Posted inଖେଳ

ଆଇପିଏଲ୍‌ ଆବିଷ୍କାର ଟି. ନଟରାଜନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରଥିବା ତାମିଲନାଡୁର ଯୁବ ଦ୍ରୁତ ବୋଲର ଟି. ନଟରାଜନ ଏବେ ଚର୍ଚ୍ଚାରେ। ପ୍ରଭାବୀ ପ୍ରଦର୍ଶନ କରି ଆଇପିଏଲରୁ ଆବିଷ୍କାର ହୋଇଥିବା କେତେକ ଯୁବ ଖେଳାଳିଙ୍କ ମଧ୍ୟରେ ନଟରାଜନ ଅନ୍ୟତମ। ଯୁବ ଅବସ୍ଥାରୁ ୟର୍କର ସ୍ପେଶାଲିଷ୍ଟର ମାନ୍ୟତା ପାଉଥିବା ଏହି ପେସ୍‌ ସେନ୍‌ସେଶନ ଭାରତୀୟ ଟି୨୦ ଦଳରେ ସାମିଲ ହୋଇ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ବରୁଣ ଚକ୍ରବର୍ତ୍ତୀ କାନ୍ଧରେ ଇଞ୍ଜୁରି କାରଣରୁ ଏହି ହାଇପ୍ରୋଫାଇଲ ଗସ୍ତରୁ ବାଦ୍‌ ପଡ଼ିବା ପରେ ନଟରାଜନଙ୍କୁ ସୁଯୋଗ ମିଳିଛି। ଆଇପିଏଲ୍‌ରେ ହାଇଦ୍ରାବାଦ ଦଳକୁ ପ୍ଲେ-ଅଫ୍‌କୁ ନେବାରେ ନଟରାଜନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ବ୍ୟକ୍ତିଗତ ଭାବେ ଆକର୍ଷଣୀୟ ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟିଆକର୍ଷଣ କରି ଟି୨୦ ଦଳରେ ସ୍ଥାନ ପାଇଥିଲେ। ପୂର୍ବରୁ ସେ କେବଳ ନେଟ୍‌ ବୋଲର ଭାବେ ଚୟନ ହୋଇ ଅଷ୍ଟ୍ରେଲିଆ ଯିବାକୁ ମନୋନୀତ ହୋଇଥିଲେ। ମାତ୍ର ଏବେ ତାଙ୍କ ପାଇଁ ଭାରତୀୟ ଜର୍ସି ପରିଧାନ କରିବାର ସୁଯୋଗ ଆସିଛି।
ଟେଷ୍ଟ ସିରିଜ ପୂର୍ବରୁ କେତେଜଣ ତାରକା ବୋଲରଙ୍କୁ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବାରୁ ନଟରାଜନଙ୍କୁ ଦଳରେ ସ୍ଥାନ ଦିଆଯିବାର ଯଥେଷ୍ଟ ସମ୍ଭାବନା ଥିଲା। ୟର୍କର ସ୍ପେଶାଲିଷ୍ଟ ଭାବେ ଜଣାଥିବା ନଟରାଜନ ସଦ୍ୟ ସମାପ୍ତ ଆଇପିଏଲ୍‌ରେ ୭୦ରୁ ଊର୍ଦ୍ଧ୍ୱ ୟର୍କର ପକାଇଥିଲେ। ତାମିଲନାଡୁ ପାଇଁ ଘରୋଇ କ୍ରିକେଟ ଖେଳିଥିବା ନଟରାଜନ ୨୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌, ୧୫ଟି ଲିଷ୍ଟ-ଏ ଓ ୩୮ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।
ଆଇପିଏଲ୍‌ ଢାଞ୍ଚାରେ ଖେଳାଯାଉଥିବା ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌), କର୍ନାଟକ ପ୍ରିମିୟର ଲିଗ୍‌ରେ ସ୍ଥାନୀୟ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ଟିଭିରେ ମଧ୍ୟ ଏହି ଲିଗ୍‌ର ମ୍ୟାଚ୍‌ ପ୍ରସାରଣ କରାଯାଇଥିଲା। ଫଳରେ ନଟରାଜନଙ୍କ ପରି ଯୁବ ଖେଳାଳିଙ୍କ ପାଇଁ ଏହା ଭଲ ପ୍ଲାଟଫର୍ମ ସଦୃଶ ହୋଇଥିଲା। ୨୦୧୬ରେ ଟିଏନ୍‌ପିଏଲ୍‌ର ପ୍ରାରମ୍ଭିକ ସଂସ୍କରଣରେ ଏକ ମ୍ୟାଚ୍‌ରେ କ୍ରମାଗତ ୬ଟି ୟର୍କର ପକାଇ ସମସ୍ତଙ୍କ ନଜରକୁ ଆସିଥିଲେ। ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଟିଭିରେ ଦେଖିଥିଲେ। ତାଙ୍କ ପ୍ରଦର୍ଶନରେ ଆଇପିଏଲ୍‌ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପ୍ରଭାବିତ ହୋଇ ୨୦୧୭ରେ ୩ କୋଟି ଟଙ୍କାରେ ତାଙ୍କୁ କ୍ରୟ କରିଥିଲା। ସେତେବେଳେ ତାଙ୍କ ବେସ୍‌ ପ୍ରାଇସ୍‌ ମାତ୍ର ୧୦ ଲକ୍ଷ ଟଙ୍କା ଥିଲା। ଏଥିସହ ସେ ପ୍ରଥମ ବିଗ୍‌ ବ୍ରେକ୍‌ ପାଇଥିଲେ। ମାତ୍ର କ୍ୟାରିୟରର ପ୍ରଥମ ଆଇପିଏଲ୍‌ରେ ନଟରାଜନ ନିରାଶ କରିଥିଲେ। ୬ଟି ମ୍ୟାଚ୍‌ ଖେଳି ସେ ମାତ୍ର ୨ଟି ଉଇକେଟ ହାସଲ କରିଥିଲେ ଓ ତାଙ୍କର ଇକୋନୋମି ରେଟ୍‌ ୯.୦୭ ଥିଲା। ୨୦୧୭ ଆଇପିଏଲ୍‌ରେ ସେ ୭୬ଟି ବଲ୍‌ ପକାଇଥିଲେ। ଏହାପରେ ପଞ୍ଜାବ ତାଙ୍କୁ ରିଲିଜ୍‌ କରିଥିଲା ଓ ନିଲାମରେ ତାଙ୍କ ପାଇଁ ବିଡ୍‌ ଦାଖଲ କରି ନ ଥିଲା।
ଆଇପିଏଲ୍‌ରେ ପ୍ରାରମ୍ଭିକ ବିଫଳତା ସତ୍ତ୍ୱେ ପୁଣି ନିଲାମରେ ସାମିଲ ହେବେ ବୋଲି ତାଙ୍କର ବିଶ୍ୱାସ ଥିଲା। ସର୍ବନିମ୍ନ ବେଶ୍‌ ପ୍ରାଇସ୍‌ ୨୦ ଲକ୍ଷ ଥିବା ବେଳେ ତାଙ୍କ ବେଶ୍‌ ପ୍ରାଇସ୍‌ ୪୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ହାଇଦ୍ରାବାଦ ଏକମାତ୍ର ଫ୍ରାଞ୍ଚାଇଜ ଭାବେ ତାଙ୍କ ପାଇଁ ବିଡ୍‌ ଦାଖଲ କରିଥିଲା। ତାଙ୍କୁ ବାଦ ଦେଲେ ବାସିଲ ଥାମ୍ପି, ସିଦ୍ଧାର୍ଥ କାଉଲ ଓ ଖଲିଲ ଅହମ୍ମଦ ନବାଗତ ଦ୍ରୁତ ବୋଲର ଭାବେ ହାଇଦ୍ରାବାଦ ଲାଇନ୍‌- ଅପ୍‌ରେ ଥିଲେ। ତେବେ ବେସ୍‌ ପ୍ରାଇସ୍‌ରେ ନଟରାଜନଙ୍କୁ ହାଇଦ୍ରାବାଦ କିଣିଥିଲା। ୨୦୧୮ ଓ ୨୦୧୯ ଆଇପିଏଲ୍‌ରେ ପରିବର୍ତ୍ତିତ ସ୍ଥିତି ଅନୁଯାୟୀ କେନ୍‌ ଓ୍ବିଲିୟମସନଙ୍କୁ ହାଇଦ୍ରାବାଦର ନେତୃତ୍ୱ ଦିଆଯାଇଥିଲା। କିନ୍ତୁ ଓ୍ବିଲିୟମସନଙ୍କ ନଜରକୁ ଆସିପାରି ନ ଥିଲେ ନଟରାଜନ। ଫଳରେ ତାଙ୍କ ନେତୃତ୍ୱ କାଳରେ ନଟରାଜନଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲା। ତେବେ ଡେଭିଡ୍‌ ଓ୍ବାର୍ନର ନେତୃତ୍ୱ ନେବା ପରେ ନଟରାଜନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ଆଇପିଏଲ ୨୦୨୦ରେ ସେ ୧୬ଟିଯାକ ମ୍ୟାଚ୍‌ ଖେଳିଥିଲେ। ସୁଯୋଗର ସଦ୍‌ବ୍ୟବହାର କରି ସେ ୧୬ଟି ଉଇକେଟ ଅକ୍ତିଆର କରିଥିଲେ।
ଅଳ୍ପ କେତେ ସଂଖ୍ୟକ ଖେଳାଳିଙ୍କ ପରି ନଟରାଜନ ଭାରତ ଏ’ ଓ ବୋର୍ଡ ସଭାପତି ଏକାଦଶ ପାଇଁ ଖେଳି ନ ଥିଲେ ମଧ୍ୟ ସିଧାସଳଖ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଅବଶ୍ୟ କୋଭିଡ-୧୯ ଯୋଗୁ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଭାରତ-ଏ କିମ୍ବା ବୋର୍ଡ ସଭାପତି ଏକାଦଶ ଲାଗି ମ୍ୟାଚ୍‌ ଆୟୋଜନ କରିବା ଅସମ୍ଭବ ହୋଇ ପଡ଼ିଛି। ତେଣୁ ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ ପାଇଁ ନଟରାଜନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି ବୋଲି କହିଲେ ଭୁଲ ହେବନି। ଆଇପିଏଲ୍‌ରେ ଅନେକ ନାମୀ, ଦାମୀ ବୋଲର ଫେଲ୍‌ ମାରିଥିବାବେଳେ ନଟରାଜନ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବାରେ ସକ୍ଷମ ହୋଇଛନ୍ତି। ତେବେ ସେ ଅଷ୍ଟ୍ରେଲିଆ ଗସ୍ତରେ ସେଠାକାର ପରିବେଶରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri