Posted inଖେଳ

ବଦଳିଲା ଆଇପିଏଲ୍‌ ନିୟମ

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ ୨୦୨୩ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧ରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇ ମାସ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟର ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଖେଳକୁ ଆହୁରି ରୋମାଞ୍ଚକର କରିବ।
ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍‌କୁ ଆଉ ୧୫ ଦିନରୁ କମ୍‌ ସମୟ ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଟସ୍‌ ପଡିବା ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ଦଳ ଘୋଷଣା କରିବାକୁ ପଡୁଥିଲା। ବିସିସିଆଇ ପକ୍ଷରୁ ଧାରା ୧.୨.୧ରେ ପରିବର୍ତ୍ତନ କରାଯିବା ଫଳରେ ଏଣିକି ଟସ୍‌ ପଡିବା ପରେ ମଧ୍ୟ ଟିମ୍‌ ଘୋଷଣା କରଯାଇପାରିବ। ଏହା ସହିତ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦଳ ଚାହିଁଲେ ଏହାର ଚୂଡାନ୍ତ ଏକାଦଶ ପରିବର୍ତ୍ତନ କରି ପାରିବ। ଏ ନେଇ ପ୍ରତିପକ୍ଷ ଦଳର ଅଧିନାୟକଙ୍କ ଅନୁମତି ଆବଶ୍ୟକ ପଡିବ ନାହିଁ ବୋଲି କୁହାଯାଇଛି। ଧାରା ୧.୨.୯ ଅନୁସାରେ ଏହା ସମ୍ଭବ ନଥିବା ବେଳେ ଏଥିରେ ସଂଶୋଧନ କରାଯାଇଛି। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ୧୧ ଜଣିଆ ଚୂଡାନ୍ତ ଦଳ ଓ ୫ ଜଣ ସବଷ୍ଟିଚ୍ୟୁଟ ଫିଲ୍ଡରଙ୍କ ତାଲିକା ପ୍ରକାଶ କରିବାକୁ ବାଧ୍ୟ ରହିବେ। ଏହା ସହିତ ଉଇକେଟ କିପିଂ ପାଇଁ ରହିଥିବା ନିୟମରେ ମଧ୍ୟ ବଡ ପରିବର୍ତ୍ତନ କରାଯାଇଛି। ଆଗୁଆ ବଲ୍‌ ସଂଗ୍ରହ ବା ବ୍ୟାଟର ବଲ୍‌କୁ ଛୁଇଁ ନଥିବା ବେଳେ ସ୍ଥାନ ପରିବର୍ତ୍ତନ କଲେ ପେନାଲ୍ଟିର ବ୍ୟବସ୍ଥା କରାଯାଇଛି। ଉଇକେଟ କିପର ସ୍ଥାନ ପରିବର୍ତ୍ତନ କଲେ ବଲ୍‌କୁ ଡେଡ୍‌ ବଲ୍‌ ଘୋଷଣା କରାଯିବ। ଯଦି ଓ୍ବାଇଡ୍‌ କିମ୍ବା ନୋ ବଲ୍‌ ଥିବ ତେବେ ୧ ରନ୍‌ ସହିତ ୫ ରନ୍‌ର ପେନାଲ୍ଟି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫିଲ୍ଡରେ ରହିଥିବା ଦୁଇ ଅମ୍ପାୟାର ଏହି ନିଷ୍ପତ୍ତି ନେବେ ଓ ଅଧିନାୟକଙ୍କୁ ସୂଚିତ କରିବେ। ସେହିପରି ୫ ଜଣ ସବଷ୍ଟିଚ୍ୟୁଟ ଫିଲ୍ଡରଙ୍କ ତାଲିକାରେ ଥିବା ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ହିଁ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍‌ ଖେଳାଳି ଭାବରେ ସାମିଲ କରାଯାଇପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri