ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା: ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ମୋରଡା,୨୫ା୧୧(ଡି.ଏନ.ଏ): ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତର ଆଣୁଆ ଗ୍ରାମବାସୀ ଶୁକ୍ରବାର ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ।
ସୂଚନା ଅନୁଯାୟୀ, ଯୋଗାଣ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ଏକରୁ ସିକା ନାମକ ଏକ ଏସ୍‌ଏଚ୍‌ଜି ଗ୍ରୁପକୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଗ୍ରୁପ ଲୋକଙ୍କୁ ଠିକ୍‌ ମାପର ଚାଉଳ ନ ଦେବା, ଯଦି କେହି ଅସୁବିଧା ହେତୁ ଚାଉଳ ଆଣିବାକୁ ଯାଇ ପାରିଲେ ନାହିଁ, ପରବର୍ତ୍ତୀ ସମୟରେ ତାଙ୍କୁ ଚାଉଳ ନ ଦେବା ଆଦି ସମସ୍ୟାକୁ ନେଇ ଗ୍ରାମବାସୀ ମୋରଡ଼ା ବିଡିଓ ସାଗର ପାଲୋଙ୍କୁ ଗତ ଅକ୍ଟୋବର ୧୦ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶୁକ୍ରବାର ଶତାଧିକ ଗ୍ରାମବାସୀ ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିଲେ। ପରେ ବିଡିଓ ଆଲୋଚନା କରି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ

ବାରିପଦା/କରଞ୍ଜିଆ,୧୫ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ/କବିତା ମହାନ୍ତ): ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି । ଏଥିରେ…

ଭାଜପା ସରକାରଙ୍କ ଉପରେ ବର୍ଷିଲା ଜେଏମ୍‌ଏମ୍‌, ଟାର୍ଗେଟ୍‌ କରି କହିଲା…

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା କଲ୍ୟାଣମଣ୍ଡପରେ ରବିବାର ପୂର୍ବାହ୍ନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଏକ ଖବରଦାତା…

ଟ୍ରକ୍‌ରେ ବେଆଇନ ଚାଲାଣ ହେଉଥିଲା ମୂଲ୍ୟବାନ କାଠ, ବାଟରେ ଫାଟିଲା ଚକା, ଆଉ ତା’ ପରେ…

ମୋରଡ଼ା,୧୪ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ରାଇରଙ୍ଗପୁର ବନାଞ୍ଚଳ ଅଞ୍ଚଳରୁ ଏକ ୧୨ ଚକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri