ଇରାନ୍‌ ତୈଳ ଡିପୋକୁ ଟାର୍ଗେଟ

ତେହରାନ୍‌ ୯ା୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ପୁଣି ଜୋର୍‌ଦାର କରିଛନ୍ତି। ରବିବାର ସକାଳେ ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତୈଳ ଡିପୋ ଉପରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଇଛି। ଫଳରେ ଏକାଧିକ ତୈଳ ଡିପୋରେ ନିଆଁ ଲାଗିଯାଇ ସେଗୁଡିକ ଜଳୁଥିବା ବେଳେ ତେହରାନ୍‌ ଆକାଶ ନିଆଁ ପିଣ୍ଡୁଳାରେ ପରିଣତ ହୋଇଛି। ତୈଳ ଡିପୋଗୁଡିକରେ ନିଆଁ ଲିଭାଇବାକୁ ଉଦ୍ୟମ ଚାଲୁ ରହିଥିଲେ ହେଁ ଏବେ ବି ଅନେକ ଡିପୋରେ ନିଆଁ ଆୟତ୍ତ ହୋଇପାରି ନଥିବା କୁହାଯାଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ଇରାନକୁ ଚେତାବନୀ ଦେଇ ଆକ୍ରମଣ ଜୋର୍‌ଦାର କରିବାକୁ କହିଥିଲେ। ଉପସାଗରୀୟ ଅଞ୍ଚଳର ବିଭିନ୍ନ ଦେଶରେ ରହିଥିବା ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ ଆକ୍ରମଣ ଜାରି ରଖିଥିବାରୁ ଇରାନକୁ ଉଚିତ ଶିକ୍ଷା ଦେବାକୁ ଟ୍ରମ୍ପ୍‌ ଚେତାବନୀ ଜାରି କରିବା ସହ ଏହାକୁ ନର୍କରେ ପରିଣତ କରିବାକୁ କହିଥିଲେ। ଏହି କ୍ରମରେ ରବିବାର ସକାଳୁ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ତେହରାନ ସମେତ ଏହାର ଆଖପାଖ ଅଞ୍ଚଳରେ ଆକ୍ରମଣ ଜୋର୍‌ଦାର କରାଯାଇଛି। ଏହି ଘଟଣାରେ ୨ ଜଣ ଟ୍ୟାଙ୍କର ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ତେହରାନ୍‌ ଆକାଶରେ ନିଆଁ ପିଣ୍ଡୁଳା ଭର୍ତ୍ତି ହୋଇଯାଇଥିବା ବେଳେ ପ୍ରବଳ ଧୂଆଁ ସାରା ସହରକୁ ଆଛାଦିତ କରିଦେଇଛି। ବହୁ ପେଟ୍ରୋଲିୟମ ଡିପୋ ଏବଂ ପରିବହନ କେନ୍ଦ୍ରଗୁଡିକରେ ନିଆଁ ଲାଗିଯାଇଥିବାରୁ ପେଟ୍ରୋଲିୟମ ଯୋଗାଣ ବନ୍ଦ ହୋଇଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଦିଲ୍ଲୀ-ମଞ୍ଚେଷ୍ଟର ଇଣ୍ଡିଗୋ ବିମାନ ଅଧାବାଟରୁ ଫେରିଲା

ନୂଆଦିଲ୍ଲୀ,୯ା୩: ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିଲା ବେଳେ ଦିଲ୍ଲୀରୁ ମଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇ୍ସର ଏକ ବିମାନ ଅଧାବାଟରୁ ଫେରିଆସିଛି। ଉତ୍ତେଜନାକୁ ନେଇ…

ନମସ୍କାର ପକାଇ କଲେ ହ୍ୟାଣ୍ଡ୍‌ସେକ୍‌: ସନ୍ଧ୍ୟା ଭ୍ରମଣବେଳେ ଘଟିଗଲା…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା…

ଚାଷୀଙ୍କ ପାଇଁ ନିର୍ମାଣ ହେଲା ପିଚୁ ରାସ୍ତା: ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସାରେ ପୋତିଲେ

କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରାଇଟ କେନାଲ ପାଶର୍‌ବରେ ଅଧୀକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ: ଭଙ୍ଗା କୁଡ଼ିଆରେ ବିତୁଛି ଜନପ୍ରତିନିଧିଙ୍କ ଜୀବନ

ଥୁଆମୂଳ ରାମପୁର, ୯ା୩ (ଦୁର୍ଗା କୀର୍ତ୍ତି): ସରକାର ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କଳାହାଣ୍ଡି…

ଫାଇନାଲ୍‌ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା

ଅହମ୍ମଦାବାଦ୍‌,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri