ରାସ୍ତା ପ୍ରଶସ୍ତୀକରଣରେ ଅନିୟମିତତା

ଚଣ୍ଡିଖୋଲ,୫ା୧୨(ଡି.ଏନ୍‌.ଏ.):ଚାରିବାଟିଆ ପୂର୍ତ୍ତ ଡିଭିଜନର ବଡ଼ଚଣା ଉପଖଣ୍ଡ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ପୂର୍ବରୁ ରାସ୍ତାକଡ଼ରେ ଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିସହିତ ଚାରିନଙ୍ଗଳ ଓ ଟିଗିରିଆଠାରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବାର ଘୋଷଣା ହୋଇଥିଲା। ତେବେ ଏହା ମଧ୍ୟରେ ୫ କିଲୋମିଟର ରାସ୍ତାକାର୍ଯ୍ୟ ଶେଷ ହେବାକୁ ବସିଲାଣି। କିନ୍ତୁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟା ଯାଇନାହିଁ। ଫଳରେ ଠିକା ସଂସ୍ଥା ରାସ୍ତା ପ୍ରଶସ୍ତୀକରଣ ୨୪ଫୁଟ ବଦଳରେ ୨୦ ଫୁଟ୍‌ କରି ନେଇଯାଉଛି। ଯଦ୍ଦ୍ବାରା ବିଭାଗ ତରଫରୁ କରାଯାଇଥିବା ଆକଳନ ଅନୁଯାୟୀ କାର୍ଯ୍ୟ ହୋଇପାରୁନାହିଁ। ଅନ୍ୟପକ୍ଷରେ ଏହି ରାସ୍ତା ୧୦ କିଲୋମିଟର ହୋଇଥିବାବେଳେ ବିଭାଗ ତରଫରୁ ଏହାକୁ ୧୧ କିଲୋମିଟର ଦର୍ଶାଯାଇଛି। ତେଣୁ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ରାସ୍ତାର ପ୍ରଶସ୍ତୀକରଣରେ ବାଧାସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ପୂର୍ତ୍ତ ବିଭାଗ ଜରିଆରେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାର ଏଷ୍ଟିମେଟକୁ ଅଣଦେଖା କରାଯାଇ କାର୍ଯ୍ୟ ଚାଲିଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ରାସ୍ତାକଡ଼ରୁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ହଟାଇ କାର୍ଯ୍ୟ କରିବାକୁ ଦାବି ହୋଇଛି।
ପୂର୍ବରୁ ଏହି ରାସ୍ତାଟି ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ୨୦୧୯ରେ ଜଳ ସମ୍ପଦ ବିଭାଗରୁ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ୧୦ କିଲୋମିଟର ରାସ୍ତାକୁ ୨ଟି ଟେଣ୍ଡର ଜରିଆରେ ନିର୍ମାଣ କାର୍ଯ୍ୟ କରାଯାଉଛି। ରାସ୍ତା ପ୍ରଶସ୍ତୀକରଣ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି, ରାସ୍ତା କଡ଼ରେ ଥିବା ଅବରୋଧକାରୀଙ୍କୁ ହଟାଇବା ପାଇଁ ଆମେ ଦର୍ପଣ ତହସିଲ କାର୍ଯ୍ୟାଳୟରେ ଜୁଲାଇ ୧୫ରେ ଏକ ପତ୍ର ମାଧ୍ୟମରେ ନିବେଦନ କରିଥିଲୁ। ହେଲେ କୌଣସି ପଦକ୍ଷେପ ନିଆ ଯାଇ ନ ଥିଲା। ତେଣୁ ସେପ୍ଟେମ୍ବର ୧୩ରେ ଦ୍ୱିତୀୟ ଥର ନିବେଦନ କରାଯାଇଥିଲେ ମଧ୍ୟ ଫଳ ଶୂନ। ରାଜସ୍ବ ବିଭାଗ ତରଫରୁ ଅବରୋଧ କାରୀଙ୍କୁ ନ ହଟାଇଲେ ରାସ୍ତା ପ୍ରଶସ୍ତୀକରଣ ହୋଇପାରୁନାହିଁ। ଏ ସମ୍ପର୍କରେ ଦର୍ପଣ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପଚାରିବାରେ ସେ କୁହନ୍ତି, ଯେବେ ବିଭାଗ ତରଫରୁ ଚିଠି ଦିଆଯାଇଥିଲା ସେ ସମୟରେ ବର୍ଷା ଋତୁ ଥିଲା। ବର୍ଷା ଋତୁ ପରେ ରାସ୍ତା କାମ ହେବ ବୋଲି ସେମାନେ କହିଥିଲେ। କିନ୍ତୁ ଏହାପରେ ପୁନଃର୍ବାର ଯୋଗାଯୋଗ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

ଗାନ୍ଧିଛକରେ ଉଡୁଛି ଛିଣ୍ଡା ତ୍ରିରଙ୍ଗା: ନୂଆ ଲଗାଇବାକୁ ଦାବି, ଦେଖନ୍ତୁ Video

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଝଡବତାସରେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି…

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri