ରିଚାର୍ଜ ପିଟ୍‌ ପ୍ରକଳ୍ପରେ ଅନିୟମିତତା

ପଟ୍ଟାମୁଣ୍ଡାଇ,୧୯।୩ (ଡି.ଏନ.ଏ.): ଦିନକୁ ଦିନ କମିବାରେ ଲାଗିଛି ଭୂତଳ ଜଳସ୍ତର । ସେହି ଜଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜଳ ଅମଳ ପ୍ରକଳ୍ପ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି ା ସେଥିପାଇଁ ଭୂତଳ ଜଳକୁ କିପରି ସଂରକ୍ଷିତ ରଖାଯିବ ସେନେଇ ବିଭିନ୍ନ ପ୍ରକଳ୍ପ କାମ କରୁଛି । କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା ଅଧୀନରେ ସଚଳ ନଳକୂପ ପାଖରେ ତିଆରି ହୋଇଛି ଲିଚ୍‌ ପିଟ୍‌ (ରିଚାର୍ଜ ପିଟ୍‌ )ପ୍ରକଳ୍ପ। ନଳକୂପର ଅନାବଶ୍ୟକ ଜଳ ଲିଚ୍‌ ପିଟ୍‌ ଦେଇ ଭୂତଳକୁ ଯିବ ା ଏହାଦ୍ୱାରା ମାଟିତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ କରିବାରେ ସହାୟକ ହେବ ା ଏନେଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୩୦ ପଞ୍ଚାୟତରେ ସମସ୍ତ ନଳକୂପ ପାଖରେ ତିଆରି କରାଯାଇଛି ଲିଚ୍‌ ପିଟ୍‌ ା ମାତ୍ର ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳେ ଦେଖିବାକୁ ମିଳିଛି ସବୁଗୁଡିକ ଅଧପନ୍ତରିଆ ଅବସ୍ଥାରେ ରହିଛି ା ଏଣେ ନିମ୍ନମାନର କାମ ହୋଇଥିବା ବେଳେ ଭଙ୍ଗା ନଳକୂପ ପାଖରେ ମଧ୍ୟ ଲିଚ୍‌ପିଟ୍‌ ହୋଇଛି । ପ୍ରତି ପ୍ରକଳ୍ପ ବାବଦରେ ୧୪ ହଜାର ଟଙ୍କା ବ୍ୟୟ କରାଯାଇ ବିଲ୍‌ ହୋଇଛି । ଏନେଇ ପିଡି ରାଜେନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସ୍ଥାନୀୟ ବିଡିଓଙ୍କ ସହିତ ଯୋଗାଯୋଗ କରନ୍ତୁ ବୋଲି ସେ କହିଛନ୍ତି ା ପଟ୍ଟାମୁଣ୍ଡାଇ ବ୍ଲକର ୩୦ ପଞ୍ଚାୟତରେ ଦେଖିବାକୁ ମିଳିବ ଲିଚ୍‌ପିଟ୍‌ କାମରେ କେମିତି ଦୁର୍ନୀତି ହୋଇଛି । ନଳକୂପଗୁଡିକ ସମ୍ମୁଖରେ ତିଆରି ହୋଇଥିବା ଭୂତଳ ଜଳ ଅମଳ ପ୍ରକଳ୍ପର ହାଲ୍‌ ବେହାଲ୍‌ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା ଏହି ପ୍ରକଳ୍ପଗୁଡିକ ହେବାର ବର୍ଷେ ବି ହୋଇନି, ହେଲେ କେଉଁଠି ଫାଟିଗଲାଣି କେଉଁଠି ଲୁହାରଡ୍‌ ବାହାରିଗଲାଣି । କେଉଁଠି ଢାଙ୍କୁଣି ଦିଆଯାଇନି ଆଉ କେଉଁଠି ପ୍ଲାଷ୍ଟର କରାଯାଇନି।
ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାୟ ୪୦୦ ପ୍ରକଳ୍ପ କରାଯାଇଥିବା ସରକାରୀ ତଥ୍ୟ କହୁଛି। ହିସାବ କଲେ ପାଖାପାଖି ୫୬ ଲକ୍ଷ ଟଙ୍କା ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ସମସ୍ତ ପ୍ରକଳ୍ପ । କିନ୍ତୁ କାମ ଅଧା କରି ଛାଡିଦେଇ ଠିକାଦାର ବିଲ୍‌ ନେଇ ସାରିଛନ୍ତି । ଲିଚପିଟ୍‌ ପ୍ରକଳ୍ପର ଗଭୀରତା ଓ ଗୋଲେଇ ୫ ଫୁଟ୍‌ ହେବା କଥା, କିନ୍ତୁ କେଉଁଠି ୩ ଫୁଟ୍‌, କେଉଁଠି ୨ ଫୁଟର ହୋଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଗତ ୪ ରୁ ୫ ବର୍ଷ ହେବ ଅଧିକାଂଶ ଗ୍ରାମରେ ଅଚଳ ହୋଇପଡିଥିବା ଓ ଟିକେ ହେଲେ ବି ପାଣି ବାହାରୁ ନ ଥିବା ନଳକୂପ ପାଖରେ ହୋଇଛି ଲିଚ୍‌ପିଟ୍‌ ା ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା କେତେକ ସ୍ଥାନରେ ପାଣି ଭୂତଳକୁ ଯିବା ବଦଳରେ ରାସ୍ତା ଉପରେ ଭାସୁଛି । ଅନ୍ୟ କେତେକ ସ୍ଥାନରେ କେବଳ ମାଟି ଖୋଳାଯାଇଛି, କିନ୍ତୁ ପ୍ରକଳ୍ପ ହୋଇନାହିଁ। ବ୍ଲକରେ ଏକାଧିକ ଦୁର୍ନୀତିଖୋର ଠିକାଦାର ଏହି ପ୍ରକଳ୍ପ କରିଥିବା ବେଳେ କେଉଁଠି ମଧ୍ୟ ଉଦ୍ଦେଶ୍ୟ ସାଧିତ ହେଉନି । ସରପଞ୍ଚମାନଙ୍କୁ ପଚାରିବାରୁ ସେମାନେ ଏନେଇ ବିଡିଓ ଓ ଜିଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। ବିଡିଓ ଶୁଭ୍ରାଂଶୁ ସାହୁ କହିଛନ୍ତି, ନଳକୂପଗୁଡିକର ଭୂତଳ ଜଳକୁ ସଂରକ୍ଷିତ ରଖିବା ଏବଂ ପରିବେଶ ସ୍ବଚ୍ଛ ରଖିବା ପାଇଁ ସରକାର ଲିଚ୍‌ ପିଟ୍‌ ଯୋଜନା କରିଛନ୍ତି ା ଯଦି ନିମ୍ନମାନର କାମ ଓ ଭଙ୍ଗା ନଳକୂପ ପାଖରେ ଏହି ପ୍ରକଳ୍ପ ହୋଇଥିବା ଜଣାପଡିବ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri