Posted inଖେଳ

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି ୩ କ୍ରୀଡ଼ାବିତ୍‌ ହେଲେ ସୌଭାଗ୍ୟ ରଥ, ରଞ୍ଜନ କୁମାର ସାହୁ ଓ ବିଜୟ କୁମାର ଦାସ। ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଓ ବିଜୟ କୁମାର ନାୟକ ଏବଂ କୋଚ୍‌ ଗୋପାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୌଭାଗ୍ୟ ୨୦୧୯ ଓ ୨୦୨୨ରେ ହାମବର୍ଗ ଓ କାଜାଖସ୍ତାନରେ ୨ ଥର ଏହି ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ନିକଟରେ ସେ ମାଉଣ୍ଟ ଏଲବ୍ରୁଶ୍‌କୁ ସଫଳତାର ସହ ଆରୋହଣ କରିଛନ୍ତି। ବିଜୟ କୁମାର ଦାସ ୨୦୨୨ରେ କାଜାଖସ୍ତାନରେ ଏବଂ ରଞ୍ଜନ କୁମାର ସାହୁ ୨୦୨୩ରେ କାଜାଖସ୍ତାନରେ ଏହି ଟାଇଟଲ ହାସଲ କରିଥିଲେ। ସମ୍ବର୍ଦ୍ଧିତ ୩ କ୍ରୀଡ଼ାବିତ୍‌ଙ୍କୁ ତୁଷାରକାନ୍ତି ଭୂୟସୀ ପ୍ରଶଂସା କରିଥିଲେ। କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସେମାନେ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇପାରିଛନ୍ତି। ଶୃଙ୍ଖଳା, ସାହସ, କଠିନ ପରିଶ୍ରମ ଏବଂ କେବେ ମନୋବଳ ନ ହରାଇବାର ମନୋବୃତ୍ତି ରାଜ୍ୟର ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା ହୋଇଛି। ରାଜ୍ୟ ସରକାର କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ଏବଂ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷତା ଲାଭ କରୁଥିବା ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି।
ଓଡ଼ିଶାର ୩ ଆଇରନମ୍ୟାନ୍‌ ଟାଇଟଲଧାରୀ ରାଜ୍ୟ ସରକାର ଏବଂ କ୍ରୀଡ଼ାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାବ୍ୟତୀତ ଯାତ୍ରା ସମୟରେ ପୂର୍ଣ୍ଣ ସହଯୋଗ କରିବା ସହ ଉତ୍ସାହିତ କରିଥିବାରୁ କୋଚ୍‌ ଗୋପାଳକୃଷ୍ଣ ସାହୁଙ୍କୁ ମଧ୍ୟ ସେମାନେ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ସଫଳତା ଅନ୍ୟମାନଙ୍କୁ ଆଇରନମ୍ୟାନ୍‌ ଟ୍ରାଇଥଲନ କରିବାକୁ ଉତ୍ସାହିତ କରିବ ବୋଲି ସେମାନେ ଆଶାପ୍ରକାଶ କରିଛନ୍ତି। ”ଭବିଷ୍ୟତରେ ଆମେ ରାଜ୍ୟର ବିଭିନ୍ନ ସ୍କୁଲକୁ ଯାଇ ପିଲାମାନଙ୍କୁ ଫିଟ୍‌ନେସ ସମ୍ପର୍କରେ ଟିପ୍ସ ଦେବୁ। ସମାଜର ପ୍ରତ୍ୟେକ ବର୍ଗକୁ ଫିଟ୍‌ନେସ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ରହିଛି“ ବୋଲି ସୌଭାଗ୍ୟ ପ୍ରକାଶ କରିଛନ୍ତି।

ଆଇରନମ୍ୟାନ୍‌ ଟ୍ରାଇଥଲନ କ’ଣ

ଆଇରନମ୍ୟାନ୍‌ ଟ୍ରାଇଥଲନ ଓ୍ବାଲର୍‌ଡ ଟ୍ରାଇଥଲନ କର୍ପୋରେଶନ (ଡବ୍ଲ୍ୟୁଟିସି) ଦ୍ୱାରା ଆୟୋଜନ କରାଯାଇଥାଏ। ଏଥିରେ କଠିନ ସହନଶକ୍ତିର ପରୀକ୍ଷା ହୋଇଥାଏ। ଏଥିରେ ୨.୪ ମାଇଲ (୩.୮୬ କି.ମି.) ସନ୍ତରଣ, ୧୧୨ ମାଇଲ (୧୮୦.୨୫ କି.ମି. ସାଇକ୍ଲିଂ) ଏବଂ ୨୬.୨ ମାଇଲ (୪୨.୨୦ କି.ମି.) ମାରାଥନ ରନ୍‌ କରିବାକୁ ପଡ଼ିଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ଟାଇମ୍‌ଫ୍ରେମ୍‌ ଥାଏ। ସମୟ ମଧ୍ୟରେ ସନ୍ତରଣ, ସାଇକ୍ଲିଂ ଓ ମାରାଥନ ରନ ଶେଷ କରିବା ବ୍ୟକ୍ତି ଆଇରନମ୍ୟାନ୍‌ ଟାଇଟଲ ହାସଲ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri