Categories: ଖେଳ

ସିଏସ୍‌କେ-ଆରସିବି ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ: ଜାଣନ୍ତୁ କେଉଁଠି ଆଉ କେତେ ଟଙ୍କାରେ କରିପାରିବେ ବୁକିଂ

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରେ ଇଣ୍ଡିଆନ ପ୍ରିମିୟର ଲିଗର ଏହି ସିଜିନର ଉଦ୍‌ଘାଟନୀ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ସିଏସ୍‌କେ ଏବଂ ଆରସିବି ମ୍ୟାଚ ପାଇଁ ସବୁଠାରୁ ଶସ୍ତା ଟିକେଟ ୧୭୦୦ ଟଙ୍କା। କିନ୍ତୁ ଏହାକୁ କିଣିବା ପାଇଁ ଆପଣଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିପାରେ। ଅନଲାଇନରେ ଟିକେଟ କିଣୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ।

ସିଏସ୍‌କେ ଏବଂ ଆରସିବ ମ୍ୟାଚ ପାଇଁ ଟିକେଟ୍‌ ଆପଣ ଅନଲାଇନରେ କିଣିପାରିବେ । ଏଥିପାଇଁ ଆପଣ ପେଟିଏମ ଇନସାଇଡର୍‌ ପରିଦର୍ଶନ କରିପାରନ୍ତି କିମ୍ବା ବୁକ୍‌ ମାଇଁ ଶୋ’ରୁ କରିପାରିବେ। ଚେନ୍ନାଇ ଏବଂ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସବୁଠାରୁ ଶସ୍ତା ଟିକେଟ ୧୭୦୦ ଟଙ୍କା । ଚେନ୍ନାଇର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ତେଣୁ ୧୭୦୦ଟଙ୍କା ଟିକେଟ୍‌ ସି ଲୋୟର, ଡି ଲୋୟର ଏବଂ ଇ ଲୋୟର ବିଭାଗର ହେବ। ତେବେ ଏହି ତିନୋଟି ବିଭାଗ ବିଭାଗ ପାଇଁ ୧୭୦୦ରୁ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ହେବ। କେଉଁ ଟିକେଟ୍‌ ପାଇବ ତାହା ମୂଲ୍ୟ ଉପରେ ନିର୍ଭର କରିବ।

ଟିକେଟର ଦ୍ୱିତୀୟ ପ୍ରାଇସ୍‌ ରେଞ୍ଜ ୪୦୦୦ରୁ ୭୫୦୦ଟଙ୍କା । ଏହା ଉପର ସି, ଡି , ଇ ଏବଂ ଆଇ, ଜେ, କେ ବିଭାଗଗୁଡିକର ଅଟେ। ଏହା ବ୍ୟତୀତ ଭିଭିଆଇ ଟିକେଟ୍‌ ମଧ୍ୟ ଅଛି କିନ୍ତୁ ସେଗୁଡ଼ିକ ଆଉ ଉପଲବ୍ଧ ନାହିଁ । ପେଟିଏମ ଇନସାଇଡର୍‌ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟିରୁ ଅଧିକ ଟିକେଟ କିଣି ପାରିବେନାହିଁ। ଅନ୍ୟପଟେ ବୁକ୍‌ ମାଇଁ ଶୋ’ ଟିକେଟ୍‌ ବୁକିଂ ସମ୍ପୂର୍ଣ ଭାବେ ବନ୍ଦ କରିଦେଇଛି।

Share