Posted inଖେଳ

ଆଇପିଏଲ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶ୍ୱର ବହୁଚର୍ଚ୍ଚିତ ଏବଂ ବ୍ୟୟବହୁଳ ଏହି ଲିଗ୍‌ କ୍ରମେ ପାଖେଇ ଆସିଥିବାବେଳେ ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଯୋଜନା ଓ ରଣନୀତିରେ ବ୍ୟସ୍ତ। ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଖେଳ ଆରମ୍ଭ ସମୟ ଏବଂ ବିଭିନ୍ନ ଦଳର ଖେଳାଳି ତାଲିକାକୁ ନେଇ ଏହି ଉପସ୍ଥାପନା..
କରୋନା ଭାଇରସ ସଂକ୍ରମଣ ଯୋଗୁ ଆଇପିଏଲ ଏଥର ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତମାସ ୧୯ ତାରିଖରେ ଏହା ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ। କୋଭିଡ-୧୯ ପ୍ରୋଟୋକଲ ଅନୁସାରେ ଖେଳାଳିଙ୍କ ରହିବାଠାରୁ ଆରମ୍ଭ କରି ଅଭ୍ୟାସ ପର୍ଯ୍ୟନ୍ତ ସବୁକିଛି କଟକଣାରେ ଅନୁଷ୍ଠିତ ହେଉଛି। ଲିଗ୍‌ ପର୍ଯ୍ୟାୟରେ ୧୦ଟି ଦିନ ୨ଟି ଲେଖାଏ ମ୍ୟାଚ ଅନୁଷ୍ଠିତ ହେବ। ଅନ୍ୟ ସବୁଦିନ ଗୋଟିଏ ଲେଖାଏ ମ୍ୟାଚ ଖେଳାଯିବ। ଅପରାହ୍ନ ମ୍ୟାଚ ଗୁଡ଼ିକ ଭାରତୀୟ ସମୟ ୩ଟା ୩୦ ଓ ରାତି ମ୍ୟାଚ ଗୁଡ଼ିକ ୭ଟା ୩୦ରେ ଆରମ୍ଭ ହେବ। ସବୁ ମ୍ୟାଚ ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କରେ ପ୍ରସାରିତ ହେବ।
ବିଭିନ୍ନ ଦଳର ଖେଳାଳି ତାଲିକା
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଏନ. ଜଗଦୀଶନ, ଋତୁରାଜ ଗାଏକ୍ୱାଡ, କେ. ଏମ. ଅସିଫ, ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଜୋଶ ହାଜେଲଉଡ୍‌, କେଦାର ଯାଦବ, କର୍ନ ଶର୍ମା, ପୀୟୂଲ ଚାଓ୍ବଲା, ଅମ୍ବାତି ରାୟୁଡ଼ୁ, ଇମ୍ରାନ ତାହିର, ଦୀପକ ଚହର, ଫାଫ୍‌ ଡୁ ପ୍ଲେସି, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର, ଡ୍ବେନ ବ୍ରାଭୋ, ଲୁନ୍‌ଗି ଏନ୍‌ଗିଡି, ସାମ୍‌ କୁରାନ, ମୋନୁ କୁମାର, ଶେନ ଓ୍ବାଟସନ, ସାଇ କିଶୋର।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଶେର୍ଫାନେ ରୁଥରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କ୍ରିସ୍‌ ଲିନ୍‌, ସୌରଭ ତିଓ୍ବାରୀ, ଧାଓ୍ବଲ କୁଲକର୍ନୀ, ଯଶପ୍ରୀତ ବୁମ୍‌ରା, ମିଚେଲ ମ୍ୟାକକ୍ଲିନଘାନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ମହସିନ ଖାଁ, ଫାବିଆନ ଆଲେନ, ପ୍ରିନ୍ସ ବଲଓ୍ବନ୍ତ ରାୟ ସିଂ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଜୟନ୍ତ ଯାଦବ, କେରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଅନୁକୂଳ ରୟ, ନାଥାନ କୁଲ୍ଟର ନୀଲ, ଇଶାନ କିଷନ, କ୍ୱିଣ୍ଟନ ଡି କକ୍‌, ଆଦିତ୍ୟ ତାରେ।
କୋଲକାତା ନାଇଟ ରାଇଡର୍ସ: ଦୀନେଶ କାର୍ତ୍ତିକ(ଅଧିନାୟକ), ଆନ୍ଦ୍ରେ ରସେଲ, ଅଲି ଖାନ୍‌, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିଭମ୍‌ ମାଭି, ଶୁଭମନ ଗିଲ, ସିଦ୍ଧେଶ ଲାଡ୍‌, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ଇଅନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ଟିମ୍‌ ବାଣ୍ଟନ, ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ, ଏମ ସିଦ୍ଧାର୍ଥ, ପ୍ରବୀଣ ଟାମ୍ବେ, ନିଖିଲ ନାଏକ।
ସନ୍‌ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍‌ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍‌, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ମିଚେଲ ମାର୍ଶ, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ।
ରାଜସ୍ଥାନ ରୟାଲ୍ସ: ଷ୍ଟିଭ୍‌ ସ୍ମିଥ(ଅଧିନାୟକ), ମହୀପାଲ ଲାମରୋର, ମନନ ଭୋରା, ରିୟାନ ପରାଗ, ରବିନ ଉଥପ୍ପା, ଡେଭିଡ ମିଲର, ଅଙ୍କିତ ରାଜପୁତ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଲ, ବରୁଣ ଆରୋନ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗି, ଆକାଶ ସିଂ, ଓଶାନେ ଥୋମାସ, ଆଣ୍ଡ୍ର୍ୟୁ ଟାଏ, ବେନ୍‌ ଷ୍ଟୋକ୍ସ, ରାହୁଲ ଟଓ୍ବୋଟିଆ, ଶଶାଙ୍କ ସିଂ, ଯଶସ୍ବୀ ଜୟସ୍ବାଲ, ଅନିରୁଦ୍ଧ ଜୋଶୀ, ଟମ୍‌ କୁରାନ, ଜୋସ୍‌ ବଟଲର, ସଞ୍ଜୁ ସାମସନ, ଅନୁଜ ରାଓ୍ବତ।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, କରୁଣ ନାୟାର, ଶର୍ଫରାଜ ଖାଁ, ମନଦୀପ ସିଂ, ଶେଲଡନ କୋଟ୍ରେଲ, ଇଶାନ ପୋରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁଜିବୁର ରହମନ, ଅର୍ଶଦୀପ ସିଂ, ହର୍ଡୁସ ଭିଲଜନ, ଏମ. ଅଶ୍ୱିନ, ଜେ. ସୁଚିଥ, ହରପ୍ରୀତ ବ୍ରାର, ଦର୍ଶନ ନଲକନ୍ଦେ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନୀଶାମ, କ୍ରିସ୍‌ ଜୋର୍ଡାନ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, ତାଜିନ୍ଦର ସି ଧିଲୋନ, କିକୋଲାସ ପୁରନ, ପ୍ରଭସିମରନ ସିଂ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(ଅଧିନାୟକ), ଏବି ଡି’ଭିଲର୍ସ, ଗୁରକୀରଟ ମାନ, ଦେବଦୂତ ପଡିକଲ, ଆରୋନ ଫିଞ୍ଚ୍‌, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଉମେଶ ଯାଦବ, ନବଦୀପ ସଇନୀ, କେନ୍‌ ରିଚାର୍ଡଶନ, ଡେଲ ଷ୍ଟେଇନ୍‌, ଇଶୁରୁ ଉଡାନ, ମୋଇନ ଅଲୀ, ପଓ୍ବନ ନେଗୀ, ଶିବମ୍‌ ଦୁବେ, ଓ୍ବାଶିଂଟନ ସୁନ୍ଦର, କ୍ରିସ୍‌ ମୋରିସ, ପବନ ଦେଶପାଣ୍ଡେ, ପାର୍ଥିବ ପଟେଲ, ଜୋଶୁଆ ଫିଲିପ୍‌, ଶାହାବାଜ ଅହମଦ।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟାର(ଅଧିନାୟକ), ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, ଜାସନ ରୟ, ଈଶାନ୍ତ ଶର୍ମା, ଅମିତ ମିଶ୍ର, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, କେମୋ ପଲ୍‌, ମୋହିତ ଶର୍ମା, ଲଳିତ ଯାଦବ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଆର. ଅଶ୍ୱିନ, ମାର୍କୁସ ଷ୍ଟୋଇନ୍ସ, କ୍ରିସ୍‌ ଓ୍ବକ୍ସ, ରିଷଭ ପନ୍ତ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri