Posted inଖେଳ

IPL 2025 ଫାଇନାଲ୍‌କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି

ନୂଆଦିଲ୍ଲୀ,୨।୬: ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଶ୍ରେୟସ ଆୟର ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମ୍ୟାଚ ପରେ କୌଣସି ଆକ୍ରମଣାତ୍ମକ ସେଲିବ୍ରେଶନ କରି ନ ଥିଲେ। କିନ୍ତୁ ଆୟର ନିଜ ସାଥୀ ଖୋଳାଳି ଶଶାଙ୍କ ସିଂହଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ, ମ୍ୟାଚ ଶେଷ ହେବା ପରେ ସେ ତାଙ୍କୁ ଗାଳି ଦେଇଥିଲେ, ରାଗରେ କିଛି କହିଥିଲେ ଏବଂ ହାତ ମିଳାଇ ଆଗକୁ ବଢ଼ିଥିଲେ।

ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି କ୍ୱାଲିଫାୟର ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ପାଇଁ ୨୦୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ପଞ୍ଜାବ ୧୯ ଓଭରରେ ଲକ୍ଷ୍ୟ ହାସଲ କରି IPL ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଶ୍ରେୟସ ଆୟର ତାଙ୍କ ଅଧିନାୟକତ୍ୱରେ ୩ଟି ଭିନ୍ନ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ପଏଣ୍ଟ ଟେବୁଲରେ ନମ୍ବର-୧ ସ୍ଥାନରେ ରହି ପଞ୍ଜାବ ମଧ୍ୟ ଲିଗ ପର୍ଯ୍ୟାୟ ଯାତ୍ରା ଶେଷ କରିଥିଲା।

ଶଶାଙ୍କ ସିଂହ ବ୍ୟାଟିଂ କରିବାକୁ ଆସିଥିବାବେଳେ ପଞ୍ଜାବ ମ୍ୟାଚ ଜିତିବା ନିକଟରେ ଥିଲା। କିନ୍ତୁ ଶଶାଙ୍କ ୨ ରନ କରିବା ପରେ ୧୭ତମ ଓଭରରେ ରନ ଆଉଟ ହୋଇଗଲେ। ଏହି ସମୟରେ ପଞ୍ଜାବକୁ ଜିତିବା ପାଇଁ ୨୧ ବଲରେ ୩୫ ରନ ଆବଶ୍ୟକ ଥିଲା। ଶଶାଙ୍କ ଦ୍ରୁତ ଗତିରେ ଦୌଡୁ ନ ଥିଲେ, ଏବଂ ସେଥିପାଇଁ ସେହି ସମୟରେ ମଧ୍ୟ ଆୟର ବହୁତ ରାଗି ଯାଇଥିଲେ। କାରଣ ଏହା ପରେ ଆଉ ଏକ ଉଇକେଟ ପଡ଼ିଗଲେ, ପଞ୍ଜାବ ଚାପରେ ଆସିପାରିଥାନ୍ତା।

ମ୍ୟାଚ ଶେଷ ହେବା ପରେ ଶଶାଙ୍କଙ୍କୁ ଆୟର ଗାଳି ଦେଇଥିଲେ। ଭିଡିଓରେ ଦେଖାଯାଉଛି ଯେ, ସେ ତାଙ୍କ ସହ ରାଗିକି କଥା ହେଉଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ, ସେ ତାଙ୍କ ସହ ହାତ ମିଳାଇ ନ ଥିଲେ।

ଶଶାଙ୍କ ଏହି ସିଜିନରେ ୧୩ ଇନିଂସରେ ୧୪୫.୯୫ ଷ୍ଟ୍ରାଇକ ରେଟ ସହିତ ୨୮୯ ରନ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

ଏବେ ଜୁନ ୩ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଟାଇଟଲ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କର ପ୍ରଥମ IPL ଟ୍ରଫି ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏହି ସିଜିନରେ ଦୁଇଟି ଦଳ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି, RCB ୨ଟି ଏବଂ ପଞ୍ଜାବ ଗୋଟିଏ ମ୍ୟାଚ୍‌ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆଇପିଏଲ୍ ନିଲାମ: ଧୋନୀ ତିଆରି କରିଥିଲେ ଏହି ବୋଲରଙ୍କୁ, ୧୮ କୋଟି ଟଙ୍କାରେ କିଣିଲା କୋଲକାତା

ଆବୁଧାବି,୧୬।୧୨: କୋଲକାତା ନାଇଟ୍ ରାଇଡର୍ସ (KKR) ଚଳିତ IPL ମିନି ନିଲାମରେ ବଡ଼ ଧରଣର ଖର୍ଚ୍ଚ କରିଛି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍‌ଙ୍କୁ ୨୫.୨୦ କୋଟି...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri