ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ

ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି, ଯେଉଁଥିରେ ଫଟୋ ସହିତ ୧୧ ଜଣଙ୍କ ନାମ ରହିଛି। ଏହି ତାଲିକା “ଇସ୍ରାଏଲ୍ ଆତଙ୍କବାଦୀଙ୍କୁ ଶେଷ କରିବାର ତାଲିକା” ଭାବରେ ପ୍ରକାଶ କରାଯାଇଛି। ଏହି ପଦକ୍ଷେପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ବଢାଇପାରେ।

ସମ୍ପ୍ରତି ଇରାନ ଇସ୍ରାଏଲ ଉପରେ ପ୍ରାୟ ୨୦୦ ଟି କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ମଧ୍ୟରୁ ଅନେକ ଇରାନର ଅଞ୍ଚଳରେ ହିଁ ପଡିଥିଲା ବେଳେ ଅନ୍ୟ କିଛି ଇସ୍ରାଏଲର କିଛି ସହରଗୁଡିକ ଉପରେ ପଡିଥିଲା। ଇରାନର ବିରୋଧୀ ଦଳଙ୍କ କହିବାନୁସାରେ, ଇଫଫାନ୍ ଏବଂ ଜାନଜାନ୍ ଭଳି ଅଞ୍ଚଳରେ ଇରାନର କେତେକ କ୍ଷେପଣାସ୍ତ୍ର ଖସି ପଡ଼ିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଉତ୍ତର ଏବଂ ଦକ୍ଷିଣ ଭାଗରେ ହାଇ ଆଲର୍ଟ ଜାରି କରିଛି।

ଇରାନର ଗୁପ୍ତଚର ମନ୍ତ୍ରଣାଳୟ ହିବ୍ରୁ ଭାଷାରେ ଏକ ଧମକ ଦେଇଛି ଯେ ସେମାନେ ଖୁବ ଶୀଘ୍ର ଇସ୍ରାଏଲର ସୁରକ୍ଷା ପ୍ରତିଷ୍ଠାନର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀଙ୍କୁ ହଟାଇବେ। ଯେତେବେଳେ ଲେବାନନରେ ହିଜବୁଲାର ମୁଖ୍ୟାଳୟ ଉପରେ ଆକ୍ରମଣରେ ଇସ୍ରାଏଲ୍ ସେନା ସଂଗଠନ ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରିଥିଲା ​​ସେତେବେଳେ ଇରାନ ଏହାର ନିଷ୍ପତି ଶୁଣାଇ ଦେଇଥିଲା। ତେବେ ଇରାନ ଏହି କ୍ଷେପଣାସ୍ତ୍ର ଆକ୍ରମଣକୁ ହାମାସର ରାଜନୈତିକ ନେତା ଇସମାଇଲ ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି ବର୍ଣ୍ଣନା କରିଛି।

ତେବେ ଇରାନ ଜାରି କରିଥିବା ହିଟ୍ ଲିଷ୍ଟର ପ୍ରଥମ ନାଁ ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରହିଥିବା ବେଳେ ତାଙ୍କ ପଛକୁ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ, ଜେନେରାଲ୍ ଷ୍ଟାଫ୍ ମୁଖ୍ୟ ହର୍ଜି ହାଲେଭି, ଇସ୍ରାଏଲ୍ ବାୟୁସେନାର କମାଣ୍ଡର ଟୋମର ବାର୍, ଇସ୍ରାଏଲ୍ ନୌସେନାର କମାଣ୍ଡର ସାର ସଲାମା, ସ୍ଥଳସେନା ମୁଖ୍ୟ ତାମିର ଯାଦାଇ, ଜେନେରାଲ୍ ଷ୍ଟାଫ୍ ଡେପୁଟି ଚିଫ୍ ଆମୀର ବାରାମ, ମିଲିଟାରୀ ଇଣ୍ଟେଲିଜେନ୍ସର ମୁଖ୍ୟ ଆହାରନ୍ ହାଲିଭା, ନର୍ଥ କମାଣ୍ଡର ମୁଖ୍ୟ ଓରି ଗର୍ଡିନ,
ସେଣ୍ଟ୍ରାଲ୍ କମାଣ୍ଡର ମୁଖ୍ୟ ୟେହୁଦା ଫକ୍ସ, ସାଉଥ୍ କମାଣ୍ଡର ମୁଖ୍ୟ ଏଲିଜେର୍ ଟୋଲେଡାନୋ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri