Categories: ଖେଳ

ଇରାନ ଶାସକ-ବିରୋଧୀ ସମର୍ଥକ ମୁହାଁମୁହିଁ

ଅଲ୍‌ ରାୟାନ (କାତାର), ୨୬।୧୧(ଏପି): ଚଳିତ ବିଶ୍ୱକପ୍‌ରେ ଶୁକ୍ରବାର ଇରାନର ଦ୍ୱିତୀୟ ମ୍ୟାଚ ବେଳେ ଇରାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଏକ ଛାପ ଦେଖିବାକୁ ମିଳିଥିଲା। ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମ ବାହାରେ ସରକାରୀ ସମର୍ଥକ ବିରୋଧୀଙ୍କୁ ହଇରାଣ କରିଥିଲେ। ସରକାରଙ୍କ ନୀତିର ପ୍ରତିବାଦ କରି ଇରାନ ଫୁଟ୍‌ବଲ ଦଳର ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଜାତୀୟ ସଙ୍ଗୀତ ଗାନ କରି ନ ଥିଲେ। କିନ୍ତୁ ଶୁକ୍ରବାର ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ କିଛି ସମର୍ଥକ କାନ୍ଦିବା, ହ୍ବିସିଲ ବଜାଇବା ସହ ହଟ୍ଟଗୋଳ କରିବାରୁ ଖେଳାଳିମାନେ ସେମାନଙ୍କ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଇରାନର କିଛି ସମର୍ଥକ ଅହମ୍ମଦ ବିନ୍‌ ଅଲି ଷ୍ଟାଡିୟମରେ ପ୍ରବେଶ କରୁଥିବା ସମର୍ଥକଙ୍କଠାରୁ ଫରାସୀ ପ୍ରାକ୍‌-କ୍ରାନ୍ତିକାରୀ ଇରାନୀ ପତାକା ଜବତ କରିଥିଲେ । ଦେଶ ବିରୋଧୀ ଆନ୍ଦୋଳନର ସ୍ଲୋଗାନ ସହ ସେମାନେ ‘ନାରୀ ଜୀବନ ସ୍ବାଧୀନତା’ ସ୍ଲୋଗାନ ସ୍ଥାନ ପାଇଥିବା ଶର୍ଟ ପିନ୍ଧିଥିଲେ। କିଛି ମହିଳା ସେମାନଙ୍କ ପ୍ରତିବାଦର କାରଣ ସମ୍ପର୍କରେ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ବେଳେ ଦଳେ ଉତ୍ତ୍ୟକ୍ତ ପୁରୁଷ ଲୋକ ସେମାନଙ୍କ ଉଦ୍ଦେଶ୍ୟରେ ‘ଇସ୍‌ଲାମିକ୍‌ ରିପବ୍ଲିକ ଅଫ୍‌ ଇରାନ’ ବୋଲି ସ୍ଲୋଗାନମାନ ଦେଇଥିଲେ। ଇରାନ ସରକାରଙ୍କ ସମର୍ଥକମାନେ ଜାତୀୟ ପତାକା ସହ ଘେରିଯିବା ସହିତ ସେମାନଙ୍କ ମୋଇଲ ଫୋନ୍‌ରେ ଚିତ୍ର ଉତ୍ତୋଳନ କରିଥିଲେ। ଅଧିକାଂଶ ମହିଳା ଏଥିରେ ଭୟଭୀତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଷ୍ଟାଡିୟମ ପ୍ରବେଶପଥରେ ରହିଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସରକାରୀ ସମର୍ଥକମାନେ ‘ବ୍ୟାକ୍‌ ଦି ଇସ୍‌ଲାମିକ୍‌’ ସ୍ଲୋଗାନ ଦେଉଥିବା ବେଳେ ବିରୋଧୀମାନେ ‘ଓମ୍ୟାନ ଲାଇଫ୍‌ ଫ୍ରିଡମ୍‌’ ସ୍ଲୋଗାନ ଦେଉଥିଲେ।

Share