କେନାଲ ସଫେଇରେ ଅନିୟମିତତା: ଜମିରେ ମାଡୁନି ପାଣି

ପଟ୍ଟାମୁଣ୍ଡାଇ, ୨୦ା୭(ସ୍ବ.ପ୍ର.): ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିନିମନ୍ତେ ସରକାର ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସରକାରଙ୍କ ଯୋଜନାଗୁଡିକ ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଦେଢ ନମ୍ବର (କ) କେନାଲ ଓ ତାର ଶାଖା କେନାଲଗୁଡିକ ରହିଛି। ଏହି ଦେଢ ନମ୍ବର କେନାଲ ଉପରେ ଅରଡପଲ୍ଲି, ବଡମହନପୁର, ବଡପଡା, ସାନଜରିଆ, ଗଙ୍ଗାରାମପୁର ସମେତ ମହାକାଳପଡ଼ା ବ୍ଲକର ବିଜୟନଗର, ବଳିପାଳ, ବଅଢିଅ ପ୍ରଭୃତି ବହୁ ପଞ୍ଚାୟତର ଶତାଧିକ ଏକର ଚାଷଜମି ଜଳସେଚନ ନିମନ୍ତେ ନିର୍ଭର କରିଥାଏ। ମାତ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ଜୁଲାଇରେ ଏହି କେନାଲର କେତେକ ସ୍ଥାନରେ ନାମକୁ ମାତ୍ର ସଫେଇ କରାଯାଇଛି। ଯାହାକି ଧର୍ମକୁ ଆଖିଠାର ସଦୃଶ। ଠିକ୍‌ ଭାବେ କେନାଲ ସଫେଇ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏହାର ତଦାରଖ କରୁ ନ ଥିବାରୁ ଚାଷୀ ମହଲରେ ଅସ୍ରନ୍ତୋଷ ପ୍ରକାଶ ପାଇଛି। ଫଳରେ କେନାଲ ପାଣି ବିଲରେ ପହଞ୍ଚତ୍ ପାରୁନାହିଁ। ଯାହାଦ୍ୱାରା ଜୁଲାଇ ମାସର ଶେଷ ହେବାକୁ ବସିଥିବା ବେଳେ ଠିକ୍‌ ଭାବେ କେନାଲ ସଫେଇ ହୋଇନଥିବାରୁ ପାଣି ଚାଷ ଜମିକୁ ମାଡି ପାରିନାହିଁ। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଅଭିଯୋଗ କରିବାକୁ ଯାଇ କୌଣସି ବିଭାଗୀୟ ଅଧିକାରୀ ନ ପାଇ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି ବିଜୟ ଦାସ, ସୁରେନ୍ଦ୍ର ପରିଡା, ହରହର ବାରିକ, ଅକ୍ଷୟ ସାହୁ, ବାବୁ ବେହେରା, ସଂଜୟ ମଲିକ, ସୁନାକର ବାରିକ, ଖତୁ ମଲିକ, ହଳଧର ତରାଇ ପ୍ରମୁଖ ଅଭିଯୋଗ କରିଛନ୍ତି। ନାମକୁମାତ୍ର କେନାଲ ସଫେଇ କରାଯାଇ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଉଠାଇ ନେବାକୁ ମସୁଧା କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ଏସ୍‌ଡିଓ ପ୍ରଭାତ ସାହୁଙ୍କୁ ପଚାରିବାରେ ଦେଢ ନମ୍ବର (କ) କେନାଲ ସଫା ହୋଇ ନ ଥିବା ନେଇ ଅଭିଯୋଗ ଆସିଛି। ଏହାର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri