Posted inଖେଳ

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ ସୀମିତ ରହିବାକୁ ପଡ଼ିବ। ପ୍ରଥମ ଦିବସରେ ଖେଳାଳିମାନେ ଟ୍ରେନରଙ୍କ ଫିଟ୍‌ନେସ୍‌ ପ୍ଲାନ୍‌ କାର୍ଯ୍ୟକାରୀ କରିବା ପରେ ବାଲ୍‌କୋନୀରେ ପରସ୍ପର ସହିତ କଥାବାର୍ତ୍ତା ହୋଇଥିଲେ। ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଖେଳାଳିମାନେ ଗୁରୁବାର ଦୁବାଇରେ ପହଞ୍ଚତ୍ଥିବାବେଳେ କୋଲକାତା ନାଇଟ୍‌ ରାଇଡର୍ସ ରାତିରେ ଆବୁଧାବିରେ ଓହ୍ଲାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଅନୁସାରେ ରୟାଲ୍ସ ଦଳ ପ୍ରଥମ ଦିବସରେ ବିମାନ ବନ୍ଦରଠାରେ କୋଭିଡ୍‌-୧୯ ଟେଷ୍ଟ କରିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ଖେଳାଳିମାନଙ୍କର ଶୁକ୍ରବାର ଆଉ ଥରେ ଟେଷ୍ଟ ହୋଇଛି। ବିସିସିଆଇର ଏସ୍‌ଓପି ୧ମ, ୩ୟ ଓ ୬ଷ୍ଠ ଦିବସରେ ଟେଷ୍ଟିଂ ପରେ ଯାଇ ଟିମ୍‌ଗୁଡ଼ିକ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ୬ଦିନ ଆଇସୋଲେଶନ ପରିୟଡ୍‌ରେ ରୁମ୍‌ ବାହାରକୁ ଆସିବା ବାରଣଥିବାରୁ ଖେଳାଳିମାନେ ପରସ୍ପର ସହିତ କଥା ହେବା ଲାଗି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବାଲ୍‌କୋନୀର ପୂରା ଉପଯୋଗ କରିବେ। କିନ୍ତୁ ସେମାନଙ୍କୁ ସମସ୍ତ ସୋସିଆଲ ଡିଷ୍ଟାନ୍ସ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ହେବ। ରୟାଲ୍ସ ଦଳ ଏହାର ଆଉଟ୍‌ଡୋର୍‌ ଏରିଆ ଚିହ୍ନଟ କରିଛି। ତେବେ ପାଖ ରୁମ୍‌ରେ ରହିଥିବା ସାଥୀ ଖେଳାଳି ଯଦି ବାହାରକୁ ବାହାରିଥିବେ ଜଣେ ଖେଳାଳି ଏହାକୁ ବ୍ୟବହାର କରିପାରିବ ନାହିଁ। ଆଉଟ୍‌ଡୋର ଏରିଆକୁ ଖେଳାଳିମାନେ ପାଳି କରି ବ୍ୟବହାର କରିପାରିବେ। କିଙ୍ଗ୍ସ ଇଲେଭେନ ଖେଳାଳିମାନେ ବାଲ୍‌କୋନୀର ସହାୟତା ନେଇ ସେମାନଙ୍କ ନିକଟ ପଡୋଶୀଙ୍କ ସହିତ କଥାବାର୍ତ୍ତା ହୋଇ ପାରିବେ। ଦୁବାଇରେ ତାଙ୍କ ପ୍ରଥମ ସକାଳ ଶୀର୍ଷକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରୟାଲ୍ସ ପେସ୍‌ ବୋଲର ଜୟଦେବ ଉନାଡ୍‌କଟ୍‌। ଫିଟ୍‌ନେସ୍‌ ପାଇଁ ନିଜରୁମ୍‌ରେ ଏୟାର ସାଇକେଲ ସହିତ ଏବଂ ଆଉଟଡୋର୍‌ ଏରିଆରେ ତାଙ୍କ ଯୋଗ ସେସନର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri