Categories: ଖେଳ

ବିଦେଶକୁ ଯିବ ନାହିଁ ଆଇପିଏଲ, ନିର୍ବାଚନ ତାରିଖ ଘୋଷଣା ସ୍ପଷ୍ଟୀକରଣ ଦେଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୩: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲ ବିଦେଶକୁ ଯାଇପାରେ ବୋଲ ଆଲୋଚନା ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହା। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ବିଦେଶକୁ ସ୍ଥାନାନ୍ତର ହେବ ନାହିଁ।

ଶାହା ଶନିବାର କ୍ରିକବଜକୁ କହିଛନ୍ତି ଯେ, ନା, ଏହା ବିଦେଶକୁ ସ୍ଥାନାନ୍ତରିତ ହେବ ନାହିଁ। ଏପ୍ରିଲ 19 ରୁ ଜୁନ୍ 4 ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ ପ୍ରଥମ ଦୁଇ ସପ୍ତାହର ତାରିଖ ଘୋଷଣା କରାଯାଇଛି। ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମାଲ ମଧ୍ୟ ଶନିବାର ଦିନ ଏପ୍ରିଲ 19 ରୁ ଜୁନ୍ ମଧ୍ୟରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ହେତୁ ୟୁଏଇକୁ ସ୍ଥାନାନ୍ତର କରାଯିବ ବୋଲି କଳ୍ପନାଜଳ୍ପନାକୁ ଖାରଜ କରିଥିଲେ।
\ଧୁମଲ ଏହି ଆଲୋଚନାକୁ ସିଧା ସଳଖ ଖାରଜ କରି ଦେଇଛନ୍ତି। ଧୁମାଲ ପିଟିଆଇକୁ କହିଛନ୍ତି, “ଆଇପିଏଲ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ହେଉନାହିଁ। ଆମେ ଖୁବ୍ ଶୀଘ୍ର ଅବଶିଷ୍ଟ ଫିଚର ଘୋଷଣା କରିବୁ।”

ତେବେପ୍ରଥମ ଦୁଇ ସପ୍ତାହ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା ବେଳେ ମାର୍ଚ୍ଚ 22 ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ।

ପିଟିଆଇ ସହିତ ପୂର୍ବରୁ ହୋଇଥିବା ବାର୍ତ୍ତାଳାପରେ ବିସିସିଆଇ ସଚିବ ଜୟ ଶାହା କହିଥିଲେ ଯେ ପୂର୍ଣ୍ଣ ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବ, ଯେପରି 2019 ରେ, ପୂର୍ବ ଲୋକସଭା ନିର୍ବାଚନ ସମୟରେ ହୋଇଥିଲା। ସେମାନେ କେବଳ ନିର୍ବାଚନ ଆୟୋଗର ମତଦାନ ତାରିଖ ଘୋଷଣା କରିବାକୁ ଅପେକ୍ଷା କରିଥିଲେ।

Share