ଆସନ୍ତା ସପ୍ତାହରେ ଆସିବ ୧୧ ଆଇପିଓ, ଶେୟାର ବଜାରରେ ହେବ ୪୦୦୦ କୋଟି ଟଙ୍କାର ବଡ଼ ଖେଳ

ମୁମ୍ବାଇ, ୧୬ା୧୨: ଆସନ୍ତା ସପ୍ତାହରେ ପ୍ରାୟ ୧୧ କମ୍ପାନୀ ସେମାନଙ୍କର ଆଇପିଓ ଆଣିବାକୁ ଯାଉଛନ୍ତି। ଏଥି ମଧ୍ୟରୁ ୭ ଟି ମେନ୍ ବୋର୍ଡ କମ୍ପାନୀ ହୋଇଥିଲା ବେଳେ, ବର୍ଷ ଶେଷକୁ ଭାରତୀୟ ଶେୟାର ବଜାର ଏକ ବଡ଼ ଉତ୍ସାହ ସହିତ କାରବାର ଶେଷ କରିବ ବୋଲି ଆଶା କରାଯାଉଛି।

୭ ମେନ୍ ବୋର୍ଡ କମ୍ପାନୀ ମିଳିତ ଭାବେ ୩୯୧୦ କୋଟି ଟଙ୍କା ଶେୟର ବଜାରରୁ ହାସଲ କରିବାକୁ ଥିବା ବେଳେ ବାକି ୪ଟି ଛୋଟ ଏବଂ ମାଧ୍ୟମ ବର୍ଗ(ଏସଏମଇ) କମ୍ପାନୀ ମିଳିତ ଭାବେ ୧୩୫ କୋଟି ହାସଲ କରିବେ।

ଅଧିକ ଲାଭ ଏବଂ ଏକ ସହନୀୟ ମୂଲ୍ୟ ଥିବାରୁ ଆଇପିଓ ଉପରେ ଅଧିକ ଆଗ୍ରହ ରହୁଥିବା ବିଶେଷଜ୍ଞମାନେ କହିଛନ୍ତି। ଫଳରେ ଏହି ସମସ୍ତ ଆଇପିଓ ଗୁଡିକ ଉଚ୍ଚ ଦରରେ ତାଲିକାଭୁକ୍ତ ହେବ ବୋଲି ଆଶା କରାଯାଉଛି।

ଆସନ୍ତା ବର୍ଷ ଆରମ୍ଭରେ ଶେୟାର ବଜାର ପୁଞ୍ଜି ବୃଦ୍ଧି ଜାରି ରହିବ। କାରଣ ବର୍ତମାନ ସୁଦ୍ଧା ୬୫ରୁ ଅଧିକ ଆଇପିଓ ଦସ୍ତାବିଜ ସେବି ନିକଟରେ ଦାଖଲ ହୋଇଥିବା ସୂଚନା ରହିଛି। ଏଗୁଡିକ ମଧ୍ୟରୁ ୨୫ଟି ସେବି\’ର ଅନୁମୋଦନ ପଇସାରିଛନ୍ତି।

ଆସନ୍ତା ସପ୍ତାହରେ ଆସିବାକୁ ଥିବା ଆଇପିଓ ଗୁଡିକ ମଧ୍ୟରେ ୭ ମେନ୍ ବୋର୍ଡ କମ୍ପାନୀ ହେଉଛନ୍ତି ମୁଥୁଟ୍ ମାଇକ୍ରୋଫିନ୍, ମୋଟିସନ୍ ଜୁଏଲର୍ସ, ସୁରଜ ଇଷ୍ଟେଟ୍ ଡେଭଲପର୍ସ, ହାପି ଫୋର୍ଜିଙ୍ଗ୍, ଆରବିଜେଡ ଜୁଏଲର୍ସ, କ୍ରେଡୋ ବ୍ରାଣ୍ଡ ଏବଂ ଆଜାଦ ଇଞ୍ଜିନିୟରିଂ ରହିଛି ଯାହା ଆସନ୍ତା ସପ୍ତାହରେ ଆସିବାକୁ ଯାଉଛି।

ଅନ୍ୟପଟେ, ଏସଏମଇ ସେଗମେଣ୍ଟରେ ସାହାରା ମାରିଟାଇମ , ଇଲେକ୍ଟ୍ରୋ ଫୋର୍ସ, ଶାନ୍ତି ସ୍ପିଣ୍ଟେକ୍ସ ଏବଂ ଟ୍ରାଇଡେଣ୍ଟ ଟେକ୍ଲାବର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?