି ବିଭାଗୀୟ ଚରମ ଅବହେଳା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ...

ଘୂର୍ଣ୍ଣିବଳୟ:୨ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି...

ମନ୍ଦିରରୁ ଚୋରି: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭଦ୍ରକ ଅଫିସ,୨୨।୭: ମନ୍ଦିରରେ କଳାକନା ବୁଲାଇଲେ ଡକାୟତ। ଭଦ୍ରକ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରୁଥିବା...

ଆଗେଇପାରୁନି ଆଚାର୍ଯ୍ୟ ବିହାର-ବାରଙ୍ଗ ସମାନ୍ତରାଳ ରାସ୍ତା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ହୁ ହୁ ବଢୁଛି ରାଜଧାନୀର ଜନସଂଖ୍ୟା। ପରିବ୍ୟାପ୍ତ ହୋଇଚାଲିଛି ସହରର ଆକାର। ସ୍ମାର୍ଟସିଟି ହେବାପରଠାରୁ ଭୁବନେଶ୍ୱରରେ ରହିବାକୁ ରାଜ୍ୟ ତଥା ବାହାରୁ ଲୋକଙ୍କ ସୁଅ...

୫ ଦିନ ହେଲା ମାଣ୍ଡିବିଶି ୟୁପି ସ୍କୁଲରେ ଝୁଲୁଛି ତାଲା

ଟିକିରି,୨୬।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ୟୁପି ସ୍କୁଲ ଫାଟକରେ ୫ ଦିନ ହେଲା ତାଲା ଝୁଲୁଛି। ଶିକ୍ଷକ ଅଭାବ ପ୍ରତିବାଦରେ ଅଭିଭାବକ ଏବଂ ଗ୍ରାମବାସୀ...

ବିରୋଧ ପରେ ପିପିଇ ରଖିଲେ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟକୁ ପ୍ରଥମେ ମନଇଚ୍ଛା ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ମଗାଇଦେଲେ। ତାହା ପହଞ୍ଚତ୍ବା ପରେ ରଖିବାକୁ ମନା କରିଦେଇଥିବା ରାଜ୍ୟ ସରକାର ଶେଷରେ ନିଜ...

ପୁଣି ଜୀବନ ନେଲା ଆମ୍ବୁଲାନ୍ସ

ରସୁଲପୁର,୨୨ା୩: ବିଷ ପିଇଥିବା ଜଣେ ଯୁବକଙ୍କୁ ବୁର୍ଲା ମେଡିକାଲରୁ କଟକ ଆଣୁଥିବା ବେଳେ ଏକ ଆମ୍ବୁଲାନ୍ସ ରବିବାର ସକାଳେ ୫୫ନମ୍ବର ଜାତୀୟ ରାଜପଥ ଅନୁଗୋଳ ଜିଲା...

ଫେରାର ଚୋରି ଅଭିଯୁକ୍ତ ଗିରଫ

ଯୋଡ଼ା,୧୮।୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ା ଠାରେ ହୋଇଥିବା ଚୋରି ଘଟଣାର ଜଣେ ଅଭିଯୁକ୍ତଙ୍କୁ ଯୋଡ଼ା ପୋଲିସ ବୁଧବାର ଗିରଫ କରିଛି। ଅଭିଯୁକ୍ତ ହେଲେ...

Advertisement
Archives

Model This Week