Posted inଖେଳ

ଦକ୍ଷିଣ ଆଫ୍ରିକାର ଗର୍ବକୁ ଭାଙ୍ଗି ଇତିହାସ ରଚିଲା ଆୟର୍ଲାଣ୍ଡ

ଦବଲିନ,୧୩।୭: ବିଶ୍ୱ କ୍ରିକେଟରେ ଫିଲ୍ଡିଂ ପାଇଁ ଜଣାଯାଉଥିବା ଦକ୍ଷିଣ ଆଫ୍ରିକା ମିସ୍‌ ଫିଲ୍ଡିଂ କାରଣରୁ ଦୁର୍ବଳ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଛି। ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳକୁ ୪୩ ରନ୍‌ରେ ହରାଇ ଇତିହାସ ରଚିଛି ଆୟର୍ଲାଣ୍ଡ। ଦକ୍ଷିଣ ଆଫ୍ରିକା ବିରୋଧରେ ଏହା ଆଲର଼୍ୟାଣ୍ଡର ପ୍ରଥମ ବିଜୟ। ପରାଜୟ ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ସ୍ବୀକାର କରିଛନ୍ତି, ଆମ ଫିଲ୍ଡିଂ ପାଇଁ ଗର୍ବ କରୁ। କିନ୍ତୁ ଚାପରେ ଆମେ ୪ଟି କ୍ୟାଚ୍‌ ହାତଛଡ଼ା କରିଥିଲୁ। କେବଳ ଫିଲ୍ଡିଂ ନୁହେଁ, କୌଣସି ବିଭାଗରେ ଭଲ ପ୍ରଦର୍ଶନ କରିପାରିଲୁ ନାହିଁ।

ଆମନ୍ତ୍ରଣ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୫୦ ଓଭରରେ ୫ ଉଇକେଟ ହରାଇ ୨୯୦ ରନ୍‌ କରିଥିଲା। ଦଳ ପାଇଁ ଶତକୀୟ ପାଳି ଖେଳିଥିଲେ ଅଧିନାୟକ ଆଣ୍ଡି ବଲବିର୍ନି (୧୦୨ ରନ୍‌, ୧୦ ଚୌକା ଓ ୨ ଛକା)। ତାଙ୍କୁ ଭରପୂର ସହଯୋଗ ଦେଇଥିଲେ ହାରି ଟେକ୍ଟର (୭୯ ରନ୍‌, ୬ ଚୌକା ଓ ୪ ଛକା), ଜର୍ଜ ଡକରେଲ (୪୫) ଓ ଆଣ୍ଡି ମ୍ୟାକବ୍ରାଏନ (୩୦)। ବ୍ୟାଟିଂ ଭଳି ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ଆୟର୍ଲାଣ୍ଡ। ଦଳୀୟ ବୋଲରମାନେ କ୍ରମାଗତ ଉଇକେଟ ନେବାରୁ ଦକ୍ଷିଣ ଆଫ୍ରିକା ୪୮.୩ ଓଭରରେ ୨୪୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଜାନେମନ ମଲାନ ୮୪ (୭ ଚୌକା ଓ ୪ ଛକା) ଓ ରାସି ଭାନ ଡର ଡୁସେନ ୪୯ (୨ ଚୌକା)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ପ୍ରଦର୍ଶନ କରିପାରି ନ ଥିଲେ। ବିଜୟୀ ଦଳ ଲାଗି ଜୋଶୁଆ ଲିଟ୍‌ଲ, ମ୍ୟାକବ୍ରାଏନ ଓ ମାର୍କ ଆଦେର ହାତେଇଥିଲେ ୨ ଲେଖାଏ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri