ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩ା୭(ସୁଶାନ୍ତ ବେହୁରିଆ): ଯାଜପୁର ବିରଜା ମନ୍ଦିରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ବିରଜା ମନ୍ଦିରଠାରୁ ୪ କି.ମି. ରାସ୍ତା ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବାବେଳେ ସେଠାରୁ ସିଂହପୁର ପର୍ଯ୍ୟନ୍ତ କାର୍ଯ୍ୟ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଅଧୀନରେ କରାଯାଉଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ମାଟି ବାହାରୁ ଆସି ପକାଇବାର ବ୍ୟବସ୍ଥା ରହିଛି। କିନ୍ତୁ ଏଠାରେ ରାସ୍ତାକୁ ମେଶିନ ଯୋଗେ ଖୋଳି ପୁଣି ସେହି ମାଟିକୁ ରାସ୍ତା କଡ଼ରେ ପକାଇ ତାହାକୁ ସାଇଜ କରାଯାଉଛି। ହେଲେ ମାଟି ବାହାରୁ ଆଣି ପକାଇବା ନାମରେ ଟଙ୍କା ହଡ଼ପ ହେଉଛି। ସେହିପରି ଉନ୍ନତମାନର ଚିପ୍‌ସ ଓ ଡଷ୍ଟ ଗୁଣ୍ଡ ପକାଇବା ପରେ ପାଣି ଦେଇ ବାରମ୍ବାର ରୋଲିଂ କରି ରାସ୍ତାକୁ କଂପ୍ରେସ କରିବାର ନିୟମ ରହିଛି। କିନ୍ତୁ ସେପରି ନ କରାଯାଇ ଅତ୍ୟନ୍ତ ନିମ୍ନମାନର ବଜୁରି ଓ ଡଷ୍ଟ ପକାଇ ବିନା ପାଣିରେ ତାହାକୁ ଗୋଳାଇ ରାସ୍ତାରେ ପକାଇ ତରବରିଆ ଭାବେ ରୋଲିଂ କରାଯାଉଛି। ପୂର୍ତ୍ତ ବିଭାଗର କୌଣସି କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁନାହାନ୍ତି। କୌଣସିସ୍ଥାନରେ କାର୍ଯ୍ୟର ସୂଚନା ଫଳକ ମଧ୍ୟ ନାହିଁ। ରାସ୍ତାର ପ୍ଲାନ ଓ ଏଷ୍ଟିମେଟ ମାଗିଲେ ତାହା ଦେଖାଇବାକୁ ଯନ୍ତ୍ରୀ, ଠିକାଦାର ଅମଙ୍ଗ ହେଉଛନ୍ତି।
ଏହି ରାସ୍ତା ସବୁଠୁ ବ୍ୟସ୍ତ ବହୁଳ। ବହୁ ସଂଖ୍ୟାରେ ଭାରିଯାନ ଯାଜପୁରଠୁ ସିଂହପୁର ଦେଇ କନିକା ଏବଂ ଓଳାଭର ପର୍ଯ୍ୟନ୍ତ ଯାଉଛି। ମାତ୍ର ଉଚ୍ଚମାନର କାର୍ଯ୍ୟ ନ କରିବା ଦ୍ୱାରା ପୂର୍ବରୁ ନିର୍ମିତ ଓ ପ୍ରଶସ୍ତୀକରଣ ହୋଇଥିବା ରାସ୍ତା ଭାଙ୍ଗି ଗଲାଣି ଏବଂ ପିଚୁ ମଧ୍ୟ ବର୍ଷକ ମଧ୍ୟରେ ଉଠି ଗଲାଣି। ତେଣୁ ଉଚ୍ଚ ମାନର କାର୍ଯ୍ୟ ନ କରିବା ଯାଏ ଏ ରାସ୍ତା କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ଓ ନିମ୍ନମାନର ଚିପ୍‌ସ, ବଜୁରି, ଡଷ୍ଟକୁ ଏହି ରାସ୍ତା କାର୍ଯ୍ୟ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯିବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ଉକ୍ତ ଅନିୟମିତତା ସମ୍ପର୍କରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଅଧୀକ୍ଷଣ ଯନ୍ତ୍ରୀ ଓ ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଭଳି ଅଭିଯୋଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଯାଜପୁର ସେକ୍ସନ ସୀମାଠାରୁ ବିଞ୍ଝାରପୁର ୧୧ କି.ମି. ରାସ୍ତା କାର୍ଯ୍ୟ ନିମନ୍ତେ ୭ କୋଟି ଏବଂ ସେଠାରୁ ସିଂହପୁର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ପାଇଁ ୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ ୭ ମିଟର ଚଉଡ଼ା ରାସ୍ତା ନିର୍ମାଣ କରାଯିବ। ବର୍ତ୍ତମାନ କାର୍ଯ୍ୟ ଠିକ୍‌ରେ ହେଉଛି। କୌଣସି ଅନିୟମିତତା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri