ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ ଏକ ସ୍ବତନ୍ତ୍ର ଭୂତଳ ଆଶ୍ରୟସ୍ଥଳ(ବଙ୍କର୍‌)ରେ ଲୁଚି ରହିଥିବା ରିପୋର୍ଟ ସାମ୍ନାକୁ ଆସିଛି।

ଇରାନ ଇଣ୍ଟରନ୍ୟାଶନାଲର ରିପୋର୍ଟ ଅନୁଯାୟୀ, ସରକାରଙ୍କ ନିକଟତର ଦୁଇଟି ସୁତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ବରିଷ୍ଠ ସାମରିକ ଓ ସୁରକ୍ଷା ଅଧିକାରୀମାନେ ଆମେରିକାର ଆକ୍ରମଣ ସମ୍ଭାବନାକୁ ଗମ୍ଭୀର ବିପଦ ଭାବରେ ଆକଳନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଖାମେନେଇଙ୍କର ଅନୁପସ୍ଥିତିରେ ତୃତୀୟ ପୁଅ ମାସୁଦ ଖାମେନେଇ ସୁପ୍ରିମ ଲିଡରଙ୍କ ପରିଚାଳନାର ଦାୟିତ୍ୱ ସମ୍ଭାଳୁଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଅଣ୍ଡରଗ୍ରାଉଣ୍ଡ ସୁବିଧାରେ ଅତ୍ୟାଧୁନିକ ସୁବିଧା ସବୁ ରହିଛି। ଏପରିକି ସୁଡଙ୍ଗଟି ତେହରାନର ଅନ୍ୟ ସୁଡଙ୍ଗକୁ ସଂଯୋଗ କରୁଛି। ଏଣୁ ଏହା ଅତ୍ୟନ୍ତ ସୁରକ୍ଷିତ।

କହିରଖୁଛୁ, ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନଜର ରଖିଥିବା କହିଥିବା ବେଳେ ଇରାନ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣା ଉପରେ ସମଗ୍ର ବିଶ୍ୱର ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ମେଟା ପଢୁଛି ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍, ପୂର୍ବତନ କର୍ମଚାରୀ କଲେ ଖୁଲାସା

ନୂଆଦିଲ୍ଲୀ, ୨୫ା୧: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍‌ର ମାଲିକାନା ସଂସ୍ଥା ‘ମେଟା’ ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଙ୍ଘାତିକ ଅଭିଯୋଗ ଲାଗିଛି।…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧(ସୁନିଲ କୁମାର ମହାନ୍ତି) : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର…

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri