ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌

ଜେରୁଜେଲମ/ତେହରାନ୍‌,୧୫ା୬: ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ବହୁ ବର୍ଷ ଧରି କୁହୁଳୁଥିବା ଧୂଅଁା ଏବେ ନିଅଁାର ରୂପ ନେଇ ବ୍ୟାପିବାରେ ଲାଗିଛି। ୨୦୨୩ ଅକ୍ଟୋବର ୭ରୁ ହାମାସ୍‌ ସହ ଯୁଦ୍ଧରତ ଥିବା ଇସ୍ରାଏଲ୍‌ ଜୁନ୍‌ ୧୩ରେ ଇରାନ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଇସ୍ରାଏଲ୍‌ ଆକ୍ରମଣରେ ଆଇଆର୍‌ଜିସି କମାଣ୍ଡର ହୋସେଇନ୍‌ ସଲାମି, ଇରାନ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମହମ୍ମଦ ବଘେରି, ଡେପୁଟି ଗୋଲାମ ଅଲୀ ରାଶିଦ୍‌, କୁଦ୍ସ ଫୋର୍ସ ନେତା ଇସ୍‌ମାଇଲ କାନି ଓ ୬ ଜଣ ବରିଷ୍ଠ ପରମାଣୁ ବୈଜ୍ଞାନିକ ପ୍ରାଣ ହରାଇଛନ୍ତି। ଯୁଦ୍ଧବିମାନ ଓ ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ଇରାନ୍‌ର ୭୮ ନିହତ ହୋଇଥିବାବେଳେ ୩୨୦ରୁ ଅଧିକ ଆହତ ହୋଇଥିବା ଇରାନ୍‌ର ଜାତିସଂଘ ପ୍ରତିନିଧି ସୂଚନା ଦେଇଛନ୍ତି। ଇସ୍ରାଏଲ୍‌ ଆକ୍ରମଣର ଜବାବ ଦେବାକୁ ଇରାନ୍‌ ମଧ୍ୟ ପଛାଇନାହିଁ। ଶୁକ୍ରବାର ରାତିରେ ଇରାନୀୟ ସେନାର ଆକ୍ରମଣରେ ଜେରୁଜେଲମ୍‌ ଓ ତେଲ ଆଭିଭ୍‌ ଆକାଶ ବିସ୍ଫୋରଣରେ ଝଟକି ଉଠିଥିଲା। ଏହା ପରେ ଶନିବାର ସକାଳେ ଇସ୍ରାଏଲ୍‌କୁ ଟାର୍ଗେଟ କରି ଇରାନ୍‌ ବହୁସଂଖ୍ୟକ ଦୂରଗାମୀ କ୍ଷେପଣାସ୍ତ୍ର ଓ ବାଲିଷ୍ଟିକ୍‌ ମିଶାଇଲ୍‌ ଛାଡ଼ିଛି। ଏଥିରେ ଅନୂ୍ୟନ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ଇସ୍ରାଏଲ୍‌ର ସେନା ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ଉଭୟ ଇସ୍ରାଏଲ୍‌ ଓ ଇରାନ୍‌ ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣ ଜାରି ରହିଲେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ୍‌ ପ୍ରତି ଇରାନ୍‌ ପଟୁ ରହିଥିବା ବିପଦକୁ ଶେଷ କରିବା ହେଉଛି ତାଙ୍କ ଉଦ୍ଦେଶ୍ୟ। ଇରାନ୍‌ ନାଗରିକମାନେ ସେମାନଙ୍କ ନେତାମାନଙ୍କ ବିରୋଧରେ ବିଦ୍ରୋହ କରନ୍ତୁ ବୋଲି ନେତାନ୍ୟାହୁ ଆହ୍ବାନ ଦେଇଛନ୍ତି। ଇରାନ୍‌ ସରକାରଙ୍କୁ ଗାଦିଚ୍ୟୁତ କରାଯାଇପାରିଲେ ଇସ୍ରାଏଲ୍‌ ସ୍ବାଗତ କରିବ ବୋଲି ସେ କହିଛନ୍ତି। ସେହିପରି ଇରାନୀୟ ମିଶାଇଲ୍‌ ଆକ୍ରମଣ ଜାରି ରହିଲେ ତେହରାନ୍‌ ଜଳିଯିବ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍‌ କାଟ୍‌ଜ ଧମକ ଦେଇଛି। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏୟାଲ ଜମିର, ମୋସାଦ୍‌ ଡାଇରେକ୍ଟର ଡେଭିଡ୍‌ ବର୍ନେଆ ଓ ଅନ୍ୟ ଶୀର୍ଷ ସାମରିକ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା ବେଳେ କାଟ୍‌ଜ କହିଛନ୍ତି, ଇରାନୀୟ ଏକଚ୍ଛତ୍ରବାଦୀ ତଥା ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିଜ ଦେଶର ନାଗରିକମାନଙ୍କୁ ପଣବନ୍ଦୀ କରିଦେଲେଣି। ଇସ୍ରାଏଲୀ ନାଗରିକଙ୍କ ଉପରେ ଆପରାଧିକ ଆକ୍ରମଣର ବହୁମୂଲ୍ୟ ଦେବାକୁ ପଡ଼ିବ। ଖାମେନେଇ ଯଦି ଇସ୍ରାଏଲ ଉପରେ ଏପରି କ୍ଷେପଣାସ୍ତ୍ର ମାଡ଼ କରିଚାଲନ୍ତି ତେବେ ତେହରାନ୍‌ ଜଳିଯିବ ବୋଲି ସେ ଖୋଲା ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ୍‌ ଇରାନ୍‌ର ସୀମିତ ଆଣବିକ ଓ ସାମରିକ ଘାଟିକୁ ଟାର୍ଗେଟ କରିଛି। ଇରାନ୍‌ ୨୦୦ ବାଲିଷ୍ଟିକ୍‌ ମିଶାଇଲ୍‌ ଇସ୍ରାଏଲ୍‌ ଉପରେ ଛାଡ଼ିଛି। ସେଗୁଡ଼ିକରୁ ଅଧିକାଂଶ ମିଶାଇଲକୁ ଏୟାର ଡିଫେନ୍ସ ସିଷ୍ଟମ୍‌ ଆୟତ୍ତ କରି ଖସାଇଦେଇଛି। ତେବେ ୩ ଇସ୍ରାଏଲୀ ପ୍ରାଣ ହରାଇଥିବାବେଳେ ୭୦ ଆହତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri