Posted inଖେଳ

IPL 2025: ଅପରେଶନ ସିନ୍ଦୁର ପରେ ଧର୍ମଶାଳାରୁ ମୁମ୍ବାଇକୁ ସ୍ଥାନାନ୍ତରଣ ହେଲା ଆଇପିଏଲ ମ୍ୟାଚ୍

ମୁମ୍ବାଇ, ୭।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ (ଆଇପିଏଲ ୨୦୨୫)ର ପଞ୍ଜାବ କିଙ୍ଗସ (ପିବିକେଏସ) ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଧର୍ମଶାଳାରୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଧର୍ମଶାଳା ବିମାନବନ୍ଦର ବନ୍ଦ ହେବା ଯୋଗୁଁ ଉଭୟ ଦଳର ଯାତ୍ରା ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ।

ଭାରତର ‘ଅପରେସନ ସିନ୍ଦୁର’ ସାମରିକ ଅଭିଯାନ, ଯାହା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା, ପରେ ଉତ୍ତର-ପଶ୍ଚିମ ଭାରତର ଅନେକ ବିମାନବନ୍ଦରରେ ଉଡ଼ାଣ କାର୍ଯ୍ୟକ୍ଷମତା ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ତେଣୁ, ମେ ୧୧, ରବିବାର ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୬୧ ନମ୍ବର ମ୍ୟାଚ ପାଇଁ ଏମଆଇ ଏବଂ ପିବିକେଏସର ଯାତ୍ରା ବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପଡ଼ିଛି।

ରିପୋର୍ଟ ଅନୁଯାୟୀ ଏହି ମ୍ୟାଚର ସ୍ଥାନ ଧର୍ମଶାଳାରୁ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମକୁ ସ୍ଥାନାନ୍ତର କରିବା ନେଇ ଆଲୋଚନା ଚାଲିଛି। ଏହା ପୂର୍ବରୁ ରିପୋର୍ଟ ଆସିଥିଲ ଯେ ମୁମ୍ବାଇ ଇଣ୍ଡିଆନ୍ସ, ମେ ୮ ସୁଦ୍ଧା ଧର୍ମଶାଳାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା, ସେମାନେ ବିକଳ୍ପ ଯାତ୍ରା ବ୍ୟବସ୍ଥା ଖୋଜୁଛନ୍ତି। ଧର୍ମଶାଳା ଏବଂ ଚଣ୍ଡିଗଡ଼ ବିମାନବନ୍ଦର ବନ୍ଦ ଥିବାରୁ, ଦଳଟି ଦିଲ୍ଲୀକୁ ଉଡ଼ାଣ କରି ରାସ୍ତା ମାର୍ଗରେ ଯାତ୍ରା ସମ୍ପୂର୍ଣ୍ଣ କରିପାରେ, ଯଦିଓ ଏକ ଆଧିକାରିକ ଅପଡେଟର ଅପେକ୍ଷା ରହିଛି।

ତେବେ ଅପରେସନ ସିନ୍ଦୁର ପରେ ଆଞ୍ଚଳିକ ଯାତାୟାତ ବାଧା ସତ୍ତ୍ୱେ, ମେ ୮ ତାରିଖରେ ନିର୍ଦ୍ଧାରିତ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ ମ୍ୟାଚ ଯୋଜନା ଅନୁସାରେ ଆଗେଇ ଚାଲିବ। କାରଣ ଦିଲ୍ଲୀ ସ୍ଥାନୀୟ ବିମାନବନ୍ଦର ବନ୍ଦ ହେବା ପୂର୍ବରୁ ଧର୍ମଶାଳାରେ ପହଞ୍ଚି ସାରିଥିଲା।

ତଥାପି, ଉତ୍ତର-ପଶ୍ଚିମ ଭାରତର ବିମାନବନ୍ଦରଗୁଡ଼ିକ ବନ୍ଦ ରହିଥିବାରୁ, ଦିଲ୍ଲୀ କ୍ୟାପିଟାଲ୍ସ ମେ ୧୧ ତାରିଖରେ ଗୁଜରାଟ ଟାଇଟାନ୍ସ ବିରୁଦ୍ଧରେ ଖେଳିବା ପାଇଁ ଧର୍ମଶାଳାରୁ ନୂଆ ଦିଲ୍ଲୀକୁ ରାସ୍ତା ମାର୍ଗରେ ଯାତ୍ରା କରିବାକୁ ଆଶା କରାଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବ୍ୟାପକ ଉତ୍ତେଜନା ସତ୍ତ୍ୱେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଶୀର୍ଷ ସୂତ୍ର ଇଣ୍ଡିଆ ଟୁଡେକୁ ନିଶ୍ଚିତ କରିଛି ଯେ ଆଇପିଏଲ ୨୦୨୫ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri