IPL 2025: ଇତିହାସ ରଚିଲେ ରଜତ ପଟିଦାର: ସଚିନଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ, ୧୯।୪:ଚଳିତ ସିଜନରେ ଘରୋଇ ପିଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)ର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ଆଇପିଏଲ୍‌ର ଜନ୍ମ ଦିନରେ  ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ ଆରସିବିକୁ ପରାସ୍ତ କରିଛି। ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆରସିବି ଟିମ୍‌ ଡାଭିଡଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୧୪ ଓଭରରେ ୯ ଉଇକେଟ ହରାଇ ୯୫ ରନ କରିଥିଲା। ଜବାବରେ ପଞ୍ଜାବ ୧୨.୧ ଓଭରରେ ୫ ଉଇକେଟ ହରାଇ ୯୮ ରନ ସଂଗ୍ରହ କରି ନେଇଥିଲା।

ପଞ୍ଜାବ କିଙ୍ଗସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରଜତ ପଟିଦାର ୧୮ ବଲ୍‌ରେ ୧ ଛକା ଏବଂ ୧ ଚୌକା ସହାୟତାରେ ୨୩ ରନ କରିଥିଲେ। ସେ IPLରେ ତାଙ୍କର ୧୦୦୦ ରନ ପୂରଣ କରି ରେକର୍ଡ ତାଲିକାରେ ମହାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ଦଳ ଏହି ମ୍ୟାଚ ୫ ଉଇକେଟରେ ହାରିଗଲା।

ପ୍ରଥମେ ବ୍ୟାଟିଂ କରି, RCBର ବ୍ୟାଟିଂ ବିଫଳ ହୋଇଥିଲା। ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଲିଆମ ଲିଭିଂଷ୍ଟୋନ ପର୍ଯ୍ୟନ୍ତ, ଶ୍ରେଷ୍ଠ ବ୍ୟାଟସମ୍ୟାନମାନେ ଶସ୍ତାରେ ଆଉଟ ହୋଇଥିଲେ। ଟିମ ଡେଭିଡଙ୍କ ୫୦ ରନର ଇନିଂସ ହିଁ ଆରସିବିକୁ ଏକ ସମ୍ମାନଜନକ ସ୍କୋର (୯୫)ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ରଜତ ପଟିଦାର ୨୩ ରନ କରି ତାଙ୍କ ଆଇପିଏଲ କ୍ୟାରିୟରର ୧୦୦୦ ରନ ପୂରଣ କରିଥିଲେ। ବର୍ଷା ପ୍ରଭାବିତ ଏହି ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ମ୍ୟାଚ ୧୪-୧୪ ଓଭରର ଥିଲା।

ଆରସିବି ଅଧିନାୟକ ରଜତ ପଟିଦାର ଆଇପିଏଲରେ ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ ହୋଇଛନ୍ତି, ସେ ସଚିନ ତେନ୍ଦୁଲକର ଏବଂ ଋତୁରାଜ ଗାୟକ୍ୱାଡଙ୍କୁ ପଛରେ ପକାଇ ଦେଇଛନ୍ତି। ରଜତ ତାଙ୍କର ୩୦ତମ IPL ଇନିଂସ ଖେଳୁଥିବା ବେଳେ ସଚିନ ଏବଂ ଗାୟକ୍ୱାଡ IPLର ୩୧ତମ ଇନିଂସରେ ୧୦୦୦ରନ ପୂରଣ କରିଥିଲେ। ସେ ତାଲିକାରେ ଦ୍ୱିତୀୟ ସ୍ଥାନରେ ଆସିଛନ୍ତି, ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାର ରେକର୍ଡ ସାଇ ସୁଦର୍ଶନଙ୍କ ନାମରେ ଅଛି। ସେ ୨୫ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ।

ରଜତ ପଟିଦାରଙ୍କ ଆଇପିଏଲରେ ସେ ୩୪ ମ୍ୟାଚ ଖେଳି ୩୦ ଇନିଂସରେ ୧୦୦୮ରନ କରିଛନ୍ତି। ଟର୍ନାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୧୨ ରନ। ଏହା IPLରେ ତାଙ୍କର ଏକମାତ୍ର ଶତକ। ଏହା ବ୍ୟତୀତ ସେ ୯ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ଟୁର୍ନାମେଣ୍ଟରେ ୬୯ ଚୌକା ଏବଂ ୬୪ ଛକା ମାରିଛନ୍ତି।

ସେ IPLରେ ସବୁଠାରୁ କମ ବଲରେ ୧୦୦୦ ରନ କରିଥିବା ବ୍ୟାଟସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ବୀରେନ୍ଦ୍ର ସେହ୍ବାଗ (୬୦୪) ଏବଂ ୟୁସୁଫ ପଠାନ (୬୧୭) ପଛରେ ୬୨୬ ବଲରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ସବୁଠାରୁ ଦ୍ରୁତତମ ୧୦୦୦ IPL ରନ ପୂରଣ କରିଥିବା ଭାରତୀୟ

୨୫ ଇନିଂସ- ସାଇ ସୁଦର୍ଶନ
୩୦ ଇନିଂସ- ରଜତ ପତିଦାର
୩୧ ଇନିଂସ – ସଚିନ ତେନ୍ଦୁଲକର
୩୧ ଇନିଂସ- ଋତୁରାଜ ଗାୟକ୍ୱାଡ
୩୩ ଇନିଂସ – ତିଲକ ବର୍ମା

 

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?