ଭାଜପାକୁ ନେଇ ଏମିତି କହିଦେଲେ ଇପ୍ସିତା: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୭ା୧୦(ସୁନିତ୍‌ ମିଶ୍ର):ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟବ୍ୟାପୀ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)କୁ ବିପୁଳ ସମର୍ଥନ ମିଳିଛି ବୋଲି ବିସିଜେଡି ସଭାପତି ଈପ୍ସିତା ସାହୁ କହିଛନ୍ତି। ଶଙ୍ଖ ଭବନଠାରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଛାତ୍ରମାନେ ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଛନ୍ତି; ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ‘ଜେନ୍‌-ଜି’ଙ୍କ ଭଲ ପାଇବାକୁ ପ୍ରମାଣିତ କରିଛି। ବିଜେଡି ଶାସନ ସମୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା, ଯାହାକୁ ଛାତ୍ରୀଛାତ୍ରମାନେ ଭୁଲିପାରିବେ ନାହିଁ। ଭାଜପା ସରକାର ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ସରକାରୀ କଳ ଓ ବଳର ବ୍ୟାପକ ଅପପ୍ରୟୋଗ କରିଥିଲେ ମଧ୍ୟ ଛାତ୍ରୀଛାତ୍ରଙ୍କ ସମର୍ଥନ ହାସଲ କରିପାରିଲେ ନାହିଁ। ସରକାରଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜୟ ନିହାତି ଦରକାର ଥିଲା, କିନ୍ତୁ ଜେନ୍‌-ଜି ତାହା କରାଇ ଦେଲେ ନାହିଁ। ସେହିପରି ୨ ଉପମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିସିଜେଡି ବଡ଼ ବିଜୟ ହାସଲ କରିଛି। କିନ୍ତୁ ଆଇନମନ୍ତ୍ରୀ ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି। ଭାଜପା ନିଜ ପରାଜୟକୁ ସ୍ବୀକାର କରିପାରୁ ନାହିଁ ବୋଲି ଈପ୍ସିତା କହିଛନ୍ତି।

 

Dharitri – Odisha’s No.1 Odia Daily

 

Share