Posted inଖେଳ

ଆଇପିଏଲ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶ୍ୱର ବହୁଚର୍ଚ୍ଚିତ ଏବଂ ବ୍ୟୟବହୁଳ ଏହି ଲିଗ୍‌ କ୍ରମେ ପାଖେଇ ଆସିଥିବାବେଳେ ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଯୋଜନା ଓ ରଣନୀତିରେ ବ୍ୟସ୍ତ। ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଖେଳ ଆରମ୍ଭ ସମୟ ଏବଂ ବିଭିନ୍ନ ଦଳର ଖେଳାଳି ତାଲିକାକୁ ନେଇ ଏହି ଉପସ୍ଥାପନା..
କରୋନା ଭାଇରସ ସଂକ୍ରମଣ ଯୋଗୁ ଆଇପିଏଲ ଏଥର ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତମାସ ୧୯ ତାରିଖରେ ଏହା ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ। କୋଭିଡ-୧୯ ପ୍ରୋଟୋକଲ ଅନୁସାରେ ଖେଳାଳିଙ୍କ ରହିବାଠାରୁ ଆରମ୍ଭ କରି ଅଭ୍ୟାସ ପର୍ଯ୍ୟନ୍ତ ସବୁକିଛି କଟକଣାରେ ଅନୁଷ୍ଠିତ ହେଉଛି। ଲିଗ୍‌ ପର୍ଯ୍ୟାୟରେ ୧୦ଟି ଦିନ ୨ଟି ଲେଖାଏ ମ୍ୟାଚ ଅନୁଷ୍ଠିତ ହେବ। ଅନ୍ୟ ସବୁଦିନ ଗୋଟିଏ ଲେଖାଏ ମ୍ୟାଚ ଖେଳାଯିବ। ଅପରାହ୍ନ ମ୍ୟାଚ ଗୁଡ଼ିକ ଭାରତୀୟ ସମୟ ୩ଟା ୩୦ ଓ ରାତି ମ୍ୟାଚ ଗୁଡ଼ିକ ୭ଟା ୩୦ରେ ଆରମ୍ଭ ହେବ। ସବୁ ମ୍ୟାଚ ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କରେ ପ୍ରସାରିତ ହେବ।
ବିଭିନ୍ନ ଦଳର ଖେଳାଳି ତାଲିକା
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଏନ. ଜଗଦୀଶନ, ଋତୁରାଜ ଗାଏକ୍ୱାଡ, କେ. ଏମ. ଅସିଫ, ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଜୋଶ ହାଜେଲଉଡ୍‌, କେଦାର ଯାଦବ, କର୍ନ ଶର୍ମା, ପୀୟୂଲ ଚାଓ୍ବଲା, ଅମ୍ବାତି ରାୟୁଡ଼ୁ, ଇମ୍ରାନ ତାହିର, ଦୀପକ ଚହର, ଫାଫ୍‌ ଡୁ ପ୍ଲେସି, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର, ଡ୍ବେନ ବ୍ରାଭୋ, ଲୁନ୍‌ଗି ଏନ୍‌ଗିଡି, ସାମ୍‌ କୁରାନ, ମୋନୁ କୁମାର, ଶେନ ଓ୍ବାଟସନ, ସାଇ କିଶୋର।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଶେର୍ଫାନେ ରୁଥରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କ୍ରିସ୍‌ ଲିନ୍‌, ସୌରଭ ତିଓ୍ବାରୀ, ଧାଓ୍ବଲ କୁଲକର୍ନୀ, ଯଶପ୍ରୀତ ବୁମ୍‌ରା, ମିଚେଲ ମ୍ୟାକକ୍ଲିନଘାନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ମହସିନ ଖାଁ, ଫାବିଆନ ଆଲେନ, ପ୍ରିନ୍ସ ବଲଓ୍ବନ୍ତ ରାୟ ସିଂ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଜୟନ୍ତ ଯାଦବ, କେରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଅନୁକୂଳ ରୟ, ନାଥାନ କୁଲ୍ଟର ନୀଲ, ଇଶାନ କିଷନ, କ୍ୱିଣ୍ଟନ ଡି କକ୍‌, ଆଦିତ୍ୟ ତାରେ।
କୋଲକାତା ନାଇଟ ରାଇଡର୍ସ: ଦୀନେଶ କାର୍ତ୍ତିକ(ଅଧିନାୟକ), ଆନ୍ଦ୍ରେ ରସେଲ, ଅଲି ଖାନ୍‌, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିଭମ୍‌ ମାଭି, ଶୁଭମନ ଗିଲ, ସିଦ୍ଧେଶ ଲାଡ୍‌, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ଇଅନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ଟିମ୍‌ ବାଣ୍ଟନ, ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ, ଏମ ସିଦ୍ଧାର୍ଥ, ପ୍ରବୀଣ ଟାମ୍ବେ, ନିଖିଲ ନାଏକ।
ସନ୍‌ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍‌ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍‌, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ମିଚେଲ ମାର୍ଶ, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ।
ରାଜସ୍ଥାନ ରୟାଲ୍ସ: ଷ୍ଟିଭ୍‌ ସ୍ମିଥ(ଅଧିନାୟକ), ମହୀପାଲ ଲାମରୋର, ମନନ ଭୋରା, ରିୟାନ ପରାଗ, ରବିନ ଉଥପ୍ପା, ଡେଭିଡ ମିଲର, ଅଙ୍କିତ ରାଜପୁତ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଲ, ବରୁଣ ଆରୋନ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗି, ଆକାଶ ସିଂ, ଓଶାନେ ଥୋମାସ, ଆଣ୍ଡ୍ର୍ୟୁ ଟାଏ, ବେନ୍‌ ଷ୍ଟୋକ୍ସ, ରାହୁଲ ଟଓ୍ବୋଟିଆ, ଶଶାଙ୍କ ସିଂ, ଯଶସ୍ବୀ ଜୟସ୍ବାଲ, ଅନିରୁଦ୍ଧ ଜୋଶୀ, ଟମ୍‌ କୁରାନ, ଜୋସ୍‌ ବଟଲର, ସଞ୍ଜୁ ସାମସନ, ଅନୁଜ ରାଓ୍ବତ।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, କରୁଣ ନାୟାର, ଶର୍ଫରାଜ ଖାଁ, ମନଦୀପ ସିଂ, ଶେଲଡନ କୋଟ୍ରେଲ, ଇଶାନ ପୋରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁଜିବୁର ରହମନ, ଅର୍ଶଦୀପ ସିଂ, ହର୍ଡୁସ ଭିଲଜନ, ଏମ. ଅଶ୍ୱିନ, ଜେ. ସୁଚିଥ, ହରପ୍ରୀତ ବ୍ରାର, ଦର୍ଶନ ନଲକନ୍ଦେ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନୀଶାମ, କ୍ରିସ୍‌ ଜୋର୍ଡାନ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, ତାଜିନ୍ଦର ସି ଧିଲୋନ, କିକୋଲାସ ପୁରନ, ପ୍ରଭସିମରନ ସିଂ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(ଅଧିନାୟକ), ଏବି ଡି’ଭିଲର୍ସ, ଗୁରକୀରଟ ମାନ, ଦେବଦୂତ ପଡିକଲ, ଆରୋନ ଫିଞ୍ଚ୍‌, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଉମେଶ ଯାଦବ, ନବଦୀପ ସଇନୀ, କେନ୍‌ ରିଚାର୍ଡଶନ, ଡେଲ ଷ୍ଟେଇନ୍‌, ଇଶୁରୁ ଉଡାନ, ମୋଇନ ଅଲୀ, ପଓ୍ବନ ନେଗୀ, ଶିବମ୍‌ ଦୁବେ, ଓ୍ବାଶିଂଟନ ସୁନ୍ଦର, କ୍ରିସ୍‌ ମୋରିସ, ପବନ ଦେଶପାଣ୍ଡେ, ପାର୍ଥିବ ପଟେଲ, ଜୋଶୁଆ ଫିଲିପ୍‌, ଶାହାବାଜ ଅହମଦ।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟାର(ଅଧିନାୟକ), ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, ଜାସନ ରୟ, ଈଶାନ୍ତ ଶର୍ମା, ଅମିତ ମିଶ୍ର, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, କେମୋ ପଲ୍‌, ମୋହିତ ଶର୍ମା, ଲଳିତ ଯାଦବ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଆର. ଅଶ୍ୱିନ, ମାର୍କୁସ ଷ୍ଟୋଇନ୍ସ, କ୍ରିସ୍‌ ଓ୍ବକ୍ସ, ରିଷଭ ପନ୍ତ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri