Posted inଖେଳ

କିଏ ଜିତିବ ଅରେଞ୍ଜ୍‌ କ୍ୟାପ୍‌, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ଆଇପିଏଲ ୨୦୨୦ ଏବେ ଶେଷ ରାଉଣ୍ଡରେ ପହଞ୍ଚିଛି। ଆଉ ମାତ୍ର ୨ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ପ୍ଲେ ଅଫ ଏବଂ ପରେ ଫାଇନାଲ ହେବ। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟରେ ଅରେଞ୍ଜ୍‌ କ୍ୟାପ୍‌ ବିଜେତାଙ୍କୁ ନେଇ (ସର୍ବାଧିକ ରନ ସ୍କୋରର) ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଅରେଞ୍ଜ କ୍ୟାପ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଅଧିନାୟକ କେ.ଏଲ ରାହୁଲଙ୍କ ପାଖରେ ଅଛି। କିନ୍ତୁ ତାଙ୍କ ଦଳ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ଏଭଳି ପରିସ୍ଥିତିରେ ଏବେ ଅନେକ ବ୍ୟାଟ୍ସମ୍ୟାନ ଅରେଞ୍ଜ କ୍ୟାପ ଦୌଡ଼ରେ ଅଛନ୍ତି। ପ୍ରଶ୍ନ ଉଠିଛି ରାହୁଲଙ୍କ ରେକର୍ଡ କିଏ ଭାଙ୍ଗିବ? ଅରେଞ୍ଜ କ୍ୟାପ ଦୌଡରେ ଥିବା ବ୍ୟାଟ୍ସମ୍ୟାନଙ୍କ ସ୍କୋର ବିଷୟରେ ତଥ୍ୟ..
ରାହୁଲ ୧୪ଟି ମ୍ୟାଚ୍‌ ଖେଳି ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରି ରନ୍‌ ତାଲିକାର ସର୍ବାଗ୍ରେ ଅଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍‌ ଶିଖର ଧାୱନ ସର୍ବାଧିକ ରନ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଧାୱନ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚରେ ୪୭୧ ରନ ସଂଗ୍ରହ କରିଛନ୍ତି। ଅର୍ଥାତ୍‌ ରାହୁଲଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ୨୦୦ ରନ ଆବଶ୍ୟକ । ଯଦି ଦିଲ୍ଲୀ ଦଳ ପ୍ଲେ ଅଫରେ ପହଞ୍ଚେ ତେବେ ତାଙ୍କୁ ୨-୩ ମ୍ୟାଚ ଖେଳିବାର ସୁଯୋଗ ମିଳିବ।

ରନ ସ୍କୋର କରିବାକୁ ଦୌଡ଼ରେ ଚେନ୍ନାଇ ସୁପର କିଙ୍ଗ୍ସର ଫାଫ ଡୁପ୍ଲେସି ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ୪୪୯ ରନ ସ୍କୋର କରିଥିବା ଡୁପ୍ଲେସିଙ୍କ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଛି।

ଫାଫ୍‌ଙ୍କ ପରେ ସମସ୍ତଙ୍କ ଆଖି ଏବେ ଡେଭିଡ ୱାର୍ଣ୍ଣରଙ୍କ ଉପରେ ରହିଛି। ଓ୍ବାର୍ଣ୍ଣର ଏପର୍ଯ୍ୟନ୍ତ ୪୪୪ ରନ ସଂଗ୍ରହ କରିଛନ୍ତି। ବିଶେଷ କଥା ହେଉଛି ସନରାଇଜର୍ସ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରୁ ବାହାରି ନାହାଁନ୍ତି।

ଏହା ପରେ କେକେଆରର ଶୁଭମାନ ଗିଲ ଅଛନ୍ତିି। ଗିଲ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୪୪୦ ରନ ସଂଗ୍ରହ କରିଛନ୍ତି।

ବିରାଟ କୋହଲି ମଧ୍ୟ ଅରେଞ୍ଜ୍‌ କ୍ୟାପ ରେସରେ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ୪୩୧ ରନ ସଂଗ୍ରହ କରିଛନ୍ତି। ଯଦି ଆରସିବି ଦଳ ପ୍ଲେ ଅଫ୍‌ରେ ପହଞ୍ଚେ, ତେବେ ବିରାଟଙ୍କ ଦଳ ଆହୁରି ମ୍ୟାଚ ଖେଳିପାରିବ। ଏଭଳି ପରିସ୍ଥିତିରେ ସେ ମଧ୍ୟ କେ.ଏଲ ରାହୁଲଙ୍କ ସ୍କୋର ପାଖରେ ପହଞ୍ଚି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri