ମିସେସ୍‌ ଫେମିନା ୨୦୨୧: ଟପ୍‌-୨୦ରେ ଈପ୍‌ସିତା

ଭଦ୍ରକ ଅଫିସ, ୨୫।୩: ସାରା ଭାରତବର୍ଷର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଟପ୍‌ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୋହୂ ଈପ୍‌ସିତା ପ୍ରିୟଦର୍ଶିନୀ(୨୭)। ପେସାରେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିଲେ ହେଁ ମଡେଲିଂ ନିଶା ତାଙ୍କୁ ମିସେସ୍‌ ଫେମିନା କଣ୍ଟେଷ୍ଟର ଟପ୍‌ ୨୦ରେ ପହଞ୍ଚାଇଛି। ଅନ୍‌ଲାଇନରେ ହୋଇଥିବା ଏହି ପ୍ରତିଯୋଗିତାରେ ଏବେ ଟପ୍‌ ୧୦ରେ ପହଞ୍ଚିବା ପାଇଁ ସେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସାହୁଙ୍କ ଝିଅ ଈପ୍‌ସିତା। ବାପା ପ୍ରଶାସନିକ ଅଧିକାରୀ ଓ ମା’ ବବିତା ମହାନ୍ତି ଜଣେ ଗୃହିଣୀ। କିନ୍ତୁ ଝିଅର ପିଲାବେଳୁ କଳା ପ୍ରତି ଅହେତୁକ ଆକର୍ଷଣ ତାଙ୍କୁ ଏବେ ଏହି ସଫଳତାରେ ପହଞ୍ଚାଇଛି। ତାଙ୍କ ଘର କଟକ ସହର ମଙ୍ଗଳାବାଗ ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ବିବାହ କରିଛନ୍ତି। ସ୍କୁଲ ପ୍ରତିଯୋଗିତାରୁ ଆରମ୍ଭ କରି ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ମିସେସ୍‌ ଫେମିନା ପ୍ରତିଯୋଗିତାରେ ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ନିଜ ସ୍ଥାନ ଅକ୍ତିଆର କରିଥିବା ବେଳେ ୪ର୍ଥ ରାଉଣ୍ଡରେ ଭୋଟିଂ ପର୍ଯ୍ୟାୟରେ ଅଛନ୍ତି। ଓଡ଼ିଶାବାସୀଙ୍କ ଭୋଟ୍‌ ମିଳିଲେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ନିଜ ସ୍ଥାନ ରଖିପାରିବେ ଏବଂ ଓଡ଼ିଆ ଝିଅ ତଥା ବୋହୂ ହିସାବରେ ଓଡ଼ିଶା ପାଇଁ ସୁନାମ ଆଣିପାରିବେ ବୋଲି କୁହନ୍ତି।
ସେ ୨୦୧୫ରେ ଜି ଟିଭିର ମିସ୍‌ ଏଥ୍‌ନିକରେ ପଞ୍ଚମ ସ୍ଥାନ ଅକ୍ତିଆର କରିବା ସହ ଇଣ୍ଡିଆ ସିଟି ଲାଇଟ ମିସେସ୍‌ ସୁପର ମଡେଲରେ ଦ୍ୱିତୀୟ ରନର୍ସଅପ୍‌ ହୋଇଥିଲେ। ସେହିବର୍ଷ ସାରଳା ପ୍ରତିଭା ସମ୍ମାନ ମଧ୍ୟ ପାଇଥିଲେ। ଏପରିକି ମରାଠୀ ଚଳଚ୍ଚିତ୍ର ‘ଥୋହ ଏକ ଆଜ୍‌’ରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ପାଠ ପଢ଼ିବା ବେଳେ ବିଦେଶରେ ମଧ୍ୟ ବହୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri