କୋରାପୁଟ,୧୦।୧୦: IRB ଯବାନଙ୍କ ସ୍ତ୍ରୀ ମୃତ୍ୟୁ ଘଟଣାର ପୋଲିସ ବଡ଼ ଖୁଲାସା କରିଛି। ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ IRB ଯବାନ ଶିବଶଙ୍କର ପାତ୍ରଙ୍କୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି।
ପୋଲିସ ସୂଚନା ମୁତାବକ, ପ୍ରଥମେ ଯବାନ ଶିବଶଙ୍କର ଏକ ଲୁହା ରଡ଼ରେ ସ୍ତ୍ରୀଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲେ। ପରେ ଦୁର୍ଘଟଣାର ରୂପ ଦେବାକୁ ଚକ୍ରାନ୍ତ କରିଥିଲେ। ଯୋଜନା ମୁତାବକ, ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ କରି ନିଆଁ ଲଗାଇ ଘରୁ ପଳାଇ ଯାଇଥିଲେ।
ପରବର୍ତ୍ତୀ ସମୟରେ ୮ ତାରିଖରେ OSAP କଲୋନୀ ଘରୁ IRB ଯବାନଙ୍କ ସ୍ତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଯବାନଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି।


