Posted inଖେଳ

ଇରାନର ପ୍ରଥମ ବିଜୟ

ଅଲ୍‌ ରାୟାନ, ୨୬।୧୧ (ଏପି):  ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ ଓ୍ବେଲ୍ସକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଇରାନ ଶକ୍ତିଶାଳୀ ଇଂଲଣ୍ଡଠାରୁ ୨-୬ ଗୋଲରେ ହାରି ଯାଇଥିଲା। ୨ ମ୍ୟାଚରୁ ଏହି ଦଳ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚକୁ ଆମେରିକା ବିପକ୍ଷରେ ଡ୍ର ରଖିଥିବା ଓ୍ବେଲ୍ସ ୨ ମ୍ୟାଚ ପରେ ଟେବୁଲର ନିମ୍ନରେ ରହିଛି।
ଇରାନ-ଓ୍ବେଲ୍ସ ଗ୍ରୁପ୍‌ ‘ବି’ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ୯୦ ମିନିଟ ପର୍ଯ୍ୟନ୍ତ ଗୋଲ ନ ହେବାରୁ ମ୍ୟାଚଟି ଡ୍ର ରହିବା ଆଶା କରାଯାଉଥିଲା। ତେବେ ଇଞ୍ଜୁରି ଟାଇମ୍‌ର ମାତ୍ର ୩ ମିନିଟ ମଧ୍ୟରେ ୨ଟି ଗୋଲ ଇରାନକୁ ବିଜୟ ମୁକୁଟ ପିନ୍ଧାଇ ଦେଇଥିଲା। ଇରାନର ମେହଦି ଟାରେମିଙ୍କୁ ହାଇ ଚ୍ୟାଲେଞ୍ଜ ପାଇଁ ଓ୍ବେଲ୍ସର ପ୍ରଥମ ପସନ୍ଦ ଗୋଲକିପର ଓ୍ବେନି ହେନେସି ୮୬ତମ ମିନିଟରେ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଏହା ଦଳ ପାଇଁ ମହଙ୍ଗା ପଡ଼ିଥିଲା। ତାଙ୍କ ସ୍ଥାନରେ ଗୋଲକିପିଂ କରିଥିବା ଡାନି ଓ୍ବାର୍ଡଙ୍କୁ ୯୦+୮ ମିନିଟରେ ଚକ୍‌ମା ଦେଇଥିଲେ ରୌଜ୍‌ବେ ଚେସମି। ବକ୍ସ ଏରିଆ ବାହାରୁ ଚେସ୍‌ମି ମାରିଥିବା ଶଟ୍‌କୁ ଓ୍ବାର୍ଡ ଡାଇଭ୍‌ ମାରି ମଧ୍ୟ ରୋକିପାରି ନ ଥିଲେ। ୯୦+୧୧ ମିନିଟରେ ଇରାନ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ ରମିନ ରେଜାଇନ। ଏହାପରେ ଇରାନ ଶିବିରରେ ଏକପ୍ରକାର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।
ଏହି ମ୍ୟାଚରେ ଓ୍ବେଲ୍ସ ପକ୍ଷରୁ ଗାରେଥ ବାଲେ ୧୧୦ତମ ମ୍ୟାଚ ଖେଳିଥିଲେ। ଓ୍ବେଲ୍ସ ଜାତୀୟ ଦଳ ପକ୍ଷରୁ କୌଣସି ଖେଳାଳି ଏତେ ମ୍ୟାଚ ଖେଳିବା ଏହା ପ୍ରଥମ। ୧୯୫୮ ପରେ ଓ୍ବେଲ୍ସ ଦ୍ୱିତୀୟ ଥରପାଇଁ ବିଶ୍ୱକପ ଖେଳୁଛି। ଗତ ସିଜନରେ ଏଲ୍‌ଏଏଫ୍‌ସି ପକ୍ଷରୁ ବଡ଼ ଲିଗ୍‌ରେ ପ୍ରତିନିଧିତ୍ୱ କରିଥିବା ବାଲେ ଓ୍ବେଲ୍ସ ପକ୍ଷରୁ ମୋଟ ୪୧ଟି ଗୋଲ ସ୍କୋର କରିଛନ୍ତି। ଦେଶ ପକ୍ଷରୁ ସର୍ବାଧିକ ମ୍ୟାଚ ଖେଳିବାରେ ସେ ଖ୍ରିସ୍‌ ଗୁଣ୍ଟର (୧୦୯)ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ୨ଟି ବିଶ୍ୱକପ ଖେଳି ଆସୁଥିବା ଇରାନ କେବେହେଲେ ନକ୍‌ଆଉଟରେ ପ୍ରବେଶ କରି ପାରିନାହିଁ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ କନ୍‌କସନ ଯୋଗୁ ଇରାନର ମୁଖ୍ୟ ଗୋଲକିପର ଅଲୀ ବେରାନଭାଣ୍ଡ ଓ୍ବେଲ୍ସ ବିପକ୍ଷ ମ୍ୟାଚ ଖେଳି ନ ଥିଲେ। ହୋସେନ ହୋସେନି ତାଙ୍କ ସ୍ଥାନ ନେଇଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଇରାନ ସରକାରଙ୍କୁ ବିରୋଧ କରି ଖେଳାଳିମାନେ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ। ଓ୍ବେଲ୍ସ ବିପକ୍ଷ ମ୍ୟାଚରେ ଖେଳାଳିମାନେ ଜାତୀୟ ସଙ୍ଗୀତ ଗାଇଥିଲେ ହେଁ ଷ୍ଟାଡିୟମ ବାହାରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri