Posted inଖେଳ

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ ସୀମିତ ରହିବାକୁ ପଡ଼ିବ। ପ୍ରଥମ ଦିବସରେ ଖେଳାଳିମାନେ ଟ୍ରେନରଙ୍କ ଫିଟ୍‌ନେସ୍‌ ପ୍ଲାନ୍‌ କାର୍ଯ୍ୟକାରୀ କରିବା ପରେ ବାଲ୍‌କୋନୀରେ ପରସ୍ପର ସହିତ କଥାବାର୍ତ୍ତା ହୋଇଥିଲେ। ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଖେଳାଳିମାନେ ଗୁରୁବାର ଦୁବାଇରେ ପହଞ୍ଚତ୍ଥିବାବେଳେ କୋଲକାତା ନାଇଟ୍‌ ରାଇଡର୍ସ ରାତିରେ ଆବୁଧାବିରେ ଓହ୍ଲାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଅନୁସାରେ ରୟାଲ୍ସ ଦଳ ପ୍ରଥମ ଦିବସରେ ବିମାନ ବନ୍ଦରଠାରେ କୋଭିଡ୍‌-୧୯ ଟେଷ୍ଟ କରିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ଖେଳାଳିମାନଙ୍କର ଶୁକ୍ରବାର ଆଉ ଥରେ ଟେଷ୍ଟ ହୋଇଛି। ବିସିସିଆଇର ଏସ୍‌ଓପି ୧ମ, ୩ୟ ଓ ୬ଷ୍ଠ ଦିବସରେ ଟେଷ୍ଟିଂ ପରେ ଯାଇ ଟିମ୍‌ଗୁଡ଼ିକ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ୬ଦିନ ଆଇସୋଲେଶନ ପରିୟଡ୍‌ରେ ରୁମ୍‌ ବାହାରକୁ ଆସିବା ବାରଣଥିବାରୁ ଖେଳାଳିମାନେ ପରସ୍ପର ସହିତ କଥା ହେବା ଲାଗି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବାଲ୍‌କୋନୀର ପୂରା ଉପଯୋଗ କରିବେ। କିନ୍ତୁ ସେମାନଙ୍କୁ ସମସ୍ତ ସୋସିଆଲ ଡିଷ୍ଟାନ୍ସ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ହେବ। ରୟାଲ୍ସ ଦଳ ଏହାର ଆଉଟ୍‌ଡୋର୍‌ ଏରିଆ ଚିହ୍ନଟ କରିଛି। ତେବେ ପାଖ ରୁମ୍‌ରେ ରହିଥିବା ସାଥୀ ଖେଳାଳି ଯଦି ବାହାରକୁ ବାହାରିଥିବେ ଜଣେ ଖେଳାଳି ଏହାକୁ ବ୍ୟବହାର କରିପାରିବ ନାହିଁ। ଆଉଟ୍‌ଡୋର ଏରିଆକୁ ଖେଳାଳିମାନେ ପାଳି କରି ବ୍ୟବହାର କରିପାରିବେ। କିଙ୍ଗ୍ସ ଇଲେଭେନ ଖେଳାଳିମାନେ ବାଲ୍‌କୋନୀର ସହାୟତା ନେଇ ସେମାନଙ୍କ ନିକଟ ପଡୋଶୀଙ୍କ ସହିତ କଥାବାର୍ତ୍ତା ହୋଇ ପାରିବେ। ଦୁବାଇରେ ତାଙ୍କ ପ୍ରଥମ ସକାଳ ଶୀର୍ଷକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରୟାଲ୍ସ ପେସ୍‌ ବୋଲର ଜୟଦେବ ଉନାଡ୍‌କଟ୍‌। ଫିଟ୍‌ନେସ୍‌ ପାଇଁ ନିଜରୁମ୍‌ରେ ଏୟାର ସାଇକେଲ ସହିତ ଏବଂ ଆଉଟଡୋର୍‌ ଏରିଆରେ ତାଙ୍କ ଯୋଗ ସେସନର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri