Posted inଖେଳ

ଆଇପିଏଲ୍‌ରେ ଦୁଇ ଅଲରାଣ୍ଡରଙ୍କ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେବାକୁ ୫ ଦିନ ବାକି ଅଛି। ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହି ସିଜିନ୍‌ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ୨ଟି ନୂଆ ଦଳର ଆଗମନ ସହିତ ଏଥର ଆଇପିଏଲ୍‌ରେ ଉତ୍ସାହ ବୃଦ୍ଧି ପାଇବ। ଆଇପିଏଲରେ ଅନେକ ଲଜ୍ଜାଜନକ ରେକର୍ଡ ରହିଛି। ଏପରି ଏକ ଲଜ୍ଜାଜନକ ରେକର୍ଡ ଆଇପିଏଲର ଦୁଇ ଅଲରାଉଣ୍ଡରଙ୍କ ନାମରେ ରହିଛି। ଏହି ଦୁଇ ଖେଳାଳି ମହଙ୍ଗା ଓଭର୍‌ ବୋଲିଂ କରିଛନ୍ତି। ଗୋଟିଏ ଓଭରରେ ୪-୪ ଅତିରିକ୍ତ ବଲ ପକାଇ ନିଜ ଦଳ ପାଇଁ ମହଙ୍ଗା ପ୍ରମାଣିତ ହୋଇଥିଲେ। ଏହି ଦୁଇ ଅଲରାଉଣ୍ଡ ହେଲେ…
ରାହୁଲ ତଓ୍ବେତିଆ: ଆଇପିଏଲ ୨୦୨୦ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ରାହୁଲ ତଓ୍ବେତିଆ ଆରସିବି ବିପକ୍ଷରେ ୧୦ଟି ବଲ ବୋଲିଂ କରିଥିଲେ। ଆରସିବି ଇନିଂସର ଏହା ୯ମ ଓଭର ଥିଲା। ଏହି ଓଭରରେ ତଓ୍ବେତିଆ ମୋଟ ୮ ରନ ଦେଇଥିଲେ। ଏହି ଓଭରରେ ତଓ୍ବେତିଆ କ୍ରମାଗତ ତିନିଟି ଓ୍ବାଇଡ୍‌ ବଲ ବୋଲିଂ କରିଥିଲେ। ତଓ୍ବେତିଆ ଓଭର ଏହିପରି ଥିଲା .. ୦, ୦, ନୋ ବଲ୍‌, ୧,୨, ଓ୍ବାଇଡ୍‌, ଓ୍ବାଇଡ୍‌, ଓ୍ବାଇଡ୍‌,୧ ଏବଂ ୦।
ଡ୍ବେନ ବ୍ରାଭୋ: ଇଣ୍ଡିଜ୍‌ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏକ ଲଜ୍ଜାଜନକ ବୋଲିଂ କରିଥିଲେ। ବ୍ରାଭୋ ଏହି ଓଭରରେ ୪ଟି ଓ୍ବାଇଡ୍‌ ବଲ ବୋଲିଂ କରିଥିଲେ। ତେବେ ବ୍ରାଭୋ ଏହି ଓଭରରେ ମାତ୍ର ୬ ରନ ଦେଇଥିଲେ। ବ୍ରାଭୋଙ୍କ ଓଭର ଏହିପରି ଥିଲା .. ଓ୍ବାଇଡ୍‌, ଓ୍ବାଇଡ୍‌, ୦, ୦, ୧,୦,୧, ଓ୍ବାଇଡ୍‌, ଓ୍ବାଇଡ୍‌, ୦।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri