Categories: Home Leftଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ ୧୧କୋଟି ଦରମା? ଆଇପିଏଲ ୨୦୨୭ ରେ ମିଳିବ କୋଟି କୋଟି ଟଙ୍କା!

ନୂଆଦିଲ୍‌ଲୀ,୧୭।୧୧: ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୫ ମେଗା ଅକ୍ସନରେ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା। ସେତେବେଳେ ବୈଭବଙ୍କ ବୟସ ୧୪ ବର୍ଷ ଥିଲା, ସେ ଅକ୍ସନରେ ବିକ୍ରି ହୋଇଥିବା ସବୁଠାରୁ କମ ବୟସର ଖେଳାଳି ହୋଇଥିଲେ। ନିଜର ପ୍ରଥମ ସଂସ୍କରଣରେ ସେ ୩୫ ବଲରେ ଶତକ ହାସଲ କରି ଇତିହାସ ରଚିଥିଲେ, ଯାହାକି ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ସବୁଠାରୁ ଦ୍ରୁତତମ ଶତକ ଅଟେ। ଗତ ସଂସ୍କରଣରେ ସେ ପ୍ଲେୟର୍‌ ଅଫ ଦି ଟୁର୍ଣ୍ଣାମେଣ୍ଟ, ଅରେଞ୍ଜ କ୍ୟାପ ସମେତ ପ୍ରାୟ ସମସ୍ତ ଆୱାର୍ଡ ଜିତିଥିଲେ। ବର୍ତ୍ତମାନ ଆଇପିଏଲ 2027 ର ରିଟେନସନ ତାଲିକାରେ ତାଙ୍କ ନାମ ଉପରେ ସମସ୍ତଙ୍କ ନଜର ରହିଛି, ତାଙ୍କ ଦରମାରେ କେତେ ବୃଦ୍ଧି ଘଟିବ?

ବୈଭବ ସୂର୍ଯ୍ୟବଂଶୀ ଅତି କମ ସମୟ ମଧ୍ୟରେ କ୍ରିକେଟ ଜଗତରେ ଏକ ସୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। କେବଳ ଭାରତର ନୁହେଁ ବରଂ ବିଶ୍ୱର ଦିଗଜ୍ଜମାନେ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି ଏବଂ ତାଙ୍କ ଖେଳର ପ୍ରଶଂସକ ସାଜିଛନ୍ତି। ଆଇପିଏଲ୍ରେ କରିଥିବା ପ୍ରଦର୍ଶନ ବଳରେ ସେ ଅନ୍ତର୍ଜାତୀୟ ଡେବ୍ୟୁ ମଧ୍ୟ କରିସାରିଛନ୍ତି। ସେଠାରେ ମଧ୍ୟ ସେ କମାଲ କରିଛନ୍ତି। କ୍ରିକେଟ ବିଶେଷଜ୍ଞମାନଙ୍କ ମତରେ ଯଦି ବୈଭବଙ୍କ ନାମ ଅକ୍ସନକୁ ଆସେ, ତେବେ ତାଙ୍କୁ ୨୦ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିପାରେ। ଅର୍ଥାତ୍ ବର୍ତ୍ତମାନର ମୂଲ୍ୟଠାରୁ ୨୦ ଗୁଣା ଅଧିକ। କିନ୍ତୁ ରାଜସ୍ଥାନ ରୟାଲ୍ସ ଏହା ଆଦୌ ଚାହିବ ନାହିଁ, କାରଣ ବୈଭବ ଏଭଳି ଜଣେ ଖେଳାଳି ପାଲଟି ଯାଇଛନ୍ତି ଯାହାଙ୍କ ଖେଳ ଦେଖିବା ପାଇଁ ଲୋକମାନେ ଷ୍ଟାଡିୟମକୁ ଆସୁଛନ୍ତି।

ଗୋଟିଏ ଫ୍ରାଞ୍ଚାଇଜ ପାଇଁ ଆଇପିଏଲ 2027 ର ମୋଟ ପର୍ସ (Budget) ୧୫୭ କୋଟି ଟଙ୍କା ଅଟେ। ରିଟେନ କରାଯାଇଥିବା ଖେଳାଳିମାନଙ୍କ ଦରମା ମଧ୍ୟ ଏଥିରେ ସାମିଲ ଥାଏ, ଅର୍ଥାତ୍ ରିଟେନ ହୋଇଥିବା ଖେଳାଳିଙ୍କ ଦରମାର ମୋଟ ଟଙ୍କାକୁ 157 କୋଟିରୁ ବାଦ ଦେବା ପରେ ଯାହା ବଳିବ ସେହି ଅର୍ଥ ଦଳ ଅକ୍ସନରେ ଖର୍ଚ୍ଚ କରିପାରିବ। ଦଳ ବୈଭବଙ୍କ ମୂଲ୍ୟ ଭଲଭାବେ ଜାଣିଛି, ଏଭଳି ପରିସ୍ଥିତିରେ ଫ୍ରାଞ୍ଚାଇଜ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ହାତଛଡ଼ା କରିବାକୁ ଦେବ ନାହିଁ।

ବର୍ତ୍ତମାନ ପ୍ରଶ୍ନ ହେଉଛି କି ବୈଭବ ସୂର୍ଯ୍ୟବଂଶୀଙ୍କ ପକ୍ଷରୁ ଦରମାକୁ ନେଇ କୌଣସି କଥାବାର୍ତ୍ତା ହୋଇଛି କି? ବର୍ତ୍ତମାନ ବୈଭବ ସେହି ପର୍ଯ୍ୟାୟରେ ଅଛନ୍ତି, ଯେଉଁଠାରେ ସେ ନିଜର ଦରମା ନିଜେ ସ୍ଥିର କରିପାରିବେ କିମ୍ୱା ନେଗୋସିଏଟ କରିପାରିବେ। ଯେକେହିବି ଏହା ଗ୍ରହଣ କରିବେ ଯେ ବର୍ତ୍ତମାନ ତାଙ୍କର ଯେଉଁ ମୂଲ୍ୟ (୧.୧ କୋଟି ଟଙ୍କା) ଅଛି, ତାହା ତାଙ୍କ ଖେଳ ଏବଂ ନାମ ତୁଳନାରେ ବହୁତ କମ ଅଟେ। ଫ୍ରାଞ୍ଚାଇଜ ଅନେକ ଖେଳାଳିଙ୍କୁ ରିଲିଜ କରିପାରେ ଏବଂ ଯେତିକି ସମ୍ଭବ ସେତିକି ବୈଭବଙ୍କ ପାଇଁ ର୍ନିଦ୍ଧାରଣ କରିପାରେ। ଯଦି ରାଜସ୍ଥାନ ତାଙ୍କ ଦରମା 10 ଗୁଣା ବଢ଼ାଇଦିଏ, ତେବେ ଏହା ପ୍ରାୟ ୧୧ କୋଟି ହେବ। ଯଦି ତାଙ୍କ ମୂଲ୍ୟ ୧୦ କୋଟିରୁ ଅଧିକ ମଧ୍ୟ ହୋଇଯାଏ, ତେବେ କୌଣସି ଆଶ୍ଚର୍ଯ୍ୟର କଥା ହେବ ନାହିଁ।

Share