Posted inଖେଳ

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା ଇଭେଣ୍ଟ ଭାରତ ନ ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇପାରେ। ତେବେ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କାକୁ ଭେନ୍ୟୁ ତାଲିକାରୁ ବାଦ୍‌ ଦିଆଯାଇଛି।

ବିସିସିଆଇ ଅଧିକାରୀ, ଆଇପିଏଲ ଗଭର୍ନିଂ କାଉନ୍ସିଲ ଚେୟାରମ୍ୟାନ, ଆଇପିଏଲ୍‌ ଦାୟିତ୍ୱରେ ଥିବା ବୋର୍ଡର ଆନ୍ତରୀଣ ସିଇଓ ୧୦ ଫ୍ରାଞ୍ଚାଇଜର ମାଲିକଙ୍କୁ ଶନିବାର ଭେଟିଛନ୍ତି। ଏହି ବୈଠକରେ ମୁଖ୍ୟତଃ ଭେନ୍ୟୁ ଉପରେ ଆଲୋଚନା ହୋଇଛି। ଆଇପିଏଲ ଭାରତରେ ଆୟୋଜିତ ହେଉ ବୋଲି ବିସିସିଆଇ ଚାହୁଁ ଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ ଏଥିରେ ଏକମତ ଅଛନ୍ତି। ଯଦି ଏହାକୁ ବିଦେଶ ନେବାକୁ ପଡ଼େ, ତେବେ ଦକ୍ଷିଣ ଆଫ୍ରିକା ସପକ୍ଷରେ ପ୍ରାୟତଃ ଫ୍ରାଞ୍ଚାଇଜ ମତ ରଖିଛନ୍ତି।

ଯଦି ଆଇପିଏଲ ଭାରତରେ ହୁଏ, ତେବେ ଏହା ମୁମ୍ବାଇ ଓ ନବି ମୁମ୍ବାଇ ହୋଇପାରେ। କାରଣ ଏଠାରେ ୩ ଷ୍ଟାଡିୟମ ସାଙ୍ଗକୁ ସମାନ ସଂଖ୍ୟକ ପ୍ରାକ୍ଟିସ ଗ୍ରାଉଣ୍ଡ ଉପଲବ୍ଧ ଅଛି। ଏହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆଇପିଏଲ ଭାରତରେ ହେଉ ନ ହେଲେ ଦକ୍ଷିଣ ଆଫ୍ରିକାରେ ହେଉ ବୋଲି ୪ ଫ୍ରାଞ୍ଚାଇଜ ଚାହୁଁଥିବା ବେଳେ ଗୋଟିଏ ଫ୍ରାଞ୍ଚାଇଜ ଅନୁସାରେ ୟୁଏଇ ଶ୍ରେଷ୍ଠ ବିକଳ୍ପ। ଦୁଇଟି ଫ୍ରାଞ୍ଚାଇଜ ସଂଖ୍ୟା ଗରିଷ୍ଠତା ସହ ଯିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଦୁଇଟି ଫ୍ରାଞ୍ଚାଇଜ ବିସିସିଆଇ ଉପରେ ଏହି ନିଷ୍ପତ୍ତି ଛାଡ଼ିଛନ୍ତି। କୌଣସି ଫ୍ରାଞ୍ଚାଇଜ ଶ୍ରୀଲଙ୍କାକୁ ବିକଳ୍ପ ଭାବେ ଗଣି ନ ଥିଲେ। ଭେନ୍ୟୁ ଉପରେ ଆଲୋଚନା ପାଇଁ ମେଗା ଅକଶନ ପୂର୍ବରୁ ଆଗାମୀ ସପ୍ତାହ ମଧ୍ୟରେ ବୈଠକ ଡକାଯିବ। ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

“ମୁଁ ଆନନ୍ଦର ସହ ସ୍ପଷ୍ଟ କରୁଛି ଯେ, ୧୫ତମ ସିଜନ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ। ଏହା ମେ’ ଶେଷ ପର୍ଯ୍ୟନ୍ତ ଚାଲିବ। ସର୍ବାଧିକ ସଂଖ୍ୟକ ଫ୍ରାଞ୍ଚାଇଜ ଭାରତରେ ଆଇପିଏଲ ଆୟୋଜିତ ହେଉ ବୋଲି ଚାହୁଁଛନ୍ତି” ବୋଲି ବିିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri