ସକ୍ରିୟ ହେଲେଣି ଶିକାରୀ

ଢେଙ୍କାନାଳ ଅଫିସ, ୪।୪:  ତମାମ ଯୋଜନା, ଆବଶ୍ୟକ ପଦକ୍ଷେପ ସତ୍ତ୍ୱେ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଶିକାରୀ ମୁକ୍ତ ହୋଇପାରୁନାହିଁ। ଜୀବଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ ଏହି ସଂରକ୍ଷିତ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଅଭୟାରଣ୍ୟରେ ଚଢ଼ାଉ କରି ବନ କର୍ମଚାରୀମାନେ ୪ ଶିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।
ଅଭିଯୁକ୍ତମାନେ ହେଲେ ଗଁଦିଆ ଥାନା ବଣିଆ ଗ୍ରାମର ରାଜକିଶୋର ବାଲମୁଛ (୨୮), ବସନ୍ତ ଦେହୁରୀ (୬୦), ବୁଦୁରାମ ହେମ୍ବ୍ରମ୍‌ (୩୫) ଏବଂ ରେଙ୍ଗା ଟିଗୁ (୫୦)। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ୨୦ ଅଫୁଟା ଗୁଳି, ୧ କେଜି ୭୦୦ ଗ୍ରାମ ମାଂସ, ଗୋଟିଏ ସାଇକେଲ ଏବଂ ୩ ସ୍ପଟ୍‌ ଲାଇଟ୍‌ ଜବତ କରାଯାଇଛି। ଜବତ ଶୁଖିଲା ମାଂସ ବାର୍‌ହା ଏବଂ ହରିଣର ବୋଲି ଅନୁମାନ କରାଯାଉଛି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି।
ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ସମ୍ପୃକ୍ତ ଶିକାରୀ ଅଭୟାରଣ୍ୟରେ ନିଅଁା ଲଗାଇ ଦେଇଥିଲେ। ଗୋଇନ୍ଦା ସୂଚନା ମିଳିବା ପରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶରେ କପିଳାସ ରେଞ୍ଜର ଗୌତମ ପ୍ରଧାନ ସଦଳବଳ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।
କପିଳାସ ଅଭୟାରଣ୍ୟ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି। ମାଂସ ଏବଂ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ ପାଇଁ ଏଠାରେ ବ୍ୟାପକ ଶିକାର କରାଯାଉଛି। ଫଳରେ ଅନେକ ବିଲୁପ୍ତପ୍ରାୟ ଜୀବ ପ୍ରଜାତି ସଙ୍କଟରେ ପଡ଼ିଛନ୍ତି। ଅଭୟାରଣ୍ୟ ପରିସରରେ ଅବାଧ ଶିକାର ରୋକିବା ଲାଗି ବନ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଥିବାବେଳେ ଘନ ଘନ ଚଢ଼ାଉ ଜାରି ରହିଛି। ବର୍ଷକ ମଧ୍ୟରେ କେବଳ କପିଳାସ ଅଭୟାରଣ୍ୟ ଇଲାକାରୁ ୬୦ରୁ ଊର୍ଦ୍ଧ୍ୱ ଶିକାରୀ ଧରାପଡ଼ିଲେଣି। କିଛିଦିନ ହେଲା ଶିକାରୀଙ୍କ ଉପଦ୍ରବ ସାମାନ୍ୟ କମିଥିଲା। ତେବେ ପୁଣିଥରେ ଶିକାରୀ ସକ୍ରିୟ ହୋଇଉଠିବା ବନ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅପରପକ୍ଷ ଉକ୍ତ ଅଞ୍ଚଳକୁ ଶିକାରୀ ମୁକ୍ତ କରିବା ଲାଗି କପିଳାସ ପ୍ରାଣୀ ଉଦ୍ୟାନର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ଥିବା ଦୁଇ ହାତୀ କାର୍ତ୍ତିକ ଓ ଚନ୍ଦୁକୁ ଆସାମରୁ ଆସିଥିବା ମାହୁନ୍ତଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି। ଏହି ଦୁଇ ହାତୀ ତାଲିମ ନେବା ପରେ ଜଙ୍ଗଲରେ ଶିକାରୀଙ୍କୁ ଜଗିବେ। ସେହିପରି ନିଅଁା ଦାଉରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଥର୍ମୋସେନ୍ସର ବିଶିଷ୍ଟ ଅତ୍ୟାଧୁନିକ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯାଉଛି। ତେବେ ସ୍ଥାନୀୟ ଅଞ୍ଚଳର ଶିକାରୀ ଗୋଷ୍ଠୀ ବନ ବିଭାଗକୁ ଚକ୍‌ମା ଦେବାରେ ସକ୍ଷମ ହେଉଛନ୍ତି। ଅତ୍ୟାଧୁନିକ କୌଶଳ, କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇ ଶିକାରୀଙ୍କୁ ଦମନ କରାଗଲେ ଜିଲାର ସଂରକ୍ଷିତ ଜଙ୍ଗଲ ଏବଂ କପିଳାସ ଅଭୟାରଣ୍ୟର ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ବିଚରଣ କରିପାରିବେ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri