ଇରାନ ନିର୍ବାଚନ ଓ ମଧ୍ୟପ୍ରାଚ୍ୟର ଶାନ୍ତି

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ସଂସଦ ଭଙ୍ଗକରିବା ପରେ ଏହି ରବିବାର ସେଠାରେ ନିର୍ବାଚନ ହେଉଛି। ଅତି ଶୀଘ୍ର ହେଉଥିବା ଉକ୍ତ ନିର୍ବାଚନ ଆଉ ଏକ ସମ୍ଭାବ୍ୟ ରାଜନୈତିକ ଭୂକମ୍ପରୁ ବିଶ୍ୱର ଧ୍ୟାନ ହଟାଇନେବ । ସେହି ରାଜନୈତିକ ଘଟଣାଟି ହେଉଛି, ଇରାନର ରାଷ୍ଟ୍ରପତି ନିର୍ବାଚନ। ଶୁକ୍ରବାର( ଆଜି) ହେଉଥିବା ନିର୍ବାଚନରେ ଭୋଟରମାନେ ଭୋଟ ଦେଉଛନ୍ତି। ଗତ ମାସରେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହେବା ପରେ ଏହି ପଦବୀ ଖାଲି ରହିଥିଲା। ଇସ୍‌ଲାମିକ ରିପବ୍ଲିକ୍‌ର ସର୍ବୋଚ୍ଚ ନେତା ଅଲି ଖାମେନେଇ ପାଶ୍ଚାତ୍ୟର କଡ଼ା ବିରୋଧୀ ଏବଂ ତାଙ୍କ ବିଶ୍ୱସ୍ତ ଅନୁଗାମୀ ରଇସି ୨୦୨୧ ରେ ନିର୍ବାଚନ ଜିତିଥିଲେ। ଏଣୁ ଏହି ନିର୍ବାଚନରେ ଖାମେନେଇ ଅନିୟମିତତା କରିବେ ନାହିଁ ତ , ଯାହା ଆଉ ଜଣେ ଚରମ କଟରପନ୍ଥୀଙ୍କ ବିଜୟକୁ ନିଶ୍ଚିତ କରିବ? ନା, ଏହା ଏତେ ଶୀଘ୍ର ହେବ ନାହିଁ। ଇରାନ ରାଜନୀତିରେ ରଇସିଙ୍କ ଉତ୍ଥାନ ଏବଂ ପତନର ୩ ବର୍ଷ ମଧ୍ୟରେ ଏକ ନିର୍ଣ୍ଣାୟକ ମୋଡ଼ ନେଇଛି। ଇରାନର ସମ୍ବିଧାନ ଅନୁଯାୟୀ, ନିର୍ବାଚନ ଲଢ଼ିବା ପୂର୍ବରୁ ଧର୍ମୀୟ ଆଭିଜାତ୍ୟ ବର୍ଗଙ୍କ ପ୍ରାଧାନ୍ୟ ଥିବା କାଉନସିଲ ଅଫ୍‌ ଗାର୍ଡିଅନ (ସାମ୍ବିଧାନିକ ବୈଧତାପ୍ରାପ୍ତ ତଥା ନିଯୁକ୍ତ ୧୨ ଜଣିଆ ସଦସ୍ୟ ବିଶିଷ୍ଟ ପରିଷଦ)ଦ୍ୱାରା ପ୍ରାର୍ଥୀମାନେ ଅନୁମୋଦିତ ହେବା ଆବଶ୍ୟକ।
୨୦୨୧ରେ ଖାମେନେଇଙ୍କ ଯୁଦ୍ଧଖୋର ପାଶ୍ଚାତ୍ୟ ବିରୋଧୀ ମନୋଭାବକୁ ଦୃଢ଼ ବିରୋଧ କରୁଥିବା ନେତାଙ୍କୁ ନିର୍ବାଚନରେ ସ୍ଥାନ ଦେବାକୁ ପରିଷଦ ଅଗ୍ରାହ୍ୟ କରିବାରୁ ରଇସି ବିଜୟୀ ହୋଇଥିଲେ। କିନ୍ତୁ ଏଥର ଜନ ଆନ୍ଦୋଳନ ବଢ଼ିବାରୁ ଖାମେନେଇଙ୍କର ଜଣେ ବଡ଼ ପ୍ରତିଦ୍ୱନ୍ଦୀଙ୍କୁ ନିର୍ବାଚନରେ ଭାଗନେବା ପାଇଁ ଅନୁମତି ଦେବାକୁ ପରିଷଦ ବାଧ୍ୟହେଲା। ତାହା ପୁଣି ସର୍ତ୍ତରେ, ଯେଉଁଥିରେ ରହିଛି ସେ ଜିତିଲେ ପାଶ୍ଚାତ୍ୟ ସମର୍ଥନ ନୀତିରେ ପରିବର୍ତ୍ତନ କରିବେ। ଏହାର ପରିଣାମ ସ୍ବରୂପ ଯଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଚତୁରତାର ସହ କାମକରେ ତେବେ ଜଣେ ଇରାନର ଶାନ୍ତି ପ୍ରତିଷ୍ଠାକାରୀଙ୍କ ବିଜୟ ପାଇଁ ପଥ ପରିଷ୍କାର ହୋଇପାରେ। ବିଶ୍ୱାସ କରନ୍ତୁ କି ନା, ଏହି ବଜୟ ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପାଇଁ ଆଣିବାର ସମ୍ବାବନା ରହିଛି। ଏକ ଦୁର୍ବଳ ଅସ୍ତ୍ରବିରତି ଚୁକ୍ତିନାମା କରିବା ପରିବର୍ତ୍ତେ ଯଦି ଏହା ଘଟେ, ତେବେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏକ ବହୁପକ୍ଷୀୟ ବ୍ୟବସ୍ଥା ଗଢ଼ବା ଆରମ୍ଭ କରିପାରନ୍ତି, ଯେଉଁଥିରେ ଆମେରିକା ଏବଂ ଇରାନ ସାମରିକ ଗ୍ୟାରେଣ୍ଟର ଭାବେ ଇସ୍ରାଏଲୀ ଓ ପାଲେଷ୍ଟିନୀୟଙ୍କ ସମାଧାନ ପାଇଁ କାର୍ଯ୍ୟ କରିବେ।
ଏହା କିପରି ଘଟିବ, ତାହା ଦେଖିବାକୁ ୨୦୨୧କୁ ଫେରିଯିବାକୁ ପଡ଼ିବ ଏବଂ ବ୍ୟାପକ ପ୍ରତିବାଦ ଉପରେ ଗାର୍ଡିଆନ କାଉସିଲ କିପରି କଟକଣା ଲଗାଇଥିଲା ତାହା ଉପରେ ବିଚାର କରିବାକୁ ହେବ। ପ୍ରତିଦ୍ୱନ୍ଦ୍ୱୀ କଟରପନ୍ଥୀଙ୍କ ବିରୋଧରେ ରଇସି ସହଜ ବିଜୟ ହାସଲ କରିବାର କାରଣ ଥିଲା ଇରାନର ଅଧିକାଂଶ ଭୋଟର ଭୋଟ ଦେବାକୁ ମନା କରିଦେଇଥିଲେ। ଇରାନର ୫୯ ମିଲିୟନ ଭୋଟରଙ୍କ ମଧ୍ୟରୁ କେବଳ ୪୯% ଭୋଟ ଦେଇଥିଲେ। କିନ୍ତୁ ୪ ବର୍ଷ ପୂର୍ବେ ହୋଇଥିବା ନିର୍ବାଚନରେ ଭୋଟ ହାର ୭୦% ଥିଲା ।
ଏଭଳି ଉଦ୍ଦେଶ୍ୟମୂଳକ ଭୋଟ ବର୍ଜନ ତୃଣମୂଳ ସ୍ତରରେ ସକ୍ରିୟତା ସୃଷ୍ଟି କରିଥିଲା। ୨୦୨୨ର ଶେଷ ଆଡ଼କୁ ସ୍ଥିତି ଏକ ମୋଡ଼ ନେଇଥିଲା, ଯେତେବେଳେ ମହସା ଅମିନୀ ନାମ୍ନୀ ଯୁବତୀ ସର୍ବସାଧାରଣରେ ବୁର୍ଖା ପିନ୍ଧି ନ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୩ ଦିନ ପରେ ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ଘଟିିଥିଲା। ତାଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଲା । ଫଳରେ ସରକାର ଗଣମାଧ୍ୟମ ଉପରେ କଟକଣା ଲଗାଇଥିଲେ। ଲୁହବୁହା ବାଷ୍ପ ଏବଂ ଗୁଳିରେ ଅନେକ ଶହ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ଘଟିଥିଲା। ନିଷ୍ଠୁର ଦମନ ସତ୍ତ୍ୱେ ଛାତ୍ର ଓ ଶ୍ରମିକମାନେ ରଇସିଙ୍କ ଉଗ୍ରବାଦ ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ।
ରଇସିଙ୍କ ମୃତ୍ୟୁ ଆଉ ଏକ ବିରୋଧର ପର୍ଯ୍ୟାୟ ସୃଷ୍ଟି କରିଥିଲା। ବିରୋଧୀ ଆନ୍ଦୋଳନରେ ଦାବି କରିଥିଲା ଯେ, ୨୦୨୧ ତୁଳନାରେ ଏହାର କେତେଜଣ ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କରିବାକୁ ଅନୁମତି ଦିଆଯାଉ । ଅନ୍ୟଥା ସେମାନେ ବ୍ୟାପକ ଭାବେ ରାସ୍ତାରେ ପ୍ରଦର୍ଶନ କରିବେ ଯାହା ଦେଶକୁ ଗୃହଯୁଦ୍ଧରେ ପରିଣତ କରିବ। ଗାର୍ଡିଆନମାନେ ଏହି ଦାବିକୁ ମାନିନେଲେ। ନିର୍ବାଚନରେ ଭାଗନେବାକୁ ସେମାନେ ୫ ଜଣ କଟରପନ୍ଥୀଙ୍କ ପ୍ରାର୍ଥିତ୍ୱକୁ ଅନୁମୋଦନ କରିଥିବା ବେଳେ ସେମାନେ ମାସୁଦ ପେଜେଶ୍‌କିଆନଙ୍କ ନାମ ବାଲଟରେ ରଖିବାକୁ ଅନୁମତି ଦେଇଥିଲେ। ପେଜେଶ୍‌କିିଆନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ଚମତ୍କାର ଭାବେ ପ୍ରତିନିଧିତ୍ୱ କରନ୍ତି । ସେ ମେଡିକାଲ ସ୍କୁଲରେ ପଢ଼ି ହୃଦ୍‌ରୋଗ ସର୍ଜନ ହୋଇଥିଲେ ଏବଂ ତାବ୍ରିଜ୍‌ରେ ମେଡିକାଲ ସାଇନ୍ସ ୟୁନିଭର୍ସିଟିର ସଭାପତି ଭାବରେ ୫ ବର୍ଷ କାର୍ଯ୍ୟ କରିଥିଲେ। ୨୦୦୧ରୁ ୨୦୦୫ ମଧ୍ୟରେ ସେ ଇରାନର ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ ଏବଂ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ସଂସଦର ପ୍ରଥମ ଉପ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ।
ଅଳ୍ପ କେତେଜଣ ଇରାନୀୟ କ୍ୟାରିୟରରେ ଶିକ୍ଷାଗତ, ଅମଲାତାନ୍ତ୍ରିକ ଏବଂ ରାଜନୈତିକ ସଫଳତାକୁ ଏହିପରି ଭାବେ ଚମତ୍କାର ଢଙ୍ଗରେ ଯୋଡ଼ିଛନ୍ତି। ବଡ଼ କଥା ହେଉଛି, ପେଜେଶ୍‌କିଆନ ୨୦୨୨ରେ ଅମିନୀଙ୍କ ମୃତ୍ୟୁ ପରେ ତତ୍‌କ୍ଷଣାତ ପୋଲିସର ପଦକ୍ଷେପକୁ ଭୁଲ୍‌ କହି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେହି ସମୟରେ ରଇସି ଏହାର ଉତ୍ତର ଦେବେ ନା ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବେ ତାହା ସେ ଜାଣିପାରିଲେ ନାହିଁ, ଯେଉଁଥିପାଇଁ ଅନ୍ୟ ପ୍ରତିଷ୍ଠିତ ଇରାନୀୟମାନେ ଏହା ଉପରେ ମୁହଁ ଖୋଲି ନ ଥିଲେ। ୫ଜଣ କଟରପନ୍ଥୀଙ୍କୁ ନିର୍ବାଚନରେ ଭାଗନେବାକୁ ଅନୁମତି ଦେବା ପାଇଁ ଗାର୍ଡିଆନଙ୍କ ନିଷ୍ପତ୍ତି କେବଳ ପେଜେଶ୍‌କିଆନଙ୍କ ସମ୍ଭାବନାକୁ ବଢ଼ାଇବ। ବାସ୍ତବରେ, ବିଭାଜିତ ଧର୍ମୀୟ ଭୋଟ ଯୋଗୁ ଜଣେ ଶିକ୍ଷାବିତ ବଡ଼ ଧରଣର ବିଜୟ ହାସଲ କରିପାରନ୍ତି। ଯଦି ପେଜେଶ୍‌କିଆନ ଜିତନ୍ତି, ତେବେ ତୀବ୍ର ବିରୋଧୀ ଭାବେ ଜଣାଶୁଣା ଇରାନ ପ୍ରତି ଆମେରିକାର ଦୀର୍ଘଦିନର ଦୃଷ୍ଟିକୋଣରେ ଏକ ନାଟକୀୟ ପରିବର୍ତ୍ତନ ହେବ, ଯାହା ଗଠନମୂଳକ କାର୍ଯ୍ୟ ପାଇଁ ଜରୁରୀ। ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲିଙ୍କେନ୍‌ଙ୍କ ତ୍ୱରିତ ବିଚାର ସ୍ବାଗତଯୋଗ୍ୟ। ତେବେ ମଧ୍ୟପ୍ରାଚ୍ୟରେ ତାଙ୍କର ଲଗାତର କୂଟନୈତିକ ମଧ୍ୟସ୍ଥତାରୁ ବୁଝାପଡ଼ୁଛି ଯେ, ସେ ସହଜରେ ଇରାନୀୟ ବୁଝାମଣାକାରୀଙ୍କ ନିକଟତର ହୋଇପାରିବେ।
ବ୍ଲିଙ୍କେନ୍‌ଙ୍କ ରିପୋର୍ଟକୁ ଗମ୍ଭୀରତାର ସହ ବାଇଡେନ୍‌ ଗ୍ରହଣ କରିବାକୁ ଆଗ୍ରହୀ ହେବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ଆମେରିକୀୟ ଇହୁଦୀ ସମ୍ପ୍ରଦାୟରେ ବିଭାଜନ ଏବଂ ଆରବ-ଆମେରିକୀୟମାନେ ବାଇଡେନ୍‌ଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ହିଁ ପୁନଃ ନିର୍ବାଚିତ ହେବାରେ ତାଙ୍କ ପାଇଁ ବଡ଼ ବିପଦ। ଜୁଲାଇ ୨୪ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ୱାଶିଂଟନରେ କଂଗ୍ରେସର ମିଳିତ ଅଧିବେଶନରେ ଯୋଗଦେବାକୁ ପହଞ୍ଚିବା ପରେ ଏହି ବିପଦ ଆହୁରି ବଢ଼ିବ। ସେହି ସମୟରେ ବାଇଡେନ୍‌ ନେତାନ୍ୟାହୁଙ୍କୁ ଇରାନ ସହ ବହୁପକ୍ଷୀୟ ଆଲୋଚନାରେ ଯୋଗଦେବାକୁ ଆମନ୍ତ୍ରଣ କରିବାର ସ୍ଥିତିରେ ରହିପାରନ୍ତି। ଏଭଳି ପରିସ୍ଥିତି ଆଣବିକ ବିସ୍ତାର ଏବଂ ମଧ୍ୟପ୍ରାଚ୍ୟରେ ବ୍ୟାପକ ଯୁଦ୍ଧକୁ ନାଟକୀୟ ଭାବରେ ହ୍ରାସ କରିବା ସହ ୨ ଦେଶ ସମାଧାନ ପାଇଁ ରାସ୍ତା ମଧ୍ୟ ପ୍ରସ୍ତୁତ କରିବେ ଯାହା ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ଶାନ୍ତିରେ ରହିବାକୁ ଅନୁମତି ଦେବ।
ରଇସିଙ୍କ ମୃତ୍ୟୁ ଏକ ବିରଳ ସୁଯୋଗକୁ ପ୍ରତିପାଦିତ କରେ ଯେଉଁଥିରେ ଦୀର୍ଘଦିନ ଧରି ଶତ୍ରୁ ଭାବେ ରହିଥିବା ରାଜନୈତିକ ନେତାମାନଙ୍କୁ ଏକ ନୂତନ କୂଟନୈତିକ ଯୁଗ ଆରମ୍ଭ କରିବା ପାଇଁ ଅଧିକ ପ୍ରେରିତ କରିଛି। କିନ୍ତୁ ବାଇଡେନ୍‌ ନିଶ୍ଚିତ ଭାବରେ ଏହି ମୁହୂର୍ତ୍ତକୁ ହାତେଇବା ଦରକାର। ଯଦି ସେ ପେଜେଶ୍‌କିଆନଙ୍କୁ ଶତ୍ରୁ ଭାବେ ଦେଖନ୍ତି, ତେବେ ଖାମେନେଇ ନିଶ୍ଚିତ ଭାବେ ନୂତନ ରାଷ୍ଟ୍ରପତିଙ୍କ ଲୋକପ୍ରିୟ ସ୍ଥିତିକୁ ନଷ୍ଟ କରିବାରେ ସମର୍ଥ ହେବେ ଏବଂ ପରବର୍ତ୍ତୀ ସମୟରେ ଭୋଟରଙ୍କୁ ତାଙ୍କର ଜ୍ଞାନ ବା ଶିକ୍ଷାଗତ ଦୃଷ୍ଟିକୋଣକୁ ପ୍ରତ୍ୟାଖ୍ୟାନ କରିବାକୁ ବୁଝାଇବାରେ ସମର୍ଥ ହେବେ। ସାମ୍ପ୍ରତିକ ଇତିହାସରେ ଏହା ପ୍ରଥମ ଥର ନୁହେଁ, ମଧ୍ୟପ୍ରାଚ୍ୟର ଭବିଷ୍ୟତ ନିର୍ଣ୍ଣୟ କରିବାରେ ହ୍ବାଇଟ ହାଉସରେ ଅନେକ ତ୍ୱରିତ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ କେତେକ ମଧ୍ୟପ୍ରାଚ୍ୟରେ ଅନେକ ବର୍ଷ ଧରି ତିକ୍ତ ସଂଘର୍ଷ ସୃଷ୍ଟି କରିଛି। ତେବେ ଏବକାର ନିଷ୍ପତ୍ତି ଏହା ଆଗାମୀ ଦଶନ୍ଧି ଲାଗି ଶାନ୍ତିପୂର୍ଣ୍ଣ ସହଭାଗିତା ପାଇଁ ଏକ ପଥ ଦେଖାଇପାରେ।

  • ବ୍ରୁସ୍‌ ଆକ୍ରେମ୍ୟାନ୍‌

ଷ୍ଟେର୍ଲିଂ ପ୍ରଫେସର, ଲ ଆଣ୍ଡ ପଲିଟିକାଲ ସାଇନ୍ସ, ୟେଲ୍‌ ୟୁନିଭର୍ସିଟି, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri