Posted inଖେଳ

ଶାର୍ଦ୍ଦୂଳ,ଗୁରବାଜଙ୍କ ଅର୍ଦ୍ଧଶତକ

କୋଲକାତା,୭ା୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜ। ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ ରାଇଡର୍ସ(କେକେଆର) ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୦୪ ରନ୍‌ ସଂଗ୍ରହ କରିଛି। ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଓ୍ବିଲିଙ୍କ ଡବଲ୍‌ ବ୍ଲୋ
ଟସ୍‌ ହାରି ବ୍ୟାଟିଂ କରିଥିବା ଘରୋଇ କେକେଆର୍‌କୁ ଭଲ ଆରମ୍ଭ ଦେଇଥିଲେ ଗୁରବାଜ୍‌। ଭେଙ୍କଟେଶ ଆୟରଙ୍କ ସହିତ ୩ ଓଭରେ୨୬ ରନ୍‌ ଯୋଡିଥିଲେ। ଚତୁର୍ଥ ଓଭର ବୋଲିଂ କରୁଥିବା ଡେଭିଡ୍‌ ଓ୍ବିଲି ମେଡେନ୍‌ ଦୁଇ ଉଇକେଟ ନେବା ସହିତ ରନ୍‌ ଗତିରେ ଅଙ୍କୁଶ ଲଗାଇଥିଲେ। ଲଗାତାର ବଲ୍‌ରେ ଭେଙ୍କଟେଶ ଆୟାର(୩) ଓ ମନ୍‌ଦୀପ୍‌ ସିଂ(୦)ଙ୍କୁ ସେ ଆଉଟ କରିଥିଲେ। ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ଗୁରବାଜ ୪୪ ବଲ୍‌ ଖେଳି ୬୩ ରନ୍‌ କରିଥିଲେ। ଅଧିନାୟକ ନୀତିଶ ରାଣା (୧) ରନ୍‌ କରି ମାଇକେଲ୍‌ ବ୍ରେସଓ୍ବେଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୮୯ ରନ୍‌ରେ ପୁଣି ଥରେ ଡବଲ୍‌ ଝଟକା ଦେଇଥିଲେ କର୍ନ ଶର୍ମା। ଲଗାତାର ବଲ୍‌ରେ ସେ ଗୁରବାଜ ଓ ଆନ୍ଦ୍ରେ ରସେଲ୍‌ଙ୍କୁ ଆଉଟ କରିଥିଲେ।
ଶାର୍ଦ୍ଦୂଳ-ରିଙ୍କୁଙ୍କ କାଉଣ୍ଟର ଆଟାକ୍‌
୮୯ ରନ୍‌ରେ ୫ ଉଇକେଟ ହରାଇ କେକେଆର୍‌ ସଙ୍କଟରେ ଥିବା ବେଳେ ଶତକୀୟ ଭାଗୀଦାରି କରିଥିଲେ ଶାର୍ଦ୍ଦୂଳ ଠାକୁର(୬୮) ଓ ରିଙ୍କୁ ସିଂ(୪୬)। ଉଭୟ ଖେଳାଳି ୪୫ ବଲ୍‌ ଖେଳି ୧୦୩ ରନ୍‌ ଯୋଡିଥିଲେ। ଶାର୍ଦ୍ଦୂଳ ୨୯ ବଲ୍‌ ଖେଳି ୯ ଚୌକା ଓ ୩ ଛକା ମାରିଥିଲେ। ରିଙ୍କୁ ସିଂ ୩୩ ବଲ୍‌ ଖେଳି ୨ ଚୌକା ଓ ୩ ଛକା ମାରଥିଲେ। ଆରସିବି ପକ୍ଷରୁ ଡେଭିଡ୍‌ ଓ୍ବିଲି ଓ କର୍ନ ଶର୍ମା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଇକେଲ ବ୍ରେସଓ୍ବେଲ, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆରସିବି ବୋଲର ମାନେ ୨୩ ଅତିରିକ୍ତ ରନ୍‌ ପ୍ରଦାନ କରିଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୨୦୪/୭(ଶାର୍ଦ୍ଦୂଳ
ଠାକୁର-୬୮, ରହମାନୁଲ୍ଲା ଗୁରବାଜ-୫୭, ରିଙ୍କୁ ସିଂ-୪୬, ଡେଭିଡ୍‌ ଓ୍ବିଲି-୨/୧୬, କର୍ନ ଶର୍ମା-୨/୨୬, ମାଇକେଲ ବ୍ରେସଓ୍ବେଲ-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri