IPL 2025: ଇତିହାସ ରଚିଲେ ରଜତ ପଟିଦାର: ସଚିନଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ, ୧୯।୪:ଚଳିତ ସିଜନରେ ଘରୋଇ ପିଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)ର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ଆଇପିଏଲ୍‌ର ଜନ୍ମ ଦିନରେ  ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ ଆରସିବିକୁ ପରାସ୍ତ କରିଛି। ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆରସିବି ଟିମ୍‌ ଡାଭିଡଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୧୪ ଓଭରରେ ୯ ଉଇକେଟ ହରାଇ ୯୫ ରନ କରିଥିଲା। ଜବାବରେ ପଞ୍ଜାବ ୧୨.୧ ଓଭରରେ ୫ ଉଇକେଟ ହରାଇ ୯୮ ରନ ସଂଗ୍ରହ କରି ନେଇଥିଲା।

ପଞ୍ଜାବ କିଙ୍ଗସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରଜତ ପଟିଦାର ୧୮ ବଲ୍‌ରେ ୧ ଛକା ଏବଂ ୧ ଚୌକା ସହାୟତାରେ ୨୩ ରନ କରିଥିଲେ। ସେ IPLରେ ତାଙ୍କର ୧୦୦୦ ରନ ପୂରଣ କରି ରେକର୍ଡ ତାଲିକାରେ ମହାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ଦଳ ଏହି ମ୍ୟାଚ ୫ ଉଇକେଟରେ ହାରିଗଲା।

ପ୍ରଥମେ ବ୍ୟାଟିଂ କରି, RCBର ବ୍ୟାଟିଂ ବିଫଳ ହୋଇଥିଲା। ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଲିଆମ ଲିଭିଂଷ୍ଟୋନ ପର୍ଯ୍ୟନ୍ତ, ଶ୍ରେଷ୍ଠ ବ୍ୟାଟସମ୍ୟାନମାନେ ଶସ୍ତାରେ ଆଉଟ ହୋଇଥିଲେ। ଟିମ ଡେଭିଡଙ୍କ ୫୦ ରନର ଇନିଂସ ହିଁ ଆରସିବିକୁ ଏକ ସମ୍ମାନଜନକ ସ୍କୋର (୯୫)ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ରଜତ ପଟିଦାର ୨୩ ରନ କରି ତାଙ୍କ ଆଇପିଏଲ କ୍ୟାରିୟରର ୧୦୦୦ ରନ ପୂରଣ କରିଥିଲେ। ବର୍ଷା ପ୍ରଭାବିତ ଏହି ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ମ୍ୟାଚ ୧୪-୧୪ ଓଭରର ଥିଲା।

ଆରସିବି ଅଧିନାୟକ ରଜତ ପଟିଦାର ଆଇପିଏଲରେ ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ ହୋଇଛନ୍ତି, ସେ ସଚିନ ତେନ୍ଦୁଲକର ଏବଂ ଋତୁରାଜ ଗାୟକ୍ୱାଡଙ୍କୁ ପଛରେ ପକାଇ ଦେଇଛନ୍ତି। ରଜତ ତାଙ୍କର ୩୦ତମ IPL ଇନିଂସ ଖେଳୁଥିବା ବେଳେ ସଚିନ ଏବଂ ଗାୟକ୍ୱାଡ IPLର ୩୧ତମ ଇନିଂସରେ ୧୦୦୦ରନ ପୂରଣ କରିଥିଲେ। ସେ ତାଲିକାରେ ଦ୍ୱିତୀୟ ସ୍ଥାନରେ ଆସିଛନ୍ତି, ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାର ରେକର୍ଡ ସାଇ ସୁଦର୍ଶନଙ୍କ ନାମରେ ଅଛି। ସେ ୨୫ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ।

ରଜତ ପଟିଦାରଙ୍କ ଆଇପିଏଲରେ ସେ ୩୪ ମ୍ୟାଚ ଖେଳି ୩୦ ଇନିଂସରେ ୧୦୦୮ରନ କରିଛନ୍ତି। ଟର୍ନାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୧୨ ରନ। ଏହା IPLରେ ତାଙ୍କର ଏକମାତ୍ର ଶତକ। ଏହା ବ୍ୟତୀତ ସେ ୯ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ଟୁର୍ନାମେଣ୍ଟରେ ୬୯ ଚୌକା ଏବଂ ୬୪ ଛକା ମାରିଛନ୍ତି।

ସେ IPLରେ ସବୁଠାରୁ କମ ବଲରେ ୧୦୦୦ ରନ କରିଥିବା ବ୍ୟାଟସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ବୀରେନ୍ଦ୍ର ସେହ୍ବାଗ (୬୦୪) ଏବଂ ୟୁସୁଫ ପଠାନ (୬୧୭) ପଛରେ ୬୨୬ ବଲରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ସବୁଠାରୁ ଦ୍ରୁତତମ ୧୦୦୦ IPL ରନ ପୂରଣ କରିଥିବା ଭାରତୀୟ

୨୫ ଇନିଂସ- ସାଇ ସୁଦର୍ଶନ
୩୦ ଇନିଂସ- ରଜତ ପତିଦାର
୩୧ ଇନିଂସ – ସଚିନ ତେନ୍ଦୁଲକର
୩୧ ଇନିଂସ- ଋତୁରାଜ ଗାୟକ୍ୱାଡ
୩୩ ଇନିଂସ – ତିଲକ ବର୍ମା

 

 


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୫

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri