Posted inଖେଳ

ଆଇପିଏଲ୍‌: ଟାଇଟଲ ଲକ୍ଷ୍ୟରେ ବାଙ୍ଗାଲୋର

ନୂଆଦିଲ୍ଲୀ,୪।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଣ୍ଡର ଆଚିଭର ବିବେଚିତ ହେଉଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ଏଥର କିନ୍ତୁ ଅଲଗା କରି ଦେଖାଇବା ଲକ୍ଷ୍ୟରେ ରହିଛି। ନିଜର ଦକ୍ଷତା ଓ କ୍ଷମତା ଅନୁରୂପ ସଫଳତା ପାଇ ନ ଥିବା ବାଙ୍ଗାଲୋର ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇନାହିଁ। ଦଳରେ ଏକାଧିକ ପରିବର୍ତ୍ତନ ଆଣି ଶକ୍ତି ବଢାଇବାକୁ ପ୍ରୟାସ କରିଛି ବାଙ୍ଗାଲୋର। ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିଶନ ଦଳରେ ସାମିଲ ହୋଇଛନ୍ତି। ଫଳରେ ଦଳରେ ସନ୍ତୁଳନ ଆସିଛି ଓ ବାଙ୍ଗାଲୋର ଏଥର ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛି।
ଗତ ସଂସ୍କରଣରେ ଇଞ୍ଜୁରି ସମସ୍ୟା ସହିତ ଦଳ କୋହଲି ଓ ଅଭିଜ୍ଞ ଏବି ଡିଭିଲର୍ସଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଥିଲା। ଫଳରେ ଦଳ ଆଶାନୁରୂପ ସଫଳତା ପାଇପାରି ନ ଥିଲା। ବାଙ୍ଗାଲୋର ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ଟୁର୍ନାମେଣ୍ଟ ଶେଷଆଡକୁ ଫିକା ପ୍ରଦର୍ଶନ କରିଥିଲା। କ୍ରମାଗତ ୫ଟି ମ୍ୟାଚ୍‌ରେ ଦଳ ପରାଜୟ ବରଣ କରିଥିଲା ଓ ଏଲିମିନେଟରରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା। ଅକ୍ସନ ପୂର୍ବରୁ ଦଳରେ ୧୦ଜଣ ଖେଳାଳିଙ୍କୁ ରିଲିଜ କରିଥିଲା। ବ୍ୟାଟିଂ ଓ ବୋଲିଂ ବିଭାଗକୁ ଦୃଢ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ପ୍ରୟାସ କରିଥିଲା। ବାଙ୍ଗାଲୋର ଏପ୍ରିଲ ୯ ତାରିଖରେ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।
ଦଳର ବଳ
କାଗଜକଲମରେ ଦଳର ବ୍ୟାଟିଂ ବିଭାଗ ନିଶ୍ଚିତ ଭାବେ ଶକ୍ତିଶାଳୀ ମନେହେଉଛି। ରନ ମେଶିନ ତଥା ଅଧିନାୟକ କୋହଲି ଓପନିଂ ଭାବେ ରେକର୍ଡ ସଫଳତା ଅର୍ଜନ କରିଛନ୍ତି। ଏଥର ସେ ଲିଗ୍‌ରେ ଓପନିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି। କୋହଲିଙ୍କ ସହିତ ପ୍ରତିଭାସମ୍ପନ୍ନ ଯୁବ ଓପନର ଦେବଦତ୍ତ ପଡିକାଲ ଇନିଂସ ଓପନ କରିବେ। ଗତ ସଂସ୍କରଣରେ ଓପନିଂ କରି ପଡିକାଲ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଓ ଜବରଦସ୍ତ ଫର୍ମରେ ଥିଲେ। ନବାଗତ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରି ଦଳରେ ସ୍ଥାନ ପାଇଛନ୍ତି। ସେ ଦେଶର ଏହି ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟରେ ୧୯୪.୫୪ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ନ୍ୟୁଜିଲାଣ୍ଡର ଫିନ୍‌ ଆଲେନ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ମିଡ୍‌ଲ ଅର୍ଡରରେ ଡିଭିଲର୍ସ ଓ ମ୍ୟାକ୍ସଓ୍ବେଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ରଖୁଛନ୍ତି। ସେହିପରି ସଚିନ ବେବି, ଅଭିଜ୍ଞ ଡାନିଏଲ ଖ୍ରୀଷ୍ଟିଆନ ଓ ଓ୍ବାଶିଂଟନ ସୁନ୍ଦର ବ୍ୟାଟିଂର ଗଭୀରତା ବଢାଇବାରେ ସହାୟକ ହେବେ।
ଚେନ୍ନାଇ ଓ ଅହମଦାବାଦର ସ୍ଲୋ ଟ୍ରାକ୍‌ରେ ବାଙ୍ଗାଲୋର ସ୍ପିନରମାନେ କମାଲ କରିବେ ବୋଲି ଆଶା କରାଯାଉଛି। ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଲିଗ୍‌ରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛନ୍ତି। ତାଙ୍କୁ ସୁନ୍ଦର ସହାୟତା ପ୍ରଦାନ କରିବେ। ଗତ ସଂସ୍କରଣରେ ପାଓ୍ବାର ପ୍ଲେରେ ସୁନ୍ଦର ଭଲ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ହ୍ବାଇଟ୍‌ ବଲ୍‌ ଫର୍ମାଟରେ ନିୟମିତ ବୋଲିଂ କରୁଥିବା ମ୍ୟାକ୍ସଓ୍ବେଲ ମଧ୍ୟ ଏହି ଦୁଇ ବୋଲରଙ୍କୁ ସହାୟ ହେବେ। ବିଗ୍‌ ବାସ ଲିଗ୍‌ରେ ମଧ୍ୟ ମ୍ୟାକ୍ସଓ୍ବେଲ ଭଲ ପ୍ରଦର୍ଶନ କରିଛନ୍ତି। ପୁଣି ଲେଗ୍‌ ସ୍ପିନ୍‌ରେ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ।
ଦୁର୍ବଳତା
ବାଙ୍ଗାଲୋରର ଦ୍ରୁତ ବୋଲିଂ ବିଭାଗ ସେତେଟା ଶକ୍ତିଶାଳୀ ମନେହେଉନି। ଧଳା ବଲ୍‌ରେ ବୋଲିଂ କରିବା ନେଇ ନବଦୀପ ସଇନି ଓ ମହମ୍ମଦ ସିରାଜଙ୍କ ପାଖରେ ସେତେଟା ଅଭିଜ୍ଞତା ନାହିଁ। ଟି୨୦ ଫର୍ମାଟରେ ଏହି ଦୁଇ ବୋଲର ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେହିପରି ଜେମିସନ ମଧ୍ୟ ଏହି ଫର୍ମାଟରେ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇଛି। ଭାରତରେ ଖେଳିବାର ତାଙ୍କର ଅଭିଜ୍ଞତା ନାହିଁ। ଅନ୍ୟ ମିଡିୟମ ପେସରଙ୍କ ମଧ୍ୟରେ ହର୍ଶାଲ ପଟେଲ ଓ ଅଷ୍ଟ୍ରେଲିଆର ଖ୍ରୀଷ୍ଟିଆନ, ଡାନିଏଲ ସାମ୍ସ ଓ କେନ୍‌ ରିଚାର୍ଡସନ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।
ସୁଯୋଗ
ଦଳରେ ଏକାଧିକ ବିଗ୍‌ ହିଟର ରହିଛନ୍ତି। ତେଣୁ ବାଙ୍ଗାଲୋର ବଡ଼ ସ୍କୋରକୁ ପିଛା କରିବାର କ୍ଷମତା ରଖୁଛି। ପୁଣି ନିଜର ଚମକ ଦେଖାଇବାକୁ ମ୍ୟାକ୍ସଓ୍ବେଲ ସୁଯୋଗ ପାଇବେ। ପୂର୍ବରୁ ସେ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍‌ ଓ୍ବିନର ସାବ୍ୟସ୍ତ ହୋଇଛନ୍ତି। ତେବେ ସେ ଆଇପିଏଲ୍‌ରେ ସେତେଟା ସଫଳ ହୋଇନାହାନ୍ତି। ତେଣୁ ସେ ଏଥର କିଛି କରି ଦେଖାଇବାର ସୁଯୋଗ ପାଇବେ। ଦୁଇ ନବାଗତ ଆଟାକିଂ ବ୍ୟାଟ୍ସମ୍ୟାନ ଆଝାରୁଦ୍ଦିନ ଓ ସଚିନ ସୁଯୋଗର ସଦ୍‌ବ୍ୟବହାର କରିବେ। ତେବେ ମ୍ୟାକ୍ସଓ୍ବେଲ ବ୍ୟାଟିଂରେ ବିଫଳ ହେଲେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ସେହିପରି କୋହଲି ଓ ଡିଭିଲର୍ସଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ମଧ୍ୟ ଦଳ ପାଇଁ ଶୁଭଙ୍କର ନୁହେଁ।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶାଲ ପଟେଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri