ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ ଗଞ୍ଜାମ ଜିଲା ସଦର ମହାକୁମା ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ବରଙ୍ଗ ଗ୍ରାମ ନିକଟ ବଡ଼ ମାଧପୁର ୩ନଂ. ଉଠାଜଳସେଚନ ପମ୍ପ କାର୍ଯ୍ୟରେ।

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଏବେ ପଦାରେ ପଡ଼ିଛି। କାର୍ଯ୍ୟ ନିମ୍ନମାନର ସହ ଅନିୟମିତତା ହୋଇଥିବା ଅଞ୍ଚଳର ଚାଷୀମାନେ କହିଛନ୍ତି। ଏନେଇ ସେମାନେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଚାଷୀମାନେ ବାଧ୍ୟ ହୋଇ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି।

ଅନ୍ୟପଟେ ବିଜରଙ୍ଗୀ ପାଣିପଞ୍ଚାୟତର କର୍ମକର୍ତ୍ତା ଓ ସଦସ୍ୟଙ୍କ ଅଜଣାତରେ ମଧ୍ୟ ଠିକାଦାର ଏବଂ ଯନ୍ତ୍ରୀ ମନମୁତାବକ କାମ କରିଛନ୍ତି ବୋଲି ପାଣିପଞ୍ଚାୟତର ସଭାପତି ମହନ୍ତର ନାହାକ ଏବଂ କୋଷାଧ୍ୟକ୍ଷ ପ୍ରଣୟ ପ୍ରଧାନ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବରଙ୍ଗ ଗ୍ରାମରେ ଥିବା ବଡ଼ମାଧପୁର ୩ନଂ. ଉଠାଜଳସେଚନ ପ୍ରକଳ୍ପଟି ଫାଇଲିନ ବାତ୍ୟାରେ ଭାଙ୍ଗି ଯାଇଥିଲା। ଏନେଇ ଗ୍ରାମର ଚାଷୀମାନେ ବାରମ୍ବାର ଜିଲା ପ୍ରଶାସନଙ୍କୁ ଲିଖିତ ଭାବରେ ଜଣାଇବା ପରେ ୨୦୨୩ରେ ପମ୍ପଟିର ମରାମତି କରିବା ପାଇଁ ସରକାରଙ୍କ ତରଫରୁ ୧୩, ୭୨,୦୦୦ଟଙ୍କା ଆର୍ଥକ ମଞ୍ଜୁର ହୋଇଥିଲା।

ଏହାର ମରାମତି କାମ ସକାଶେ ଗ୍ରାମର ଚାଷୀ କିମ୍ବା ବଜରଙ୍ଗୀ ପାଣିପଞ୍ଚାୟତକୁ ନ ଜଣାଇ ଠିକାଦାର ସେଠାରେ ନିମ୍ନମାନର କାମ କରିଛନ୍ତି। ଏହାସହ ସମସ୍ତ ଅର୍ଥ ହରି ଲୁଟ କରିଛନ୍ତି। କାର୍ଯ୍ୟ ସ୍ଥଳକୁ ନ ଯାଇ ବିଭାଗୀୟ ଅଧିକାରୀମାନେ ବିଲ କରି ଦେଇଛନ୍ତି। ପମ୍ପଟି ୫ ବର୍ଷ ହେଲା ଅଚଳ ହୋଇ ପଡ଼ିଥିଲା। ଟିପିଏସ୍‌ଡିଓଏଲ ଅଧିକାରୀମାନେ ପୂର୍ବରୁ ସବୁ ବକେୟା ଏବଂ ଅଚଳ ଥିବା ସମୟରେ ବିଲ ମଧ୍ୟ ପକାଇଛନ୍ତି। ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏହାର ସଠିକ ତଦନ୍ତକରି ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri